ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ – bajravana
[ad_1]
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ସୀମାବର୍ତ୍ତୀ ଝାଡ଼ଖଣ୍ଡର ଗୋଇଲକେରାସ୍ଥିତ ସରଣ୍ଡା ଜଙ୍ଗଲରେ ଶୁକ୍ରବାର ସକାଳେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେଇଛି। ଏହି ଗୁଳି ବିନିମୟରେ ଉଭୟ ପକ୍ଷର କୋଣସି କାହାର ଆହତ ହେବାର ଖବର ମିଳି ନାହିଁ। ମାତ୍ର ପୁଲିସ ଗୁଳିରେ କିଛି ମାଓବାଦୀ ନିଶ୍ଚିତ ଭାବରେ ଆହତ ହେଇ ଥିବା କଥା ନକ୍ସଲ ଅପରେସନରେ ସାମିଲ କିଛି ପୁଲିସ ଅଧିକାରୀ କହିଛନ୍ତି।
ମିଳି ଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ସୁରକ୍ଷା ବାହିନୀ ତରଫରୁ ସରଣ୍ଡା ଜଙ୍ଗଲରେ ନକ୍ସଲ ବିରୋଧୀ ଅପରେସନ ଆରମ୍ଭ କରାଯାଇଥିଲା। ଏହି ସମୟରେ ସୁରକ୍ଷା ବାହିନୀ ଦେଖି ମାଓବାଦୀମାନେ ଗୁଳି ଚଳାଇବା ଆରମ୍ଭ କରି ଦେଇ ଥିଲେ, ଯାହାର ପରିବର୍ତ୍ତେ ପୁଲିସ ତରଫରୁ ମଧ୍ୟ ମାଓବାଦୀଙ୍କ ଉପରେ ଗୁଳି ଚଳା ଯାଇଥିଲା। ଯେଉଁଥିରେ ଅନେକ ମାଓବାଦୀ ଆହତ ହେଇ ଥିବା ନେଇ ପୁଲିସ ସୂଚନା ଦେଇଛି। ଆଗାମୀ ଦିନରେ ମଧ୍ୟ ସେହି ଅଞ୍ଚଲରେ ନକ୍ସଲ ବିରୋଧୀ ଅଭିଯାନ ଚାଲିବ ବୋଲି ପୁଲିସ ସୂତ୍ରରୁ ଜଣା ପଡ଼ିଛି।
ଉଲ୍ଲେଖଯୋଗ୍ୟ ଯେ ଗତ ସେପ୍ଟେମ୍ବର ୮ ତାରିଖ ଦିନ ରିଟାୟାର ବିଏସଏଫ ଯବାନ ସୁଖଲାଲ ପୁର୍ତ୍ତୀଙ୍କୁ ସରଣ୍ଡା ଜଙ୍ଗଲରେ ପୁଲିସ ଇନଫର୍ମର ସନ୍ଦେହରେ ନକ୍ସଲମାନେ ଗୁଳି କରି ହତ୍ୟା କରିଥିଲେ। ଏହା ପରେ ସେପ୍ଟେମ୍ବର ୧୩ ତାରିଖ ଦିନ କୋଲହାନ ଜଙ୍ଗଲ ଅଞ୍ଚଳରେ ସିପିଆଇ ମାଓବାଦୀଙ୍କ ଦ୍ୱାରା ଲଗାଯାଇଥିବା ଲାଣ୍ଡମାଇନ ବିସ୍ଫୋରଣରେ ଜଣେ ଟ୍ରାକ୍ଟର ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିଲା, ଯାହା ପରେ ଅକ୍ଟୋବର ୧୨ ତାରିଖକୁ ମଧ୍ୟ ସୁରକ୍ଷା ବାହିନୀ ଦ୍ୱାରା ତିନୋଟି ଲାଣ୍ଡମାଇନ ଉଦ୍ଧାର କରାଯାଇଛି।
[ad_2]