ମନୋରଞ୍ଜନ

ଦ୍ବିତୀୟ ଥର ବିବାହ କରିବା ପରେ ଖୁସିରେ ସ୍ତ୍ରୀଙ୍କୁ ଆଲିଙ୍ଗନ କଲେ ଗୋବିନ୍ଦା – bajravana

[ad_1]

ନୂଆଦିଲ୍ଲୀ: ନିକଟରେ ସୁପରଷ୍ଟାର ଗୋବିନ୍ଦା ତାଙ୍କ ସ୍ତ୍ରୀ ସୁନୀତାଙ୍କ ସହ ରିଆଲିଟି ସୋ’ ‘ଡ୍ୟାନ୍ସ ଦିଓ୍ବାନେ ୪’ର ସେଟରେ ପହଞ୍ଚିଥିଲେ।

ଏହି ସୋ’ର ଆଗାମୀ ଅଧ୍ୟାୟରେ ଗୋବିନ୍ଦା ଧର୍ମପତ୍ନୀ ସୁନୀତାଙ୍କୁ ପୁଣିଥରେ ମଞ୍ଚ ଉପରେ ବିବାହ କରୁଥିବା ଦେଖିବାକୁ ମିଳିବ। ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଘଟଣାଟି ହେଉଛି ଏପରି ଗୋବିନ୍ଦାଙ୍କ ସୁନୀତା ଅହୁଜାଙ୍କ ସହ ପ୍ରେମସମ୍ପର୍କ ଥିଲା। ଏ ସମ୍ପର୍କର କିଛିବର୍ଷ ପରେ ଦୁହେଁ ବିବାହ କରିବାକୁ ସ୍ଥିର କରିଥିଲେ। ଗୋବିନ୍ଦା କାହାକୁ କିଛି ନଜଣାଇ ପ୍ରେମିକା ସୁନୀତାଙ୍କୁ ବିବାହ କରିଥି‌ଲେ। ବିବାହକୁ ଏକ ବର୍ଷ ପୁରିବା ପରେ ଯାଇ ଗୋବିନ୍ଦା ବିବାହ କରିଥିବା କଥା ସମସ୍ତେ ଜାଣିବାକୁ ପାଇଥିଲେ।

ଲୁଚିଲୁଚି ବିବାହ କରିବାର କାରଣକୁ ନେଇ ଗୋବିନ୍ଦା କହିଥିଲେ, ‘ମୁଁ ଭୟ କରୁଥିଲି କି ମୋ ବିବାହ କ୍ୟାରିୟରକୁ ପ୍ରଭାବିତ ନକରୁ। ଏହି କାରଣୁ ଏ ବିଷୟରେ କାହାକୁ କିଛି ଜଣାଇ ନଥିଲି।’

‘ଡ୍ୟାନ୍ସ ଦିଓ୍ବାନେ ୪’ ର ଗୋବିନ୍ଦା ଓ ତାଙ୍କ ଧର୍ମପତ୍ନୀ ସୁନୀତା ପହଞ୍ଚିବା ପରେ ମାଧୁରୀ ଦୀକ୍ଷିତ ଅଭିନେତାଙ୍କୁ କହିଥିଲେ,‘ ଗୋବିନ୍ଦା ଜୀ, ତୁମେ ଲୁଚିଲୁଚି ବିବାହ କରିଥିଲ। କାହାକୁ କିଛି ଜଣାଇ ନଥିଲା। ମାଧୁରୀଙ୍କ ଠାରୁ ଏକଥ‌ା ଶୁଣି ସୁନୀତା ଦୁଃଖରେ କହିଥିଲେ, ‘ଆଜ୍ଞା ଜାଣିଛନ୍ତି ମୋ ଜୀବନର ସବୁ ଠାରୁ ଦୁଃଖ ହେଉଛି ଗୋବିନ୍ଦାଙ୍କ ସହ ବିବାହର କୌଣସି ଫଟୋ ନାହିଁ।’

ସୁନୀତାଙ୍କ ଠାରୁ ଏଭଳି କଥା ଶୁଣି ସୋ’ର ବିଚାରପତି ମାଧୁରୀ କହିଥିଲେ, ‘ମନ ଊଣା କରିବାର କୌଣସି କାରଣ ନାହିଁ। ଆମ ସୋ’ରେ ଆପଣଙ୍କ ଏହି ଦୁଃଖ ଦୂର ହେବ। ସେବେ ଆପଣମାନେ ଲୁଚି କି ବିବାହ କରିଥିଲେ। ଏବେ ସର୍ବ ସମ୍ମୁଖରେ ବିବାହ କରିବେ। ସମସ୍ତେ ଦେଖିବା ସହ ଏହି ମୁହୂର୍ତ୍ତକୁ ଆମେ କ୍ୟାପଚର ବି କରି ନେବା। ଯାହା ଆପଣଙ୍କ ସହିତ ସର୍ବଦା ରହିବ।’

ଏହାପରେ ମାଧୁରୀ ଦୀକ୍ଷିତ ଗୋବିନ୍ଦା ଏବଂ ସୁନୀଲ ସୁନୀତାଙ୍କୁ ଫୁଲମାଳ ଦେଇଥିଲେ। ସୁନୀତା ଏବଂ ଗୋବିନ୍ଦା ପରସ୍ପରର ବେକରେ ଫୁଲମାଳ ପକାଇବା ସହିତ ଆଲିଙ୍ଗନ କରିଥିଲେ। ୩୭ବର୍ଷ ପରେ ପୁଣିଥରେ ବିବାହ କରି ଗୋବିନ୍ଦା ଓ ସୁନୀତା ଖୁବ ଖୁସି ହୋଇଯାଇଥିବା ଭାଇରାଲ ହୋଇଥିବା ଫଟୋରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button