ମନୋରଞ୍ଜନ

ବଲିଉଡ୍‌ର ସବୁଠୁ ଧନୀ ଗାୟିକା, ୨୦୦ କୋଟି ଟଙ୍କାର ସଂପତ୍ତିର ମାଲିକାଣୀ – bajravana

[ad_1]

ସୁନିଧି ଚୌହାନ, ନେହା କକ୍କର ଓ ଶ୍ରେୟା ଘୋଷାଲଙ୍କ ଭଳି କଣ୍ଠଶିଳ୍ପୀଙ୍କୁ ଭାରତର ସବୁଠାରୁ ଲୋକପ୍ରିୟ ତଥା ପ୍ରତିଭାବାନ ମହିଳା କଣ୍ଠଶିଳ୍ପୀ ଭାବେ ବିବେଚନା କରାଯାଏ। ସେମାନଙ୍କର ଏପରି ଗୌରବର ପ୍ରମାଣ ହେଉଛି ସେମାନଙ୍କର ପ୍ରଶଂସକ ଓ ସମ୍ପତ୍ତି। ମାତ୍ର ଯେତେବେଳେ ସବୁଠୁ ଧନୀ ମହିଳା ପ୍ରଚ୍ଛଦପଟ ଗାୟିକାଙ୍କ କଥା ଉଠେ, ସେତେବେଳେ ଆଉ ଜଣେ କଳାକାରଙ୍କ ନାମ ସାମନାକୁ ଆସିଥାଏ। ସେ ହେଉଛନ୍ତି ‘ବିଲ୍ଲୁ’ ଫିଲ୍ମର ‘ଲଭ ମେରା ହିଟ୍‌’ ଓ ‘ୱାନ୍‌ସ ଅପନ୍‌ ଏ ଟାଇମ୍‌’ ଫିଲ୍ମର ‘ତୁମ୍‌ ଯୋ ଆୟେ’ ପରି ଗୀତରେ କଣ୍ଠ ଦାନ କରିଥିବା ତୁଳସୀ କୁମାର। ମିଳିଥିବା ସୂଚନା ଅନୁଯାୟୀ, ତାଙ୍କ ସମ୍ପତ୍ତିର ପରିମାଣ ପାଖାପାଖି ୨୦୦ କୋଟି ଟଙ୍କା ହେବ। ଅପରପକ୍ଷେ, ଶ୍ରେୟା ଘୋଷାଲଙ୍କ ପାଖରେ ୧୮୦ରୁ ୧୮୫ କୋଟି ଟଙ୍କା, ସୁନିଧି ଚୌହାନଙ୍କର ୧୦୦ କୋଟି ଟଙ୍କା ଓ ନେହା କକ୍କରଙ୍କର ୪୦ କୋଟି ଟଙ୍କାର ସମ୍ପତ୍ତି ଥିବା କୁହାଯାଉଛି।

ଉଲ୍ଲେଖଯୋଗ୍ୟ, ତୁଳସୀ ହେଉଛନ୍ତି ବଲିଉଡ୍‌ର ଜଣାଶୁଣା ପ୍ରଯୋଜକ ଭୂଷଣ କୁମାରଙ୍କ ଭଉଣୀ। ତାଙ୍କ ବାପା ଥିଲେ ଟି-ସିରିଜ୍‌ର ମାଲିକ ଗୁଲସନ କୁମାର। ୧୯୮୬ ମାର୍ଚ୍ଚ ୧୫ରେ ଜନ୍ମିତ ତୁଳସୀ ବ୍ୟବସାୟୀ ହିତେଶ ରାଲହାନ୍‌ଙ୍କୁ ବିବାହ କରିଛନ୍ତି। ୨୦୦୯ରେ ଆଲବମ୍‌ ‘ଲଭ୍‌ ହୋ ଯାଏ’ ଜରିଆରେ ସେ ସଂଗୀତ ଜଗତରେ ପାଦ ଥାପିଥିଲେ। ତୁଳସୀ ‘ଶୋଚ ନା ସକେ’, ‘ସନମ୍‌ ରେ’, ‘ନାଚାଙ୍ଗେ ସାରି ରାତ୍‌’ ଏବଂ ‘ଇସ୍କେ ଦି ଲଟ’ ଭଳି ଗୀତ ଗାଇ ପ୍ରଶଂସକମାନଙ୍କର ମନ ଜିଣିପାରିଛନ୍ତି। ୨୦୧୯ରେ ପଞ୍ଜାବୀ କଣ୍ଠଶିଳ୍ପୀ ଗୁରୁ ରନ୍ଧାୱାଙ୍କ ସହ ମିଶି ‘ଏନି ସୋନି’ ଶୀର୍ଷକ ଗୀତରେ କଣ୍ଠଦାନ କରି ସେ ଚହଳ ପକାଇଥିଲେ। ସେହିପରି ୨୦୨୧ରେ ଜୁବିନ୍‌ ନୌଟିଆଲ୍‌ଙ୍କ ସହ ‘ପେହେଲେ ପ୍ୟାର କା ପେହେଲା ଗମ୍’ ଶୀର୍ଷକ ଗୀତରେ କାମ କରି ନିଜର ଲୋକପ୍ରିୟତାକୁ ତୁଳସୀ ଆଗକୁ ବଢ଼ାଇଥିଲେ। ୨୦୧୭ରେ ‘ଏୟାରଲିଫ୍‌ଟ’ ଫିଲ୍ମର ‘ଶୋଚ ନା ସକେ’ ଗୀତ ପାଇଁ ତାଙ୍କୁ ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବେ ‘ଆଇଫା’ ସମ୍ମାନ ମିଳିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button