ଓଡିଶା

ବେତନଟୀରେ ପଶ୍ଚିମବଙ୍ଗ ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବିହାରର ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ଚାଳକ – bajravana

[ad_1]

ବେତନଟୀ ସଦର: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ନମ୍ବର ଜାତୀୟ ରାଜପଥର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ନିକଟରେ ଶନିବାର ରାତି ପ୍ରାୟ ସାଢେ ଦଶଟା ସମୟରେ ଭାରସାମ୍ୟ ହରାଇ ବିହାରର ଏକ  ଆମ୍ବୁଲାନ୍ସ ରାସ୍ତାରେ ଛିଡ଼ା ହୋଇଥିବା ବିହାରର ଟ୍ରକ୍‌ (ଟ୍ରଲର) ପଛପଟେ ଧକ୍କା ଦେଇଛି। ଫଳରେ ଆମ୍ବୁଲାନ୍ସ ସମ୍ମୁଖ ଭାଗ ଭାଙ୍ଗିରୁଜି ଯାଇଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଆମ୍ବୁଲାନ୍ସ ଚାଳକ।

ଖବର ଅନୁଯାୟୀ ଏକ ଇଟା ବୋଝେଇ ଟ୍ରଲର (ଡବ୍ଲ୍ୟୁବି୩୭ ବି-୭୦୧୭) ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରୁ ବାହାରି ୧୮ ନମ୍ବର ଜାତୀୟ ରାଜପଥରେ ଝାଡ଼ଖଣ୍ଡର ଧନବାଦ ଅଭିମୁଖେ ଯାଉଥିଲା। ଏହି ସମୟରେ  ଟ୍ରଲରଟି ବୈଶିଙ୍ଗା ଓଭରବ୍ରିଜ ପରେ ପରେ ହଠାତ ତାର ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା ଏବଂ ଷ୍ଟିୟରିଂ ଲକ୍‌ ହୋଇଯାଇଥିଲା, ଯୋଉଁଥିପାଇଁ ଟ୍ରଲରକୁ ଅଧରାସ୍ତା ଉପରେ ଛିଡ଼ା କରି ଡ୍ରାଇଭର ଟ୍ରଲର ସାମ୍ନା ପଟକୁ ଯାଇ ବର୍ନେଟ ଖୋଲି ଚେକ କରିବାକୁ ଯାଉଥିଲା। ଏହି ସମୟରେ କଟକରୁ ବିହାରର ମୁଜାଫରପୁର ଯାଉଥିବା ଏକ ଆମ୍ବୁଲାନ୍ସ (ବିଆର୦୬ ପିବି-୬୩୨୩) ହଠାତ ଜାଣିନପାରି ଭାରସାମ୍ୟ ହରାଇ ଟ୍ରଲର ପଛପଟେ ଧକ୍କା ଦେଇଥିଲା। ହେଲେ ସୌଭାଗ୍ୟବଶତଃ ଆମ୍ବୁଲାନ୍ସରେ କୌଣସି ରୋଗୀ ନଥିଲେ। ଘଟଣାସ୍ଥଳରେ ଆମ୍ବୁଲାନ୍ସର ଆଗ ପଟ ଭାଙ୍ଗିରୁଜି ଯାଇଥିବାବେଳେ ଚାଳକ ଅଳ୍ପକେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ଦୁର୍ଘଟଣା ସଂପର୍କିତ ଖବର ପାଇ ବୈଶିଙ୍ଗା ପୁଲିସ ପହଞ୍ଚି ଉଭୟ ଗାଡିକୁ ଜବତ କରି ନିଜ ଅକ୍ତିଆରକୁ ନେବା ସହ ୨ ଗାଡ଼ିର ଚାଳକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button