ଚୋରି କରିଥିବା ଲାଇଟରରେ ଦୋକାନୀଙ୍କ ମୁଣ୍ଡରେ ନିଆଁ ଲଗାଇ ଦେଲା ଚୋର – bajravana
[ad_1]
ନୂଆଦିଲ୍ଲୀ: ଚୋର ଚୋରିକରୁଥିବାର ବିଭିନ୍ନ ଘଟଣା ସାମାଜିକ ଗଣମାଧ୍ୟମ ଜରିଆରେ ସାମ୍ନାକୁ ଆସିଛି। କିଛିଦିନ ହେବ ଏମିତି ଘଟଣା ଘଟୁଛି ଯେଉଁଥିରେ ଚୋରମାନେ ଦିନଦ୍ବିପହ ସମୟରେ ଲୋକଙ୍କ ସାମ୍ନାରେ ନିର୍ଭୟରେ ଚୋରି କରି ନେଇ ଚାଲି ଯାଉଛନ୍ତି। ଚୋରିଘଟଣା ହ୍ରାସ କରିବା ପାଇଁ ସରକାର ଓ ପୁଲିସ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଥିବା ସତ୍ତ୍ବେ ଏମିତି ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।
ନିକଟରେ ଏମିତି ଏକ ଲୋମଟାଙ୍କୁରା ଚୋରି ଘଟଣା ଆମେରିକାରୁ ସାମ୍ନାକୁ ଆସିଛି।
ଏଥିରେ ଦେଖିବାକୁ ମିଳୁଛି ଜଣେ ଚୋର ଚୋରି କରିବା ପାଇଁ କାଲିଫର୍ଣ୍ଣିଆସ୍ଥିତ ଏକ ଦୋକାନରେ ପ୍ରବେଶ କରୁଛି। ଦୋକାନରେ ପ୍ରବେଶ କରି ଚୋର ଯେତେବେଳେ ଚୋରି କରୁଛି ତାକୁ ଦୋକାନୀ କାବୁ କରି ଚୋରି କରିବାରୁ ଅଟକାଇ ଦେଉଛନ୍ତି। ଏଥିରେ ଚୋର ଜଣକ ରାଗି ଯାଇ ଦୋକାନୀଙ୍କ ମୁଣ୍ଡରେ ନିଆଁ ଲଗାଇ ଦେଉଛି। ଏହାପରେ ଦୋକାନରେ ଉପସ୍ଥିତ ଥିବା ଅନ୍ୟ କର୍ମଚାରୀମାନେ ଦୋକାନୀଙ୍କ ମୁଣ୍ଡରୁ ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି।
ଏହି ଭୟାବହ ଘଟଣାପରେ ଗୁରୁତର ଅବସ୍ଥାରେ ଦୋକାନୀଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
Surveillance footage captures homeless shoplifter with a violent record set a store clerk on fire in the Bay Area.
We are living through some incredibly turbulent times, from carjackings, lootings, and serial shoplifting to gang-related crimes, things are just getting started. pic.twitter.com/Tt19gqZbLx
— OFFGRID Survival (@offgridsurvival) October 4, 2023
ପୀଡ଼ିତ ଦୋକାନୀ ଏହି ଘଟଣାକୁ ନେଇ କହିଛନ୍ତି, ‘ମୁଁ ୫ବର୍ଷ ହେବ ଏହି ଦୋକାନରେ କାମ କରି ଆସୁଛି। ଅନେକ ଥର ଲୋକଙ୍କୁ ଦୋକାନରୁ ଚୋରି କରୁଥିବା ମୁଁ ଧରିଛି। କିନ୍ତୁ ଏମିତି ଘଟଣା ମୋ ସହ କେବେ ଘଟିବ ମୁଁ ଚିନ୍ତା ବି କରି ନଥିଲି। ଏହି ଘଟଣା ପରେ ମୁଁ ଅନ୍ୟ ଦୋକାନୀଙ୍କୁ ବି ଏମିତି ଚୋରଙ୍କ ପ୍ରତି ସାବଧାନ ରହିବାକୁ ପରାମର୍ଶ ଦେବି। କାରଣ ଏମିତି ଘଟଣାରେ ଲୋକଙ୍କ ଜୀବନ ବି ଚାଲିଯିବାର ଅନେକ ସମ୍ଭାବନା ରହିଛି।’
[ad_2]