ଅପରାଧ

ପନିର ଚିଲ୍ଲି ଅର୍ଡର କରିଥିବା ବେଳେ ଘରେ ପହଞ୍ଚିଥିବା ଚିଲ୍ଲି ଚିକେନ ଖାଇ ଅସୁସ୍ଥ ହେଲେ ଗ୍ରାହକ – bajravana

[ad_1]

ନୂଆଦିଲ୍ଲୀ: ଲକ୍ଷ୍ମୌର ଏକ ରେସ୍ତୋରାଁର ମାଲିକ ଓ ସୁଇଗି ଡେଲିଭରି ବଏଙ୍କ ବିରୋଧରେ ଜଣେ  ଗ୍ରାହକ ଅଭିଯୋଗ କରିଛନ୍ତି।  ଉକ୍ତ ଗ୍ରାହକ ଜଣକ ସକାହାରୀ ଖାଦ୍ୟ ଅର୍ଡର କରିଥିବା ବେଳେ ଘରେ ଚିକେନ ପହଞ୍ଚିଥିଲା। ଉକ୍ତ ଖାଦ୍ୟକୁ ସେ ଖାଇବାରୁ ଅସୁସ୍ଥ ହୋଇ ପଡ଼ିଥିଲେ ବୋଲି ଗ୍ରାହକ ଥାନାରେ ଅଭିଯୋଗ କରି କହିଛନ୍ତି।

ଏହି ଘଟଣାଟି ଲ‌‌କ୍ଷ୍ମୌର ଆଶିୟାନା କୋତବାଲି ଅଞ୍ଚଳରେ ଘଟିଛି। ଯେଉଁଠାରେ ଜଣେ ବ୍ୟକ୍ତି ସୁଇଗିରୁ ଚିଲ୍ଲି ପନିର ଅର୍ଡର କରିଥିଲେ। କିନ୍ତୁ ଘରେ ଯେତେବେଳେ ଏହି ଅର୍ଡର ପହଞ୍ଚିଥିଲା ସେଥିରେ ଥିଲା ଚିଲ୍ଲି ଚିକେନ। ଏହି ଚିକେନ ଖାଇବା ଦ୍ବାରା ଗ୍ରାହକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା।

ପୁଲିସ ସୂତ୍ରରୁ ପ୍ରକାଶ, ଜଣେ  ଗ୍ରାହକ ଚିଲ୍ଲି ପନିର ମଗାଇଥିବ‌ା ବେଳେ ଘରେ ଚିଲ୍ଲି ଚିକେନ ପହଞ୍ଚିଥିଲା। ସେ ପୂର୍ବରୁ କେବେ ଆମିଷ ଖାଇ ନଥିବାରୁ ଚିଲ୍ଲି ଚିକେନକୁ ପରଖି ନପାରି ଚିଲ୍ଲି ପନିର ଭାବି ଖାଇ ଦେଇଥିଲେ। ଫଳରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା, ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା।

ତେବେ ଏହି ଘଟଣାପରେ ରେସ୍ତୋରାଁ ମାଲିକ ଓ ସୁଇଗି  ଡେଲିଭରି ବଏଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଘଟଣାର ଯାଞ୍ଚ ଚାଲିଛି। ଏହି ଯାଞ୍ଚରେ ଯିଏବି ଦୋଷୀ ସାବ୍ୟସ୍ତ ହେବ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆଲମବାଗରେ ଅବସ୍ଥିତ ଚାଇନିଜ ଫ୍ୟୁଜନ ନାମକ ରେସ୍ତୋରାଁ ବିରୋଧରେ ଏଭଳି ଅଭିଯୋଗ ହେବା ପରେ ବୁଝାମଣାରେ ଭୁଲ ହେତୁ ଏଭଳି ଅର୍ଡର ଗ୍ରାହକଙ୍କ ନିକଟକୁ ଚାଲି ଯାଇଥିବା କୁହାଯାଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button