ସାତ୍ ସୱାଲ୍: ମୂଲ୍ୟହୀନ କଥାରେ ପ୍ରତିକ୍ରିୟାଶୀଳ ହେବାର କୌଣସି ଆବଶ୍ୟକତା ନ ଥାଏ – bajravana
[ad_1]
‘ଏ ଯୁଗର କୃଷ୍ଣ ସୁଦାମା’ ଚଳଚ୍ଚିତ୍ରରେ ନାୟିକା ଭାବେ ଅଭିନୟ କରି କ୍ୟାରିୟର ଆରମ୍ଭ କରିଥିଲେ ବର୍ଷା ପ୍ରିୟଦର୍ଶିନୀ। ୩୦ରୁ ଊର୍ଦ୍ଧ୍ବ ଓଡ଼ିଆ ସିନେମାରେ ଅଭିନୟ ସହ ବର୍ଷା ପ୍ରାୟ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି। ଓଡ଼ିଆ ବ୍ୟତୀତ ସେ କେତୋଟି ବଙ୍ଗଳା ସିନେମାରେ ମଧ୍ୟ ଅଭିନୟ କରିଛନ୍ତି। ‘ପ୍ରେମ ସବୁଠୁ ବଳବାନ୍’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ବର୍ଷା ସଂପ୍ରତି ‘ନିମ୍କୀ’, ‘କୁଇନ୍’ ଓ ‘ବିଜୟିନୀ’ ପରି ନାରୀକୈନ୍ଦ୍ରିକ ସିନେମାରେ ନଜର ଆସିଛନ୍ତି। ଓଲିଉଡ୍ର ଲୋକପ୍ରିୟ ନାୟିକା ବର୍ଷା ପ୍ରିୟଦର୍ଶିନୀଙ୍କ ସହ ଅଳ୍ପ ଆଳାପ।
Sambad is now on WhatsApp
Join and get latest news updates delivered to you via WhatsApp
ନିକଟରେ ରିଲିଜ୍ ହୋଇଛି ‘ବସ୍’। ଆପଣ ଚାହିଁଥିଲେ ଏଥିରେ ଓଲିଉଡ୍ର କେଉଁ ବି ବଡ଼ କଳାକାରଙ୍କୁ ନେଇ ପାରିଥାନ୍ତେ। ମାତ୍ର ଜଣେ ନବାଗତଙ୍କୁ କାହିଁକି ସୁଯୋଗ ଦେଲେ?
ପ୍ରଥମେ କହିବି କଳାକାର ସବୁବେଳେ କଳାକାର। ସେଥିରେ ଛୋଟ, ବଡ଼ର ପ୍ରଶ୍ନ ନାହିଁ। ଦ୍ବିତୀୟରେ, ଜଣେ ନବାଗତ ସୁଯୋଗ ପାଇଲେ ହିଁ ଆଗାମୀ ଦିନରେ ସେ ନିଜକୁ ପ୍ରମାଣିତ କରିପାରିବେ। ପ୍ରତିଭାର ବିକାଶ ହେବ।
କିଛି ବର୍ଷ ହେବ ଆପଣ ମୁଖ୍ୟତଃ ନାରୀକୈନ୍ଦ୍ରିକ ସିନେମା କରୁଛନ୍ତି। ଏହା ଏକ ସଂଯୋଗ ନା ଆଜିକାଲି ଏଭଳି ସିନେମାରେ ହିଁ ଅଧିକ ରୁଚି ରଖୁଛନ୍ତି?
ଘରେ, ସମାଜରେ, ରାଜ୍ୟରେ ଓ ଦେଶରେ ନାରୀର ଭୂମିକା ସର୍ବଦା ଶ୍ରେଷ୍ଠ ରହିଆସିଛି। ନାରୀର ଦକ୍ଷତା, ପ୍ରତିଭା, ସହନଶୀଳତା ଓ ଶକ୍ତିକୁ ଓଡ଼ିଆ ଚଳଚ୍ଚିତ୍ର ମାଧ୍ୟମରେ ପରିବେଷଣ କରି ଅଧିକରୁ ଅଧିକ ମହିଳାଙ୍କୁ ସଶକ୍ତ କରିବା ଓ ପ୍ରେରଣା ଦେବା ମୋର ଲକ୍ଷ୍ୟ। ସବୁବେଳେ ଚେଷ୍ଟା କରିଛି ମୋ କାହାଣୀ ଓ ମୋ ଚଳଚ୍ଚିତ୍ର ସମସ୍ତଙ୍କ ପାଇଁ ଶିକ୍ଷଣୀୟ ହେବା ସହ ସମସ୍ତଙ୍କୁ ପ୍ରେରଣା ଦେଉ।
ଆପଣ ଜଣେ ସମାଜସେବୀ। ରାଜନୀତିକୁ ଆପଣ ସମାଜସେବାର ମାଧ୍ୟମ ଭାବନ୍ତି କି? ସୁଯୋଗ ମିଳିଲେ ରାଜନୀତି କରିବେ?
ମୁଁ କେବଳ ଏତିିକି ବୁଝିଛି ଯେ, ‘ମାନବ ସେବା ହିଁ ମାଧବ ସେବା’। ରାଜନୀତିକୁ ନେଇ ସୁଯୋଗ ଆସିଲେ ସେ ବିଷୟରେ ମୁଁ ସେତେବେଳେ ଚିନ୍ତା କରିବି।
ବର୍ଷା ପ୍ରିୟଦର୍ଶନୀ ଯଦି ଅଭିନେତ୍ରୀ ହୋଇ ନ ଥାନ୍ତେ ତ କ’ଣ ହୋଇଥାନ୍ତେ?
ଭଗବାନ୍ ମୋ ଭାଗ୍ୟରେ ଯାହା ଲେଖିଥାନ୍ତେ।
ନିଜ ଜୀବନରେ କରିଥିବା କେଉଁ କଥାକୁ ନେଇ ଆପଣ ଅନୁତାପ କରନ୍ତି?
ବିଶ୍ବାସ।
ନିଜ ମତ ବ୍ୟକ୍ତ କରିବାକୁ ସୋସିଆଲ୍ ମିଡିଆ ଏକ ପ୍ରମୁଖ ଜରିଆ ବୋଲି ଆପଣ ଭାବନ୍ତି କି?
ନା।
ଆପଣଙ୍କ ଜୀବନରେ ଅନେକ କିଛି ଘଟିଥିଲେ ବି ଆମେ କେବେ ବର୍ଷାଙ୍କୁ ପ୍ରତିକ୍ରିୟାଶୀଳ ହେବାର ଦେଖିନୁ। ପ୍ରଶଂସକଙ୍କ ସହ ଆପଣଙ୍କ ଶାନ୍ତ ରହିବାର ରହସ୍ୟ ବାଣ୍ଟିବେ କି?
ଅବାନ୍ତର, ସଂପୂର୍ଣ୍ଣ ମିଥ୍ୟା, ଭିତ୍ତିହୀନ, ମୂଲ୍ୟହୀନ, ଅମୂଳକ କଥାରେ ପ୍ରତିକ୍ରିୟାଶୀଳ ହେବାର ଆବଶ୍ୟକତା ନ ଥାଏ। ମୋ ବାପାମାଆ ଓ ଦୁଇ ବଡ଼ଭଉଣୀ ସବୁବେଳେ ମୋତେ ସହନଶୀଳତା ଓ ମାନବିକତାର ସଂସ୍କାର ଦେଇଛନ୍ତି। ମୋ ପରିବାରର ଆଶୀର୍ବାଦ ଓ ପ୍ରେରଣା ହିଁ ମୋର ଶକ୍ତି ଏବଂ ମୋର ଆତ୍ମବିଶ୍ବାସ।
ଅବାନ୍ତର, ସଂପୂର୍ଣ୍ଣ ମିଥ୍ୟା, ଭିତ୍ତିହୀନ, ମୂଲ୍ୟହୀନ, ଅମୂଳକ କଥାରେ ପ୍ରତିକ୍ରିୟାଶୀଳ ହେବାର ଆବଶ୍ୟକତା ନ ଥାଏ। ମୋ ବାପାମାଆ ଓ ଦୁଇ ବଡ଼ଭଉଣୀ ସବୁବେଳେ ମୋତେ ସହନଶୀଳତା ଓ ମାନବିକତାର ସଂସ୍କାର ଦେଇଛନ୍ତି।
[ad_2]