ରାକ୍ଷୀଙ୍କ ବିରୋଧରେ ମାମଲା ରୁଜୁ କରି ତନୁଶ୍ରୀ କହିଲେ ଏଭଳି କଥା… – bajravana
[ad_1]
ମୁମ୍ବାଇ: କିଛିବର୍ଷ ହେବ ମିଠୁ ଅଭିଯାନକୁ ନେଇ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଚର୍ଚ୍ଚାକୁ ଆସିଥିଲେ। ନିକଟରେ ତନୁଶ୍ରୀ ଆଦିଲ ଖାନ ଦୁର୍ରାନୀଙ୍କ ସମର୍ଥନ କରି ସାମ୍ନାକୁ ଆସି ବଲିଉଡର ଡ୍ରାମା କୁଇନ ରାକ୍ଷୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ବିଭିନ୍ନ ଅଭିଯୋଗ ପରେ ତନୁଶ୍ରୀ ରାକ୍ଷୀ ସାୱନଙ୍କ ବିରୋଧରେ ଆଇନ ଅନୁଯାୟୀ ଆକସନ ନେବାକୁ ଯାଉଛନ୍ତି।
ତନୁଶ୍ରୀ ମୁମ୍ବାଇର ଓସିୱାରା ପୁଲିସ ଷ୍ଟେସନରେ ରାକ୍ଷୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ତନୁଶ୍ରୀ କହିଛନ୍ତି, ‘ ମୁଁ ରାକ୍ଷୀ ସାୱନ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି। ୨୦୧୮ରେ ମିଠୁ ଅଭିଯାନ ସମୟରେ ସେ ମୋତେ ବହୁତ ହଇରାଣ କରିଛନ୍ତି।
ବର୍ତ୍ତମାନ ପୁଲିସ ଅନେକ ଧାରାରେ ମୋର ଅଭିଯୋଗ ରୁଜୁ କରିଛି। ଗତ ୫ବର୍ଷର ସମସ୍ତ ବିବୃତ୍ତି ଏବଂ ପ୍ରମାଣ ସଂଗ୍ରହ କରି ରଖିଛି। ସମସ୍ତ ଭିଡିଓ ଆଧାରରେ ପୁଲିସ ଆଗାମୀ ଯାଞ୍ଚ ଆରମ୍ଭ କରି ଦେଇଛି।
ଏହି ପୂରା ଘଟଣା ୨୦୦୮ ମସିହାରୁ ଆରମ୍ଭ ହୋଇଛି। ଯେତେବେଳେ ନିର୍ମାତାମାନେ ‘ହର୍ନ ଓକେ ପ୍ଲିଜ’ ଚଳଚ୍ଚିତ୍ରର ଏକ ଗୀତ ପାଇଁ ରାକ୍ଷୀଙ୍କୁ ବାହାର କରି ମୋତେ ଚୟନ କରିଥିଲେ। କିନ୍ତୁ ରାକ୍ଷୀ ଏହାକୁ ନେଇ ବିବାଦ ସୃଷ୍ଟି କରିଥିଲେ। ଏହାପରେ ନିର୍ମାତା ମୋତେ ମନା କରି ରାକ୍ଷୀଙ୍କୁ ଉକ୍ତ ଗୀତରେ ନେଇଥିଲେ। ଏହି ସମସ୍ତ ଡ୍ରାମା ମୋ ବିରୋଧରେ ଜାଣିଶୁଣି କରାଯାଇଥିଲା ମୁଁ ଜାଣିବାକୁ ପାଇଥିଲି। ଉକ୍ତ ସିନେମା ଆଜି ପର୍ଯ୍ୟନ୍ତ ରିଲିଜ୍ ହୋଇପାରିଲା ନାହିଁ।’
[ad_2]