ଓଡିଶା

ନିଷିଦ୍ଧାଂଞ୍ଚଳରେ ରିଲ୍‌ କରୁଥିଲେ ବାନ୍ଧବୀ, ଉଦ୍ଧାର କରିବାକୁ ଯାଇ ବୁଡ଼ିଗଲେ ଯୁବକ – bajravana

[ad_1]

୨୦୨୦ ସେପ୍ଟମ୍ବରରେ ଏହି ଅଞ୍ଚଳକୁ ନିଷିଦ୍ଧାଂଚଳ ଘୋଷଣା କରାଯାଇଥିଲା

ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକ ତାପଙ୍ଗ ପରିତ୍ୟକ୍ତ ଖଣି ଅଞ୍ଚଳରେ ସୃଷ୍ଟି ହୋଇଥିବା କୃତ୍ରିମ ପୋଖରୀରେ ବୁଡ଼ି ଶୁକ୍ରବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ରିଲ୍‌ ସୁଟିଂ କରିବା ସମୟରେ ପାଣିରେ ଖସିଯାଇଥିବା ବାନ୍ଧବୀଙ୍କୁ ଉଦ୍ଧାର କରିବାକୁ ଯାଇ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି।

ଆଜି ପୂର୍ବାହ୍‌ଣ ପ୍ରାୟ ସାଢ଼େ ୧୦-୧୧ଟା ବେଳେ କଟକ ସିଡିଏ ସେକ୍ଟର ୧୩ର ଆଶୁତୋଷ ବେହେରା (୨୧), ତାଙ୍କ ସହ ୩ଜଣ ବାନ୍ଧବୀ ଓ ୨ଜଣ ବନ୍ଧୁ ତାପଙ୍ଗ ଅଞ୍ଚଳରେ ଥିବା ପରିତ୍ୟକ୍ତ ପଥର ଖଣି ପୋଖରୀ ଠାରେ ପହଞ୍ଚିଥିଲେ। ଆଶୁତୋଷଙ୍କ ସହ ଯାଇଥିବା ବାନ୍ଧବୀ (୨୦) ପୋଖରୀକଡ଼ରେ ଠିଆ ହୋଇ ରିଲ୍‌ କରୁଥିବା ବେଳେ ପୋଖରୀର ଅକାତ ପାଣିମଧ୍ୟକୁ ଖସିଯାଇଥିଲେ। ତାଙ୍କୁ ରକ୍ଷା କରିବାକୁ ଆଶୁତୋଷ ପାଣିମଧ୍ୟକୁ ଡେଇଁ ପଡ଼ିଥିଲେ। କୌଣସି ମତେ ଯୁବତୀ ଜଣକ କୂଳକୁ ଉଠିଆସିଥିବା ବେଳେ ଆଶୁତୋଷ କିନ୍ତୁ ଆଉ ଆସିପାରିନଥିଲେ। ଏନେଇ ତାଙ୍କର ବନ୍ଧୁମାନେ ପ୍ରାୟ ୧୨ଟା ବେଳେ ଆପତକାଳୀନ ସହାୟତା ଟୋଲ୍‌ ଫ୍ରି ନମ୍ବର ୧୧୨ରେ ଫୋନ୍‌କରିଥିଲେ।

ସୂଚନା ପାଇ ସଦର ଥାନା ପୁଲିସ, ଦମକଳ ବାହିନୀ ଓ ଓଡ୍ରାଫ୍‌ ଟିମ୍‌ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପୋଖରୀ ଗଭୀର ଥିବା ହେତୁ ଆଶୁତୋଷଙ୍କ ଶରୀର ମିଳିବାରେ ବିଳମ୍ବ ହୋଇଥିଲା। ଦୀର୍ଘ ୪ ଘଣ୍ଟାର ପରିଶ୍ରମ ପରେ ସାଢ଼େ ଚାରିଟା ବେଳେ ଆଶୁତୋଷଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ଏନେଇ ସଦର ଥାନାର ଭାରପ୍ରାପ୍ତ ଅଧିକାରୀ କାହ୍ନୁ ଚରଣ ସ୍ବାଇଁ କହିଛନ୍ତି ଯେ ଆଶୁତୋଷଙ୍କ ସହ ୫ଜଣ ପୁଅ ଓ ଝିଅ ସାଙ୍ଗ ସେଠାକୁ ପିକ୍‌ନିକ୍‌ ପାଇଁ ଆସିଥିଲେ। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ସେନେଇ ପଚରାଉଚୁରା କରାଯାଉଛି। ଆଶୁତୋଷଙ୍କ ପରିବାରକୁ ସୂଚିତ କରାଯାଇଛି। ଆଶୁତୋଷଙ୍କ ମୃତଦେହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବଗୃହରେ ରହିଛି। ଆଶୁତୋଷଙ୍କ ପରିବାର ଆସିବା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ।  ତେବେ ଖବର ଲେଖିବା ବେଳେକୁ ଏନେଇ ଲିଖିତ ଅଭିଯୋଗ ହୋଇନଥିବାରୁ ମାମଲା ରୁଜୁ ହୋଇନଥିବା ନେଇ ଥାନା ସୂତ୍ରରୁ ଜଣାଯାଇଛି।

ସୂଚନାଯୋଗ୍ୟ, ୨୦୨୦ କରୋନା ସମୟରେ ତାପଙ୍ଗର ପରିତ୍ୟକ୍ତ ଖଣି ଅଞ୍ଚଳ, ଯାହା ହାତିଆ ମୁଣ୍ଡିଆ ଭାବେ ପରିଚିତ, ସେଠାକୁ ଓଡ଼ିଶା ଓ ଓଡ଼ିଶା ବାହାର ପର୍ଯ୍ୟଟକଙ୍କ ସୂଅ ଛୁଟିଥିଲା। ଦୁର୍ଘଟଣାର ଆଶଙ୍କାରେ ପୁଲିସ ପ୍ରଶାସନ ପକ୍ଷରୁ ସେହିବର୍ଷ ସେପ୍ଟମ୍ବର ୨୮ ତାରିଖରେ ସମଗ୍ର ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିଲା। କିଛି ଦିନ ସେଠାରେ ପୁଲିସ ମଧ୍ୟ ମୁତୟନ ହୋଇଥିଲେ। ତେବେ ପରେ ଏନେଇ ପ୍ରଶାସନ ଢିଲା ପଡ଼ିବା ପରେ ପୁଣି ସେଠାରେ ଦେଖଣାହାରୀ, ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବାରେ ଲାଗିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button