ଦେଶ ବିଦେଶ
ଶେଷ ପର୍ଯ୍ୟାୟରେ ‘ଗଗନାୟନ’ ମିଶନର ପ୍ରସ୍ତୁତି – bajravana
[ad_1]
ବାଙ୍ଗାଲୁରୁ: ଚନ୍ଦ୍ରାୟନ-୩ ଓ ଆଦିତ୍ୟ ଏଲ୧ର ସଫଳ ପରୀକ୍ଷଣ ପରେ ଇସ୍ରୋ ଆଉ ଏକ ପାଦ ଆଗକୁ ବଢ଼ିବାକୁ ପ୍ରସ୍ତୁତି ଚଲାଇଛି । ଚଳିତ ମାସ ଶେଷରେ ପରୀକ୍ଷଣ ପାଇଁ ବିକଶିତ ‘ଗଗନୟାନ’ ଯାନରୁ ଅନ୍ତରୀକ୍ଷ ଯାତ୍ରୀଙ୍କୁ ବାହାରକୁ କାଢ଼ିବାର ପ୍ରଣାଳୀ ‘କ୍ରୁ ଏସ୍କେପ ସିଷ୍ଟମ’ର ପରୀକ୍ଷଣ କରିବାକୁ ଯୋଜନା ପ୍ରସ୍ତୁତ କରିଛି । ଏହାସହ ଜଡ଼ିତ କିଛି ଫଟୋ ଇସ୍ରୋ ସୋସିଆଲ ମିଡିଆ ସାଇଟ ‘ଏକ୍ସ’ରେ ସେୟାର କରିଛି । ପରୀକ୍ଷଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ନେଇ ମଧ୍ୟ ଇସ୍ରୋ ସୂଚନା ପ୍ରଦାନ କରିଛି ।
‘ଗଗନୟାନ’ ଇସ୍ରୋର ଏକ ଖାସ୍ ମିଶନ । ବାସ୍ତବରେ ଏହି ପରୀକ୍ଷଣ ଭାରତ ଦ୍ୱାରା ଅନ୍ତରୀକ୍ଷରେ ମାନବ ମିଶନ ପଠାଇବାର ଗୁରୁତ୍ତ୍ୱପୂର୍ଣ୍ଣ ଯୋଜନାର ଏକ ଅଂଶ । ଯଦି ଏହା ସଫଳ ହୋଇଯାଏ ତେବେ ଭାରତର ଅନ୍ତରୀକ୍ଷରେ ଆଉ ଏକ ଉପଲବ୍ଧି ହାସଲ କରିବ ।
[ad_2]