ସ୍ୱାସ୍ଥ୍ୟ

ଆପଣଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ଥିଲେ ସେବନ କରନ୍ତୁ ଏହି ଫଳ – bajravana

[ad_1]

ବର୍ତ୍ତମାନ ସମୟରେ ପରିବର୍ତ୍ତନଶୀଳ ଜୀବନଶୈଳୀ ଓ କେତେକ ଖାଦ୍ୟପେୟ କାରଣରୁ ଉଚ୍ଚ ରକ୍ତଚାପ ସମସ୍ୟା ସାଧାରଣ ହୋଇ ଯାଇଛି । ଏହା ସଭିଁଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇ ରହିବା ନିତାନ୍ତ ଆବଶ୍ୟକ । ନଚେତ୍‌‌ ଏହା ଅନେକ ମାରାତ୍ମକ ରୋଗର କାରଣ ପାଲଟିଥାଏ । ତେବେ ଯେଉଁ ମାନଙ୍କର ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ରହିଛି, ସେମାନେ ନିଜ ଖାଦ୍ୟପେୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ। ଏହାସହ ଅଧିକ ଫ୍ୟାଟ୍‌‌ ଥିବା ଜିନିଷ ଠାରୁ ନିଜକୁ ଦୂରେଇ ରଖିବା ଉଚିତ ।

କିୱି : କିୱିରେ ମାଗ୍ନେସିୟମ, ପୋଟାସିୟମ, ଭିଟାମିନ ସି ଓ ଅନ୍ୟ ପୋଷକ ତତ୍ତ୍ୱ ଭରପୁର ପରିମାଣରେ ରହିଛି। ଯାହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ବେଶ୍‌‌ ସହାୟକ ହୋଇଥାଏ। ତେଣୁ ଉଚ୍ଚ ରକ୍ତଚାପ ରୋଗୀ ନିଜ ଖାଦ୍ୟରେ କିୱିକୁ ନିଶ୍ଚୟ ସାମିଲ କରନ୍ତୁ।

ତରଭୂଜ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବେଶ ଲାଭଦାୟକ। ଏଥିରେ ପୋଟାସିୟମ, ଭିଟାମିନ ସି ଭଳି ଅନେକ ପୋଷକ ତତ୍ତ୍ୱ ରହିଛି। ଯାହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ସହାୟକ ହୋଇଥାଏ। ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ରହିଛି, ସେମାନେ ତରଭୂଜ ନିଶ୍ଚୟ ସେବନ କରନ୍ତୁ।

କଦଳୀ : କଦଳୀରେ ପର୍ଯ୍ୟାପ୍ତ ମାତ୍ରାରେ ପୋଟାସିୟମ ରହିଛି। ଯାହା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଲାଭଦାୟକ। ଏହାସହ ଏଥିରେ ପୋଟାସିୟମ, ଫାଇବର, ଓମେଗା-୩ ଆଦି ଭରପୁର ମାତ୍ରାରେ ରହିଛି। ଉଚ୍ଚ ରକ୍ତଚାପ ରୋଗୀ କଦଳୀ ସେବନ କରିବା ଲାଭଦାୟକ।

କମଳାରେ ଭିଟାମିନ ସି ଓ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ପର୍ଯ୍ୟାପ୍ତ ପରିମାଣରେ ରହିଛି। ଏହା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବେଶ ଲାଭଦାୟକ। ରକ୍ତଚାପ ରୋଗୀ ନିୟମିତ କମଳା ସେବନ କରନ୍ତୁ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button