ମନୋରଞ୍ଜନ

ଶନିବାର ଭାରତ ଆସି ରବିବାର ଇସ୍ରାଏଲରେ ଫସିଥିବା କହିଥିଲେ ନୁସରତ: କେଆରକେ – bajravana

[ad_1]

ମୁମ୍ବାଇ: ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ବଲିଉଡ ଅଭିନେତ୍ରୀ ନୁସରତ ଭରୁଚା ଇସ୍ରାଏଲରେ ଫସି ଯାଇଥିଲେ। ହାଇଫା ଚଳଚ୍ଚିତ୍ର ପୁରସ୍କାରରେ ଯୋଗଦେବା ପାଇଁ ନୁସରତ ଇସ୍ରାଏଲ ଯାଇଥିବା ବେଳେ ହଠାତ୍ ଯୁଦ୍ଧ ଆରମ୍ଭ ହେବାରୁ ସେ ସେଠାରେ ଫସିଯାଇଥିଲେ। ହେଲେ ଅଭିନେତ୍ରୀ ରବିବାର ଦିନ ନିରାପଦରେ ଭାରତ ଫେରିଛନ୍ତି। ଏହି ସମଗ୍ର ପ୍ରସଙ୍ଗକୁ ନେଇ ନିଜକୁ ଫିଲ୍ମ ସମୀକ୍ଷକ କହୁଥିବା କମାଲ ଆର ଖାନ ଓରଫ କେଆରକେ ନୁସରତ ଭରୁଚାଙ୍କୁ ଟାର୍ଗେଟ କରିଛନ୍ତି। ସେ ଅଭିନେତ୍ରୀଙ୍କୁ ଡ୍ରାମ‌ା କୁଇନ୍ ସହ ନିର୍ଲଜ କହିଥିବା ଦେଖାଯାଇଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କେଆରକେ ପୋଷ୍ଟ କରିଛନ୍ତି ଯେ, “ନୁସରତ ଭରୁଚା ଶନିବାର ଭାରତକୁ ଫେରିଥିଲେ। କିନ୍ତୁ ରବିବାର ସକାଳେ ସେ ଖବର ଦେଇଥିଲେ ଯେ ସେ ଇସ୍ରାଏଲରେ ଫସିଛନ୍ତି ଏବଂ କାହା ସହିତ ଯୋଗାଯୋଗ କରିପାରୁନାହାନ୍ତି। ଏକ ଘଣ୍ଟା ପରେ ସେ ପୁଣି ସୂଚନା ଦେଇଥିଲେ ଯେ, ସେ ସୁରକ୍ଷିତ ଅଛନ୍ତି ଏବଂ ଉଡ଼ାଣ ପାଇଁ ବିମାନବନ୍ଦରରେ ପହଞ୍ଚିଛନ୍ତି। ଏହାର ଏକ ଘଣ୍ଟା ପରେ ସେ ଏକ ଭିଡିଓ ଜାରି କରି କହିଥିଲେ ଯେ ସେ ମୁମ୍ବାଇରେ ପହଞ୍ଚିସାରିଛନ୍ତି। ବର୍ତ୍ତମାନ ଆପଣ କଳ୍ପନା କରିପାରିବେ ଯେ ସେ କେତେ ବଡ଼ ଡ୍ରାମ‌ା କୁଇନ୍ ଓ ନିର୍ଲଜ।”

କେଆରକେଙ୍କ ଏଭଳି ପୋଷ୍ଟ ପରେ ଏବେ ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି। ନୁସରତ ମିଛ କହିଥିବା ନେଇ ଚର୍ଚ୍ଚା ଆରମ୍ଭ ହେବା ସହ କେ‌ଆରକେ ଏତେ ସୂଚନା କିଭଳି ପାଇଲେ ସେ ନେଇ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି ଲୋକେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button