ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ନେଇ ତୁମୁଲକାଣ୍ଡ; ଥାନା ଆଗରେ ଗର୍ଜିଲେ ଉତ୍ତେଜିତ ଲୋକେ – bajravana
[ad_1]
ଭୁବନେଶ୍ବର: ମା’ ଦୁର୍ଗାଙ୍କ ଭସାଣି ଶୋଭାଯାତ୍ରାକୁ ନେଇ ରାଜଧାନୀ ଭୁବନେଶ୍ବରରେ ବୁଧବାର ସନ୍ଧ୍ୟାରେ ତୁମୁଲକାଣ୍ଡ ଦେଖିବାକୁ ମିଳିଛି। ଭସାଣି ଶୋଭାଯାତ୍ରା ସମୟରେ ଗଣ୍ଡଗୋଳକୁ ନେଇ ସ୍ଥାନୀୟ ଲୋକେ ମଞ୍ଚେଶ୍ୱର ଥାନା ଆଗରେ ଉତ୍ତେଜନା ପ୍ରକାଶ କରିଛନ୍ତି।
ସୂଚନା ଅନୁସାରେ ରସୁଲଗଡ଼ ପୂଜା କମିଟି ଦ୍ବାରା ରସୁଲଗଡ଼ ଛକରେ ଆୟୋଜିତ ୫ ଦିବସୀୟ ଶାରଦୀୟ ଦୁର୍ଗାପୂଜା ଗତକାଲି ଦଶହରା ଅବସରରେ ସମ୍ପନ୍ନ ହେଲା ପରେ ଆଜି ସନ୍ଧ୍ୟାରେ ମା’ଙ୍କୁ ବିଦାୟ ଦିଆଯାଉଥିଲା। ଏହା ପୂର୍ବରୁ ପୂଜା ମଣ୍ଡପରୁ ମା’ଦୁର୍ଗାଙ୍କୁ ଶୋଭାଯାତ୍ରାରେ ବାହାର କରାଯାଇଥିଲା। ତେବେ ମା’ଙ୍କ ଶୋଭାଯାତ୍ରା ଚାଲିଥିବା ବେଳେ ଏଠାରେ ହିଂସାକାଣ୍ଡ ଦେଖାଯାଇଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ଟି ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗୋଟିଏ ଗୋଷ୍ଠୀର ଲୋକେ ଅନ୍ୟ ଦଳର ୨ ଜଣଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା। ରସୁଲଗଡ଼ ଛକଠାରୁ ଅଳ୍ପ ଦୂରରେ ମଞ୍ଚେଶ୍ବର ଥାନା ଥିଲେ ମଧ୍ୟ ପୁଲିସ ଗଣ୍ଡଗୋଳକୁ ନିୟନ୍ତ୍ରିତ କରିପାରି ନଥିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ଉତ୍ତେଜିତ ଲୋକେ ଥାନା ସମ୍ମୁଖରେ ଏକତ୍ର ହୋଇଥିଲେ। ପୁଲିସ ପ୍ରତି ଅସନ୍ତୋଷ ଦେଖାଯାଇଥିଲେ।
ତେବେ ଏହି ଘଟଣାକୁ ନେଇ ମଞ୍ଚେଶ୍ବର ପୁଲିସ ପକ୍ଷରୁ କୁହାଯାଇଛି ଯେ, ରସୁଲଗଡ଼ ପୂଜା କମିଟି ପକ୍ଷରୁ ଆୟୋଜିତ ଭସାଣିକୁ ନେଇ ସେହିଭଳି ଅପ୍ରିତିକର ପରିସ୍ଥିତି ଉପୁଜି ନାହିଁ। ମା’ଙ୍କ ଭସାଣି ଶୋଭାଯାତ୍ରା ସ୍ବଭାବିକ ଭାବେ ଚାଲିଛି।
[ad_2]