ଗରବା କରି ଝିଅ ଜିତିଥିବା ପୁରସ୍କାର ଦେଲେ ନାହିଁ ଆୟୋଜକ, କାରଣ ପଚାରିବାରୁ ବାପାକୁ କଲେ ହତ୍ୟା – bajravana
[ad_1]
ପୋରବନ୍ଦର: ଗରବା କରି ଝିଅ ଜିତିଥିବା ପୁରସ୍କାର ଦେଲେ ନାହିଁ ଆୟୋଜକ। କାରଣ ପଚାରିବାରୁ ବାପାକୁ କଲେ ହତ୍ୟା। ଘଟଣାଟି ଘଟିଛି ଗୁଜରାଟର ପୋରବନ୍ଦରରେ। ଦଶହରା ଶେଷ ହେବା ପରେ ଏଭଳି ଘଟଣା ସାମ୍ନାକୁ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗୁଜରାଟରେ ଗରବା ନାଚ ପ୍ରସିଦ୍ଧ ଥିବା ବେଳେ ଏହି ନାଚର ପ୍ରତିଯୋଗିତାରେ ଭାଗ ନେବା ଓ ପୁରସ୍କାର ଜିତିବା ଏକ ପରିବାରକୁ ଏଭଳି ଛାରଖାର କରିଦେବ ବୋଲି କେହି ଭାବିନଥିଲେ।
ମିଳିଥିବା ସୂଚନା ମୁତାବକ, ସରମନ ଓଦେଦାରାଙ୍କ ଝିଅ କୃପାଲି ଗରବା ପ୍ରତିଯୋଗିତାରେ ଭାଗ ନେଇ ୨ଟି ପୁରସ୍କାର ଜିତିଥିଲେ। ହେଲେ ତାଙ୍କୁ ଗୋଟିଏ ପୁରସ୍କାର ଦିଆଯିବାରୁ ସେ ଏନେଇ ନିଜ ମା’ ମାଲୀବେନଙ୍କୁ ଜଣାଇଥିଲେ। କାରଣ ପଚାରିବା ପାଇଁ ମାଲୀବେନ ଗରବା ଆୟୋଜକ ରାଜୁଭାଇ କେସୱାଲାଙ୍କ ପାଖକୁ ଯାଇଥିଲେ। କାରଣ କହିବା ପରିବର୍ତ୍ତେ ଗୋଟିଏ ପୁରସ୍କାର ନିଅ, ନଚେତ୍ ଜମା ପୁରସ୍କାର ଦିଆଯିବନି ବୋଲି କହିଥିଲେ ରାଜୁ। ଏହାକୁ ନେଇ ବଚସା ଆରମ୍ଭ ହୋଇଥିଲା।
କିଛି ସମୟ ପରେ, କେସୱାଲାଙ୍କ ପତ୍ନୀ ଓ ଆଉ ଜଣେ ସ୍ଥାନୀୟ ଆୟୋଜକ ରାମଦେବ ବୋଖରିୟା ଝଗଡ଼ାରେ ସାମିଲ। ଏହା ପରେ ପରିସ୍ଥିତି ଆହୁରି ବିଗିଡ଼ିଥିଲା। ଝଗଡ଼ା ବଢ଼ୁଥିବା ଦେଖି ମାଲୀବେନ ଝିଅକୁ ନେଇ ଘରକୁ ଫେରିଥିଲେ। କିଛି ଘଣ୍ଟା ପରେ ରାତି ୨.୩୦ରେ କେସୱାଲା କିଛି ଲୋକଙ୍କୁ ଧରି ମାଲୀବେନଙ୍କ ଘରେ ପହଞ୍ଚିଥିଲେ। ସେଠାରେ ସରମନଙ୍କ ସହ ଝଗଡ଼ା କରି ତାଙ୍କୁ ଘରୁ ଉଠାଇ ଆଣିଥିଲେ କେସୱାଲା। ଗରବା ହେଉଥିବା ପଡ଼ିଆକୁ ଆଣି ଝଗଡ଼ା କରିବା ସହ ସରମନଙ୍କୁ ମାଡ଼ ମାରିଥିଲେ କେସୱାଲା ଓ ଅନ୍ୟ ଅଭିଯୁକ୍ତ।
ଅନ୍ୟପକ୍ଷରେ ମାଲୀବେନ ପୁଲିସକୁ ଖବର ଦେଇ ତୁରନ୍ତ ଗରବା ପଡ଼ିଆରେ ପହଞ୍ଚିବା ବେଳକୁ ସରମନ ଅଚେତ ଅବସ୍ଥାରେ ତଳେ ପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣାକୁ ନେଇ ୯ଜଣକ ବିରୋଧରେ ଏତଲା ରୁଜୁ ହୋଇଥିବା ବେଳେ ୭ଜଣଙ୍କୁ ଗିରଫ କରିସାରିଛି ପୁଲିସ।
[ad_2]