ମନୋରଞ୍ଜନ

ସୋସିଆଲ୍ ମିଡିଆରେ ମନକଥା କହିଲେ ଅନୁଭବ: ବର୍ଷାଙ୍କୁ ଦେଲେ ଏହି ପରାମର୍ଶ – bajravana

[ad_1]

କଟକ: ଓଲିଉଡର ଲୋକପ୍ରିୟ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ପୁଣି ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଅନୁଭବ ଓ ବର୍ଷାଙ୍କ ପାରିବାରିକ ବିବାଦ ଭିତରେ ଆଜି ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି ଅନୁଭବ ମହାନ୍ତି। ବିବାହ ପରେ ବିଦାୟ ବେଳର ଫଟୋ ବି ଏଥିରେ ପୋଷ୍ଟ କରିଛନ୍ତି । ବର୍ଷା ପ୍ରିୟଦର୍ଶିନୀଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, ସେ ତାଙ୍କୁ ହୃଦୟର ଗଭୀରତମ ପ୍ରଦେଶରୁ ଭଲ ପାଆନ୍ତି।

https://platform.twitter.com/widgets.jsଯେକୌଣସି କାରଣରୁ ବିବାହ ବିଫଳ ହୋଇଥିଲେ ବି, ବିବାହ ବିଚ୍ଛେଦ ପରେ ବନ୍ଧୁ ହୋଇ ରହିପାରିବେ ନାହିଁ କି ବୋଲି ପ୍ରଶ୍ନ କରିଛନ୍ତି। ଏହି ବିଚ୍ଛେଦ ଏତେ ତିକ୍ତ ହେଉ ବୋଲି ସେ କେବେ ଚାହିଁ ନାହାନ୍ତି ବୋଲି ଲେଖିଛନ୍ତି। ବିଚ୍ଛେଦ ତ ନିଶ୍ଚିତ ହେବ, ହେଲେ କାହିଁକି ସମ୍ମାନର ସହ ନ ହେବ ବୋଲି ସେ କହିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ବର୍‌ ୨୫ରେ ବର୍ଷା ଓ ଅନୁଭବ ଏସ୍‌ଡିଜେଏମ୍‌ ଅଦାଲତରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ମଧ୍ୟସ୍ଥତା ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ। ଏସ୍‌ଡିଜେଏମ୍‌ଙ୍କ ଚାମ୍ବର୍‌ରେ ବର୍ଷା ଓ ଅନୁଭବ ଉପସ୍ଥିତ ରହି ନିଜ ପକ୍ଷ ରଖିଥିଲେ। ମଧ୍ୟସ୍ଥତା ପ୍ରକ୍ରିୟାରୁ କୌଣସି ସୁଫଳ ମିଳି ନଥିବାରୁ ଅଭିଯୋଗକାରୀ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଥିଲା।

ଉଲ୍ଲେଖଯୋଗ୍ୟ ଯେ କଟକ ସଦର ଏସ୍‌ଡିଜେଏମ୍ ଅଦାଲତରେ ବର୍ଷା ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଆଇନ (ପ୍ରୋଟେକ୍ସନ୍ ଅଫ୍ ଓମେନ୍ ଫ୍ରମ୍ ଡୋମେଷ୍ଟିକ୍ ଭାଓଲେନ୍ସ ଆକ୍ଟ), ୨୦୦୫ର ଧାରା ୧୨, ୧୭, ୧୮, ୧୯, ୨୦, ୨୨ ଓ ୨୩ରେ କ୍ଷତିପୂରଣ ଓ ଭରଣପୋଷଣ ଦାବି କରି ମାମଲା ରୁଜୁ କରିଥିଲେ। ତାଙ୍କର ହୋଇଥିବା ଶାରୀରିକ, ମାନସିକ, ଆର୍ଥିକ କ୍ଷତିପୂରଣ ଭରଣା ପାଇଁ ଘରେ ରହିବାକୁ ଅଧିକାର ଦେବା, ନଚେତ୍‌ ଘରଭଡ଼ା ବାବଦ ଟଙ୍କା ଦେବା, ମାସିକ ଖର୍ଚ୍ଚ ତୁଲାଇବାକୁ ପ୍ରତିମାସରେ ୫୦ ହଜାର ଟଙ୍କା ଦେବା, ମେଡିକାଲ୍‌ ଖର୍ଚ୍ଚ ବାବଦକୁ ଟଙ୍କା ଏବଂ ତାଙ୍କର ଆୟର ବାଟ ବନ୍ଦ କରି ଦେଇଥିବାରୁ ଏ ବାବଦରେ ଅର୍ଥ ଦେବା ପାଇଁ ଅନୁଭବଙ୍କୁ ନିର୍ଦ୍ଦେଶ ଦେବା ଲାଗି ବର୍ଷା ଅଦାଲରେ ନିବେଦନ କରିଥିଲେ। ସୂଚନାଯୋଗ୍ୟ ଯେ ‌ବର୍ଷାଙ୍କ ପାଇଁ ବିକଳ୍ପ ରହିବା ବ୍ୟବସ୍ଥା ଅନୁଭବ କରିବା ସପକ୍ଷରେ ଏସ୍‌ଡିଜେଏମ୍ ଅଦାଲତ ୨୦୨୨, ଜୁନ୍‌ ୨ରେ ରାୟ ଦେଇଥିଲେ। ବର୍ଷାଙ୍କ ପକ୍ଷରୁ ଆଇନଜୀବୀ ରାମକୃଷ୍ଣ ରଥ, ସିଦ୍ଧାର୍ଥ ଦାସ ଓ ଅନୁଭବଙ୍କ ତରଫରୁ ଆଇନଜୀବୀ ଲଳିତେନ୍ଦୁ ମିଶ୍ର ମାମଲା ପରିଚାଳନା କରୁଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button