୧୬ ବର୍ଷିୟ ଛାତ୍ର ନିକଟକୁ ନଗ୍ନ ଫଟୋ ଓ ଭିଡିଓ ପଠାଇ ଗିରଫ ହେଲେ ୨୫ ବର୍ଷୀୟ ଶିକ୍ଷୟିତ୍ରୀ – bajravana
[ad_1]
ଜେଫର୍ସନ୍ ସିଟି: ଜଣେ ୧୬ ବର୍ଷିୟ ଛାତ୍ର ନିକଟକୁ ନଗ୍ନ ଫଟୋ ଓ ଭିଡିଓ ପଠାଇଥିବା ଅଭିଯୋଗରେ ଆମେରିକାର ମିଜୁରି ପ୍ରଦେଶର ଜଣେ ୨୫ ବର୍ଷୀୟ ଶିକ୍ଷୟିତ୍ରୀଙ୍କୁ ଗିରଫ କରାଯାଇ ତାଙ୍କ ନାଁରେ ୬ଟି ଅପରାଧିକ ମାମଲା ରୁଜୁ କରାଯାଇଛି ବୋଲି ‘ନିଉଜ୍ୱିକ୍’ ରିପୋର୍ଟ କରିଛି।
‘ନିଉଜ୍ୱିକ୍’ ରିପୋର୍ଟରେ ଉଲ୍ଲେଖ ଅଛି, ମିଜୁରି ଅନ୍ତର୍ଗତ ସେଣ୍ଟ୍ ଜେମ୍ସ୍ର ଶିକ୍ଷୟିତ୍ରୀ ରିକ୍କି ଲିନ୍ ଲାଫ୍ଲିନ୍ ‘ସ୍ନାପ୍ଚାଟ୍’ ମାଧ୍ୟମରେ ଉକ୍ତ ୧୬ ବର୍ଷିୟ ଛାତ୍ରକୁ ନଗ୍ନ ଫଟୋ ପଠାଇବା ପାଇଁ କହି ତା’ ନିକଟକୁ ନିଜ ନଗ୍ନ ଭିଡିଓ ଓ ଫଟୋ ପଠାଇଥିଲେ।
ସଂଗୃହୀତ ସୂଚନା ଅନୁସାରେ, ଶିକ୍ଷୟିତ୍ରୀ ରିକ୍କି ସେ ୧୬ ବର୍ଷିୟ ଛାତ୍ର ସହିତ ଦୈହିକ ସମ୍ପର୍କ ରଖିବାକୁ ଉଦ୍ୟମ କରିଥିଲେ କିନ୍ତୁ, ଛାତ୍ରଜଣକ ତାହା ଚାହୁଁ ନ ଥିଲେ। ଏ ସଂକ୍ରାନ୍ତରେ ଗତ ସପ୍ତାହରେ ମେରିଜ୍ କାଉଣ୍ଟି ସେରଫ୍ ଫେଲ୍ପ୍ସ୍ କାଉଣ୍ଟି ଗୁଇନ୍ଦାଙ୍କଠାରୁ ଲାଫ୍ଲିନ୍ଙ୍କ ଅନୈତିକ ସମ୍ପର୍କ ସ୍ଥାପନ ଉଦ୍ୟମ ସଂକ୍ରାନ୍ତରେ ସୂଚନା ପାଇଥିଲେ।
ଏହି ତଥ୍ୟ ଆଧାରରେ ଗୁଇନ୍ଦାମାନେ ଉକ୍ତ ୧୬ ବର୍ଷିୟ ଛାତ୍ରକୁ ପଚରା ଉଚରା କରିବା ପରେ ଜଣାପଡ଼ିଲା ଯେ, ଶିକ୍ଷୟିତ୍ରୀ ଲାଫ୍ଲିନ୍ ତା’ ପାଖକୁ ନଗ୍ନ ଫଟୋ ଓ ଭିଡିଓ ପଠାଇଥିଲେ। ତା’ଛଡ଼ା, ସେ ନିଜେ ମଧ୍ୟ ଶିକ୍ଷୟିତ୍ରୀଙ୍କ ନିକଟକୁ ନଗ୍ନ ଫଟୋ ଓ ଭିଡିଓ ପଠାଇଥିଲା ବୋଲି ସ୍ବୀକାର କରିଥିଲା।
ସ୍କୁଲ୍ରେ ଅନ୍ୟମାନେ ଉଭୟଙ୍କ ନଗ୍ନ ଫଟୋ ଓ ଭିଡିଓ ବିନିମୟ କଥା ଜାଣିପାରି ଚର୍ଚ୍ଚା ଆରମ୍ଭ କରିଥିବାରୁ ସେଗୁଡ଼ିକୁ ‘ଡିଲିଟ୍’ କରି ଦେବା ପାଇଁ ଶିକ୍ଷୟିତ୍ରୀ ଲାଫ୍ଲିନ୍ ସେ ଛାତ୍ରକୁ କହିଥିଲେ। ଲାଫ୍ଲିନ୍ଙ୍କର ଆଶଙ୍କା ହୋଇଥିଲା କି, ଏଥିପାଇଁ ତାଙ୍କୁ ଜେଲ୍ ଯିବାକୁ ପଡ଼ିପାରେ।
ଗୁଇନ୍ଦାମାନେ ଶିକ୍ଷୟିତ୍ରୀ ଲାଫ୍ଲିନ୍ଙ୍କୁ ମଧ୍ୟ ଜେରା କରିଥିଲେ। ‘ସ୍ନାପ୍ଚାଟ୍’ ମାଧ୍ୟମରେ ଉକ୍ତ ଛାତ୍ର ସହିତ ଆଳାପ କରୁଥିବା କଥା ସେ ସ୍ବୀକାର କଲେ। ସେ କହିଲେ କି, ଛାତ୍ର ନା ବାଳକ ବୋଲି ସେ ଜାଣି ନ ଥିଲେ, ଏବେ ଜାଣିଲେ। କାରଣ ମିଜୁରିରେ ଯୌନସମ୍ପର୍କ ପାଇଁ ସମ୍ମତି ଦେବାର ବିଧିବଦ୍ଧ ବୟସ ହେଉଛି ୧୭ ବର୍ଷ।
ଅଦାଲତ କାଗଜପତ୍ରରୁ ଜଣାପଡ଼ିଛି ଯେ, ଜେଲ୍ରୁ ମୁକୁଳିବାକୁ ହେଲେ ଶିକ୍ଷୟିତ୍ରୀ ଲାଫ୍ଲିନ୍ଙ୍କୁ ୧୦୦୦୦୦ ଡଲାର୍ର ମୁଚାଲିକା ବା ‘ବଣ୍ଡ୍’ ଦେବାକୁ ପଡ଼ିବ।
[ad_2]