୨୨ ବର୍ଷର ଯାତ୍ରାରେ ୨୧ ଓଡ଼ିଆ – bajravana
[ad_1]
ରାଉରକେଲା: ମହିଳା କନିଷ୍ଠ ହକି ବିଶ୍ୱକପ୍ ଆସନ୍ତା ୨୯ ତାରିଖରୁ ଚିଲିର ସାଣ୍ଟିଆଗୋରେ ଖେଳାଯିବ। ଏହା ପ୍ରତିଯୋଗିତାର ଦଶମ ସଂସ୍କରଣ ହୋଇଥିବା ବେଳେ ଭାରତୀୟ ଦଳର ଷଷ୍ଠ ପଦାର୍ପଣ ହେବ। ପ୍ରଥମ ତିନିଟି ସଂସ୍କରଣ ଓ ୨୦୧୬ରେ ଅନୁଷ୍ଠିତ ଅଷ୍ଟମ ସଂସ୍କରଣ ପାଇଁ ଭାରତୀୟ ଦଳ ଯୋଗ୍ୟତା ହାସଲ କରି ନଥିଲା। ଖେଳିଥିବା ୬ଟି ପ୍ରତିଯୋଗିତା ମଧ୍ୟରୁ ୨୦୧୩ରେ ଶ୍ରେଷ୍ଠ ପ୍ରଦର୍ଶନ କରି କାଂସ୍ୟ ପଦକ ଜିତିଥିଲା। ତେବେ ଭାରତ ଏହି ବିଶ୍ବ କପ୍ ଖେଳିବା ଦିନଠୁ ପ୍ରତିଥର ଓଡ଼ିଶା ଖେଳାଳିଙ୍କ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହି ଆସିଛି। ପ୍ରତି ଭାରତୀୟ ଦଳରେ ୨ ବା ଅଧିକ ଓଡ଼ିଆ ଖେଳାଳି ପ୍ରତିନିଧିତ୍ବ କରିଛନ୍ତି। ଏଥର ଚିଲି ଯିବାକୁ ଥିବା ଭାରତୀୟ ଦଳରେ ମଧ୍ୟ ଓଡ଼ିଶାରୁ ୫ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ମାଧୁରୀ କିଣ୍ଡୋ (ଗୋଲରକ୍ଷକ), ସୁଜାତା କୁଜୁର, ଜ୍ୟୋତି ଛତ୍ରୀ, ଦୀପିମୋନିକା ଟପୋ ଏବଂ ସୁନେଲିତା ଟପୋ। ସାଣ୍ଟିଆଗୋରେ ଏହି ୫ ଖେଳାଳିଙ୍କ ପ୍ରଦର୍ଶନ ଉପରେ ଭାରତର ପ୍ରଦର୍ଶନ ଅନେକ ମାତ୍ରାରେ ନିର୍ଭର କରିବ। ଏହି ୫ ଜଣଙ୍କ ସମେତ ଏ ପର୍ଯ୍ୟନ୍ତ କନିଷ୍ଠ ବିଶ୍ବକପ୍ରେ ସ୍ଥାନ ପାଇଥିବା ସମସ୍ତ ଓଡ଼ିଆ ଖେଳାଳି ହେଲେ ସୁନ୍ଦରଗଡ଼ ଜିଲ୍ଲାର। ଏହା ପୂର୍ବରୁ ହୋଇଥିବା ମହିଳା କନିଷ୍ଠ ହକି ବିଶ୍ବକପ୍ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିଙ୍କ ପ୍ରତିନିଧିତ୍ବକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।
ବୁଏନ୍ସଆଇରସ୍, ୨୦୦୧
ପୁରୁଷ କନିଷ୍ଠ ହକି ବିଶ୍ୱକପ୍ ଆରମ୍ଭ ହେବାର ୧୦ ବର୍ଷ ପରେ ୧୯୮୯ ମସିହାରେ କନିଷ୍ଠ ମହିଳା ହକି ଚାମ୍ପିଅନ୍ସିପ୍ ଆରମ୍ଭ ହୋଇଥିଲା। ପ୍ରାରମ୍ଭିକ ସଂସ୍କରଣଗୁଡ଼ିକରେ ଭାରତ ଏହି ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କରିପାରୁ ନଥିଲା। ୨୦୦୧ରେ ଆର୍ଜେଣ୍ଟିନାର ବୁଏନ୍ସଆଇରସ୍ଠାରେ ଭାରତୀୟ ବାଳିକା ଦଳର କନିଷ୍ଠ ବିଶ୍ବକପ୍ ଯାତ୍ରା ଆରମ୍ଭ ହୋଇଥିଲା। ଉକ୍ତ ଦଳରେ ୫ ଜଣ ଓଡ଼ିଆ ଖେଳାଳି ସାମିଲ ହୋଇଥିଲେ। ସେମାନେ ଥିଲେ, ନୀଳିମା କୁଜୁର, ଏଗ୍ନିସିୟା ଲୁଗୁନ, ଅନ୍ନାରିତା କେର୍କେଟା, ସୁଭଦ୍ରା ପ୍ରଧାନ ଏବଂ ଆଶ୍ରିତା ଟୋପା। ଉକ୍ତ ପ୍ରତିଯୋଗିତାରେ ଭାରତ ନବମ ସ୍ଥାନରେ ରହିଥିଲା।
ସାଣ୍ଟିଆଗୋ, ୨୦୦୫
ଚିଲିର ସାଣ୍ଟିଆଗୋରେ ଆୟୋଜିତ ପ୍ରତିଯୋଗିତାରେ ଓଡ଼ିଶାର ତିନିଜଣ ଖେଳାଳି ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ସେମାନେ ହେଲେ ସୁଭଦ୍ରା ପ୍ରଧାନ, ସରିତା ଲାକଡ଼ା ଓ ଅଞ୍ଜନା ବାର୍ଲା। ସୁଭଦ୍ରା ପ୍ରଧାନ ଦ୍ବିତୀୟଥର କନିଷ୍ଠ ବିଶ୍ୱକପ୍ ଖେଳିଥିବା ବେଳେ ଭାରତକୁ ଏକାଦଶ ସ୍ଥାନ ମିଳିଥିଲା।
ବୋଷ୍ଟନ୍, ୨୦୦୯
ଆମେରିକାର ବୋଷ୍ଟନ୍ରେ ଆୟୋଜିତ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରିଥିବା ଦୁଇ ଓଡ଼ିଶା ଖେଳାଳି ହେଲେ ରୋଜାଲିନ୍ ଡୁଙ୍ଗଡୁଙ୍ଗ ଏବଂ ସୁଲୋଚନା କିଷାନ। ଭାରତ ନବମ ସ୍ଥାନରେ ରହିଥିଲା।
ମଞ୍ଚେନ୍ଗ୍ଲାଡ୍ବା, ୨୦୧୩
ଜର୍ମାନିର ମଞ୍ଚେନ୍ଗ୍ଲାଡ୍ବାରେ ଆୟୋଜିତ ପ୍ରତିଯୋଗିତାରେ ଭାରତ ପ୍ରଥମ ଥର ପାଇଁ ପଦକ ଜିତିବାରେ ସଫଳ ହୋଇଥିଲା। କାଂସ୍ୟ ପଦକ ପାଇଁ ହୋଇଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ୧-୧ ଗୋଲ୍ରେ ସରିଥିଲା। ଟାଇବ୍ରେକରରେ ଭାରତ ୩-୨ ଗୋଲ୍ରେ ଇଂଲଣ୍ଡକୁ ପରାସ୍ତ କରି ଏକ ନୂତନ ଫର୍ଦ୍ଦ ଯୋଡ଼ିଥିଲା। ଉକ୍ତ ପଦକ ବିଜୟୀ ଦଳରେ ଓଡ଼ିଶାର ୪ ଜଣ ଖେଳାଳିଙ୍କ ଯୋଗଦାନ ରହିଥିଲା। ସେମାନେ ହେଲେ ଦୀପଗ୍ରେସ ଏକ୍କା, ନମିତା ଟୋେପା, ଲିଲିମା ମିଞ୍ଜ ଏବଂ ଅନୁପା ବାର୍ଲା। ହେଲେ ଏହା ପରବର୍ତ୍ତୀ ୨୦୧୬ ମହିଳା କନିଷ୍ଠ ବିଶ୍ବକପ୍ ପାଇଁ ଭାରତ ଯୋଗ୍ୟତା ଅର୍ଜନ କରିପାରି ନଥିଲା।
ପଚେଫ୍ଷ୍ଟ୍ରୁମ୍, ୨୦୨୨
କରୋନା ପାଇଁ ସାମାନ୍ୟ ବିଳମ୍ବରେ ୨୦୨୨ରେ ଅନୁଷ୍ଠିତ ମହିଳା କନିଷ୍ଠ ବିଶ୍ବକପ୍ର ନବମ ସଂସ୍କରଣ ଦକ୍ଷିଣ ଆଫ୍ରିକାର ପଶ୍ଚଷ୍ଟ୍ରୁମ୍ରେ ଆୟୋଜିତ ହୋଇଥିଲା। ଉକ୍ତ ପ୍ରତିଯୋଗିତାରେ ଭାରତୀୟ ଦଳରେ ଓଡ଼ିଶାର ଦୁଇଜଣ ଖେଳାଳି ଅଜମିନା କୁଜୁର ଓ ଜୀବନ କିଶୋରୀ ଟପୋ ସ୍ଥାନ ପାଇଥିଲେ। ପ୍ରତିଯୋଗିତାରେ ଭାରତ ପେନାଲ୍ଟି ସୁଟ୍ଆଉଟ୍ରେ ୦-୩ରେ ଇଂଲଣ୍ଡଠାରୁ ପରାସ୍ତ ହୋଇ ଚତୁର୍ଥ ସ୍ଥାନରେ ରହିଥିଲା।
[ad_2]