ଓଡିଶା

ଲକ୍ଷ୍ମୀ ବସ୍‌ ବିରୋଧରେ ୨୪ଘଣ୍ଟିଆ ବନ୍ଦକୁ ମାଲିକ ସଂଘର ରହିବ ସଂପୂର୍ଣ୍ଣ ସହଯୋଗ: ବନ୍ଦ ଆବାହକ – bajravana

[ad_1]

ଜୟପୁର: ରାଜ୍ୟ ସରକାର ପଂଚାୟତରୁ ବ୍ଲକ, ବ୍ଲକରୁ ଜିଲ୍ଲା ଏବଂ ଜିଲ୍ଲାରୁ ରାଜଧାନୀ ଓ ପୁରୀକୁ  ଆରମ୍ଭ କରିବାକୁ ଯାଉଛନ୍ତି ଲକ୍ଷ୍ମୀ ଯୋଜନା ବସ୍ ସେବା। ଏହି ସେବାକୁ ବିରୋଧ କରି ଅବିଭକ୍ତ କୋରାପୁଟ ଜିଲ୍ଲା ଘରୋଇ ବସ୍‌ ମାଲିକ ସଂଘର ଆହ୍ବାନକ୍ରମେ କରାଯାଉଥିବା ୨୪ଘଣ୍ଟିଆ ବନ୍ଦକୁ ସବୁ ଜିଲ୍ଲାର ସବୁ  ଘରୋଇ ବସ ମାଲିକ ସଂଘ ସଂପୂର୍ଣ୍ଣ ସମର୍ଥନ କରୁଛନ୍ତି ବୋଲି କହିଛନ୍ତି ଆବାହକ ନରେନ୍ଦ୍ର ମହାନ୍ତି। ଗତ କାଲି ହୋଇଥିବା ପ୍ରସ୍ତୁତି ବୈଠକରେ ମାଲାକାନଗିରୀ ଜିଲ୍ଲା ଘରୋଇ ବସ ମାଲିକ ସଂଘର ଅଭିମୁଖ୍ୟ ଅସ୍ପଷ୍ଟ ରହିଥିବା ବେଳେ ମାଲାକାନଗିରୀ ଜିଲ୍ଲା ଘରୋଇ ବସ ମାଲିକ ସଂଘ ବି ଆସନ୍ତାକାଲିର ବସ ଚଳାଚଳ ବନ୍ଦ ଆ‌ନ୍ଦୋଳନରେ ସାମିଲ ହେବ ବୋଲି ସୂଚନା ଦେଇଛନ୍ତି ଆବାହକ। ସେଭଳି ଆଜି ଜୟପୁର ଘରୋଇ ବସ ମାଲିକ ସଂଘ କାର୍ଯ୍ୟାଳୟ ପରିସରରେ ଆବାହକ ଶ୍ରୀମହାନ୍ତି, ଉପଦେଷ୍ଟା ରାମଚନ୍ଦ୍ର ପାଢ଼ୀ, ମହେଶ୍ବର ବିଷୋଇ, ସନ୍ତୋଷ ମହାପାତ୍ର, ସଂଜୟ ପାଢ଼ୀ, ବନ ତ୍ରିପାଠୀ ଆଦିଙ୍କୁ ନେଇ ଦ୍ରୁତଗାଡ଼ି ସଂରକ୍ଷଣ କେନ୍ଦ୍ରର କର୍ମଚାରୀ ଓ ଘରୋଇ ବସ କର୍ମଚାରୀଙ୍କୁ ନେଇ ସହଯୋଗ କରିବାକୁ ଏକ ବୈଠକ କରିଥିଲେ। ଉଭୟ ବନ୍ଦକୁ ସଂପୁର୍ଣ୍ଣ ସମର୍ଥନ କରିବେ ବୋଲି କହିଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆସନ୍ତାକାଲି ୩୦୦ରୁ ଉର୍ଦ୍ଧ୍ବ ବସ ଚଳାଚଳ ବନ୍ଦ ରହିବ ବୋଲି ଆବାହକ ଶ୍ରୀ ମହାନ୍ତି କହିଛନ୍ତି। ଆସନ୍ତା କାଲି ସକାଳ ୬ଟାରୁ ତା ପଅର ଦିନ ଅର୍ଥାତ ୩ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ୨୪ଘଣ୍ଟା ଧରି ଅବିଭକ୍ତ କୋରାପୁଟ ଜିଲ୍ଲାର ବସ ଚଳାଚଳ ବନ୍ଦ ରହିବ।  ଲକ୍ଷ୍ମୀ ବସ ସେବାକୁ ନେଇ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରତି‌କ୍ରୀୟ ପ୍ରକାଶ କରିବା ସହ ସରକାର ଘରୋଇ ବସ ମାଲିକ ମାରଣନିତୀ ଆପଣାଇଛନ୍ତି। ଲକ୍ଷ୍ମୀ ବସ ନାଁରେ ବଡ ଧରଣର ରାକେଟ ଓ ଡିଲ୍ ହୋଇଛି। ସମୟ ଆସିଲେ ସେ ଏହାକୁ ଉଜାଗର କରିବେ ବୋଲି କହିଛନ୍ତି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button