ନିଯୁକ୍ତି ପାଇବାର ୪୮ ଘଣ୍ଟା ମଧ୍ୟରେ ଏଭଳି ରିଲ୍ସ ପାଇଁ ଚାକିରି ହରାଇଲେ ମହିଳା କନଷ୍ଟେବଳ – bajravana
[ad_1]
ଲକ୍ଷ୍ନୌ: ସୋସିଆଲ ମିଡିଆରେ ରିଲ୍ସ କରି ଲୋକପ୍ରିୟତା ହାସଲ କରିବା ପାଇଁ ଛୋଟ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଏକ ପ୍ରକାର କ୍ରେଜ ଦେଖିବାକୁ ମିଳୁଛି। କିନ୍ତୁ ରିଲ୍ସ କରିବାର କ୍ରେଜ ସମୟ ସମୟରେ ଲୋକଙ୍କ ଜୀବନ ନେଇ ଯାଉଥିବା ବେଳେ ଅସୁବିଧାରେ ବି ପକାଇଥାଏ। ନିକଟରେ ଏହି ରିଲ୍ସ ନିଶା ହେତୁ ଜଣେ ମହିଳା କନଷ୍ଟେବଳ ତାଙ୍କ ଚାକିରି ହରାଇ ଦେଇଛନ୍ତି।
ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାରୁ ଭାଇରାଲ ହୋଇଥିବା ଏକ ରିଲ୍ସ ଦ୍ୱାରା ଟ୍ରୋଲ ହେବା ପରେ ଜଣେ ମହିଳା କନଷ୍ଟେବଳ ଚାକିରିରୁ ଇସ୍ତଫା ଦେଇଥିଲେ। କାରଣ ସେ ପୁଲିସ ପୋଷାକରେ ଥାଇ ରିଲ୍ସ କରିଥିଲେ। ଇସ୍ତଫା ଦେବା ପରେ ତାଙ୍କୁ ପୁନର୍ବାର ପୁଲିସ ଭୁଲରେ ନିଯୁକ୍ତି ଦେଇଥିଲା। ଏହି ନିଯୁକ୍ତି ପାଇବାର ୪୮ ଘଣ୍ଟା ମଧ୍ୟରେ ମହିଳା କନଷ୍ଟେବଳ ଅଧିକାରୀଙ୍କ ନିର୍ଦ୍ଦେଶରେ ପୁଣି ଚାକିରି ହରାଇଥିବା ଘଟଣା ସାମ୍ନାକୁ ଆସିଛି।
ଏ ସମ୍ପର୍କରେ ସୂଚନା ଦେଇ ପୁଲିସ କମିଶନର ଡ. ପ୍ରୀତିନ୍ଦର ସିଂ କହିଛନ୍ତି, ‘ ଇସ୍ତଫା ଦେବା ପରେ ପ୍ରିୟଙ୍କା ମିଶ୍ର ଅନୁରୋଧ କରି କହିଥିଲେ ତାଙ୍କ ଆର୍ଥିକ ଅବସ୍ଥା ଭଲ ନାହିଁ। ତାଙ୍କୁ ଯଥାଶୀଘ୍ର ସେବାକୁ ଫେରାଇ ନିଆଯାଉ। କାରଣ ଚାକିରି ଯିବା ପରେ ସେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଘଟଣାର ତଦନ୍ତ ସହକାରୀ ପୁଲିସ କମିଶସନରଙ୍କ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଥିଲା। ଏହି ମାମଲାରେ କିରାଣୀ ଜିତେନ୍ଦ୍ର ପ୍ରିୟଙ୍କା ମିଶ୍ରଙ୍କ ସହ ଜଡିତ ତଥ୍ୟ ଲୁଚାଇ ପୁଲିସ ସେବାକୁ ଫେରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାର ସୂଚନା ପାଇବା ମାତ୍ରେ ପୁଲିସ କମିଶନର କିରାଣୀଙ୍କୁ ନିଲମ୍ବନ କରିଥିଲେ। ଏଥିସହିତ ପ୍ରିୟଙ୍କା ଶର୍ମାଙ୍କ ପୁଲିସ ସେବାକୁ ଫେରିବା ଆଦେଶ ମଧ୍ୟ ବାତିଲ କରାଯାଇଥିଲା।
ପ୍ରିୟଙ୍କା ମିଶ୍ର କାନପୁରର ବାସିନ୍ଦା। ସେ ୨୦୨୦ମସିହାରେ ପୁଲିସ ବିଭାଗରେ ଜଣେ କନଷ୍ଟେବଳ ଭାବେ ନିଯୁକ୍ତି ପାଇଥିଲେ। ଏହାପରେ ତାଙ୍କୁ ୨୦୨୧ ମସିହାରେ ଝାନ୍ସୀରେ ତାଲିମ ପରେ ଆଗ୍ରା ପଠାଯାଇଥିଲା ଏବଂ ଏମଏମ ଗେଟ ପୁଲିସ ଷ୍ଟେସନର ମହିଳା ହେଲ୍ପ ଡେସ୍କରେ ପୋଷ୍ଟ କରାଯାଇଥିଲା। ଡ୍ୟୁଟିରେ ଥିବାବେଳେ ସେ ହାତରେ ରିଭଲଭର ଧରି ଏକ ରିଲ୍ସ ତିଆରି କରି ଏହାକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଯେଉଁ କାରଣରୁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଥିଲା।
[ad_2]