‘ପ୍ରାର୍ଥୀ ହେବି କି ନାହିଁ, ଠିକ୍ ସମୟରେ ନିଷ୍ପତ୍ତି ନେବି’ – bajravana
[ad_1]
୫୦ରୁ ଅଧିକ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଲୀପ, ଆର୍ଏମ୍ଟିଟିଓଏ ସଦସ୍ୟଙ୍କ ସହ ଆଲୋଚନା
ରାଉରକେଲା: ପବିତ୍ର ଦୁର୍ଗାପୂଜାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କ ମାରାଥନ କାର୍ଯ୍ୟକ୍ରମ ରାଜନୈତିକ ଚର୍ଚ୍ଚାକୁ ବେଶ୍ ଖୋରାକ ଯୋଗାଇଛି। ଶ୍ରୀରାୟ ଗତକାଲି ଓ ଆଜି ଦୁଇ ଦିନରେ ରାଉରକେଲା ସହର, ଫର୍ଟିଲାଇଜର, ବିଶ୍ରା ଓ ବନ୍ଧମୁଣ୍ଡାରେ ୫୦ରୁ ଅଧିକ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ନିଜର ସମର୍ଥକଙ୍କ ଗହଣରେ ଗତକାଲି ସହରର କୋଏଲନଗର, ସିଭିଲଟାଉନସିପ୍, ବିଭିନ୍ନ ସେକ୍ଟର, ବାସନ୍ତୀକଲୋନି, ଛେଣ୍ଡ କଲୋନିର ପ୍ରାୟ ସମସ୍ତ ଦୁର୍ଗାପୂଜା ମଣ୍ଡପ ବୁଲିଥିଲେ। ଏଥିସହ ନିକଟରେ ମୃତ୍ୟୁବରଣ କରିଥିବା ରାଜନୈତିକ ଦଳର ନେତା, କର୍ମୀ ଓ ଅନ୍ୟ ଲୋକଙ୍କ ଘରକୁ ଯାଇଥିଲେ। ସେମାନଙ୍କ ପରିବାରକୁ ଭେଟିବା ସହ ସମବେଦନା ଜଣାଇଥିଲେ।
ବିଶ୍ରା ବ୍ଲକରେ ଆୟୋଜିତ ଫୁଟ୍ବଲ୍ ମ୍ୟାଚ୍ର ଉଦ୍ଯାପନୀ ମ୍ୟାଚ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବିଶ୍ରା ବଜାରରୁ ମୋଟରବାଇକ୍ ରାଲିରେ ଶ୍ରୀ ରାୟଙ୍କୁ ପୂଜା ପଡ଼ିଆ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥଲା। ପରେ ରାଉରକେଲା ମାଇନିଂ ଏରିଆ ଟ୍ରକ ଆଣ୍ଡ ଟିପ୍ପର ଆସୋସିଏସନ୍ (ଆର୍ଏମ୍ଟିଟିଓଏ) କାର୍ଯ୍ୟାଳୟରେ କର୍ମକର୍ତ୍ତାଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ଆର୍ଏମ୍ଟିଟିଓଏର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ସେ କହିଥିଲେ, ଆର୍ଏମ୍ଟିଟିଓଏକୁ ଦୁଇଭାଗ କରିବା ଦୁର୍ଭାଗ୍ୟଜନକ।
ଆର୍ଏମ୍ଟିଟିଓଏର ୫୦୦ରୁ ଅଧିକ ସଦସ୍ୟ ଥିବାବେଳେ ଅନ୍ୟ ସଂଘର ମାତ୍ର ୨୭ ଜଣ ଅଛନ୍ତି। ରାଜନୀତି କରି ସଂଘକୁ ଦୁଇଭାଗ କରିବା ଆଦୌ ଠିକ୍ ନୁହେଁ। ସମସ୍ତଙ୍କର କ୍ଷତି ହେବ। ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଦରକାର। ଆର୍ଏମ୍ଟିଟିଓଏ ସହ ସଦାସର୍ବଦା ଅଛନ୍ତି, ସେମାନଙ୍କ ଦୁଃଖସୁଖର ଭାଗି ହେବେ ବୋଲି ଶ୍ରୀ ରାୟ କହିଛନ୍ତି। ଏଥିସହ ବିଭିନ୍ନ ସମସ୍ୟା ନେଇ ଆର୍ଏମ୍ଟିଟିଓଏର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଆର୍ଏମ୍ଟିଟିଓଏର ସଭାପତି ଦିଲୀପ ମହାନ୍ତି, ସମ୍ପାଦକ ଶିବ ବିଶୋଇ, ସୁମନ କୁମାର, ଶ୍ରୀନିବାସ ରାଓ, ଶତ୍ରୁଘ୍ନ ମିଶ୍ର, ବିଶ୍ବନାଥ ସାହୁ, ବିଶ୍ବମ୍ବର ସାମଲ ଆଇନ ପରାମର୍ଶଦାତା ସତ୍ୟ ଶର୍ମା ଓ ବେଦବ୍ୟାସ ଟ୍ରକ୍ ସଂଘର ବିଶ୍ବରଞ୍ଜନ ବେଉରା, ବିଜୟ କୁମାର ପ୍ରଧାନ, ଓ ଅନ୍ୟମାନେ ଉପସ୍ଥିତ ଥିଲେ। ସଭାପତି ଶ୍ରୀ ମହାନ୍ତି ଓ ସମ୍ପାଦକ ଶ୍ରୀ ବିଶୋଇ ଦିଲୀପ ରାୟଙ୍କୁ ପୁଷ୍ପଗୁଚ୍ଛ ଦେଇ କାର୍ଯ୍ୟାଳୟକୁ ସ୍ବାଗତ କରିଥିଲେ। କାର୍ଯ୍ୟକ୍ରମରେ ହରିହର ରାଉତରାୟ, ରଣଜିତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ରାଉରକେଲାରୁ ବିଧାୟକ ପ୍ରାର୍ଥୀ ହେବେ କି ନାହିଁ ପ୍ରଶ୍ନର ଉତ୍ତରରେ ଶ୍ରୀ ରାୟ କହିଛନ୍ତି, ସେ ସର୍ବଦା ସହରବାସୀଙ୍କ ସହ ଅଛନ୍ତି। ପ୍ରାର୍ଥୀ ହେବେ କି ନାହିଁ, ଠିକ୍ ସମୟରେ ନିଷ୍ପତ୍ତି ନେବେ। ଏବେଠୁ କିଛି କହିବେ ନାହିଁ ବୋଲି ସେ କହିଥିଲେ।
[ad_2]