ଖେଳ ଖବର

ଆଉ ୩ ଦିନ: ବିଶ୍ବକପ୍‌ ଶତକରେ ସଚିନ୍‌ଙ୍କୁ ଟପିବେ ରୋହିତ – bajravana

[ad_1]

ନୂଆଦିଲ୍ଲୀ: ଆସନ୍ତା ଦିନିକିଆ ବିଶ୍ବକପ୍‌ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏକାଧିକ କୀର୍ତ୍ତିମାନ ଓ ମାଇଲ୍‌ଖୁଣ୍ଟରେ ପହଞ୍ଚି‌ବାକୁ ଯାଉଛନ୍ତି। ସଚିନ ତେନ୍ଦୁଲକରଙ୍କ ବିଶ୍ବକପ୍‌ ଶତକ କୀର୍ତ୍ତିମାନ ହେଉ କିମ୍ବା ‌କ୍ରିସ୍‌ ଗେଲ୍‌ଙ୍କ ସର୍ବାଧିକ ଛକା, ସବୁଗୁଡ଼ିକୁ ‌ରୋହିତ ଅତିକ୍ରମ କରିବା ସୁଯୋଗ ସୃଷ୍ଟି ହୋଇଛି। ବିଶ୍ବକପ୍‌ରେ ସର୍ବାଧିକ ଶତକ ମାରିବା କୀର୍ତ୍ତିମାନ ସଚିନଙ୍କ ନାମରେ ରହିଛି। କିନ୍ତୁ ୨୦୧୯ ସଂସ୍କରଣରେ ରୋହିତ ୫ ଶତକ ମାରି ସଚିନ୍‌ଙ୍କ ୬ ଶତକର ସମକକ୍ଷ ହୋଇଛନ୍ତି। କିନ୍ତୁ ସଚିନ୍‌ ୪୫ ବିଶ୍ବକପ୍‌ ମ୍ୟାଚ୍‌ ଖେଳିଥିଲା ବେଳେ ରୋହିତ ମାତ୍ର ୧୭ ମ୍ୟାଚ୍‌ରୁ ଏହି କୀର୍ତ୍ତିମାନର ସମକକ୍ଷ ହୋଇଛନ୍ତି। ଆଗାମୀ ବିଶ୍ବକପ୍‌ରେ ରୋହିତ ଏହାକୁ ଟପିଯିବା ସମ୍ଭାବନା ଅଧିକ ରହିଛି।

୧୦୦୦ ବିଶ୍ବକପ୍‌ ରନ୍‌
୩୬ ବର୍ଷିୟ ରୋହିତ ଚତୁର୍ଥ ଭାରତୀୟ ଭାବେ ଦିନିକିଆ ବିଶ୍ବକପ୍‌ରେ ୧୦୦୦ ରନ୍‌ ପୂରଣ କରିବାକୁ ଯାଉଛନ୍ତି। ସେ ବର୍ତ୍ତମାନ ୬୫.୨୦ ହାରରେ ୯୭୮ ରନ୍‌ କରି ମାଇଲଖୁଣ୍ଟଠୁ ୨୨ ରନ୍‌ ଦୂରରେ ଅଛନ୍ତି। ଏହି ତାଲିକାରେ ସଚିନ୍‌ ତେନ୍ଦୁଲକର (୨୨୭୮), ବିରାଟ କୋହଲି (୧୦୩୦), ସୌରଭ ଗାଙ୍ଗୁଲି (୧୦୦୬) ତାଙ୍କ ଆଗକୁ ରହିଛନ୍ତି।

ସର୍ବାଧିକ ଛକା
ଆନ୍ତର୍ଜାତିକ କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ସର୍ବାଧିକ ଛକା ମାରିବା କୀର୍ତ୍ତିମାନ ୱେଷ୍ଟଇଣ୍ଡିଜ୍‌ର କ୍ରିସ୍‌ ଗେଲ୍‌ (୫୫୩) ଙ୍କ ନାମରେ ରହିଛି। କିନ୍ତୁ ରୋହିତ ଗତ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ ଏହି କୀର୍ତ୍ତିମାନର ନିକଟତର ହୋଇଛନ୍ତି। ସେ ବର୍ତ୍ତମାନ ସୁଦ୍ଧା ୪୫୧ ମ୍ୟାଚ୍‌ରୁ ୫୫୧ ଛକା ମାରିଛନ୍ତି। ଆଉ ତିନିଟି ଛକା ମାରିପାରିଲେ ରୋହିତ, ଗେଲ୍‌ଙ୍କୁ ଅତିକ୍ରମ କରିବେ।

୧୮ ହଜାର ଆନ୍ତର୍ଜାତିକ ରନ
ରୋହିତ ଆନ୍ତର୍ଜାତିକ କ୍ରିକେଟ୍‌ରେ ୧୮ ହଜାର ରନ୍‌ ପୂରଣ କରିବାର ନିକଟତର ହୋଇଛନ୍ତି। ୪୫୧ ମ୍ୟାଚ୍‌ରୁ ରୋହିତ ୧୭,୬୪୨ ରନ୍‌ କରିଥିବା ବେଳେ ଏହି ମାଇଲ୍‌ଖୁଣ୍ଟଠୁ ଆଉ ୩୫୨ ରନ୍‌ ଦୂରରେ ଅଛନ୍ତି। ତାଙ୍କ ପୂର୍ବରୁ ଭାରତୀୟ ଭାବେ ସଚିନ ତେନ୍ଦୁଲକର (୩୪,୩୫୭), ବିରାଟ କୋହଲି (୨୫,୭୬୭), ରାହୁଲ ଦ୍ରାବିଡ (୨୪,୦୬୪) ଓ ସୌରଭ ଗାଙ୍ଗୁଲି (୧୮,୪୩୩) ଏହି ତାଲିକାରେ ରହିଛନ୍ତି।

୧୦୦ ଆନ୍ତର୍ଜାତିକ ଅର୍ଦ୍ଧଶତକରେ ଶତକ
ଆନ୍ତର୍ଜାତିକ କ୍ରିକେଟ୍‌ରେ ଅର୍ଦ୍ଧଶତକରେ ଶତକ ଅର୍ଜନ କରିବା ପାଇଁ ରୋହିତଙ୍କୁ ଆଉ ୩ ଅର୍ଦ୍ଧଶତକର ଆବଶ୍ୟକତା ରହୁଛି। ଏହା ହୋଇପାରିଲେ ସେ ଷଷ୍ଠ ଭାରତୀୟ ଭାବେ ଏହି ମାଇଲ୍‌ଖୁଣ୍ଟରେ ପହଞ୍ଚିବେ। ବର୍ତ୍ତମାନ ସୁଦ୍ଧା ରୋହିତ ଟେଷ୍ଟରେ ୧୬, ଦିନିକିଆରେ ୫୨ ଓ ଟ୍ବେଣ୍ଟି-୨୦ରେ ୨୯ ଅର୍ଦ୍ଧଶତକ ଅର୍ଜନ କରିସାରିଛନ୍ତି। ତାଙ୍କ ପୂର୍ବରୁ ଅନ୍ୟ ଭାରତୀୟଙ୍କ ମଧ୍ୟରୁ ସଚିନ ତେନ୍ଦୁଲକର (୧୬୪), ରାହୁଲ ଦ୍ରାବିଡ୍‌ (୧୪୫), ବିରାଟ କୋହଲି (୧୩୨), ମହେନ୍ଦ୍ର ସିଂହ ଧୋନି (୧୦୮), ସୌରଭ ଗାଙ୍ଗୁଲି (୧୦୬) ଏହି ମାଇଲ୍‌ଖୁଣ୍ଟ ପାର୍‌ କରିସାରିଛନ୍ତି।

ରୋହିତଙ୍କୁ ରୋକିବା ଅସମ୍ଭବ ହୋଇଯାଏ: ଲବୁସାନ୍‌

ନୂଆଦିଲ୍ଲୀ: ବିଶ୍ବକପ୍‌ରେ ଅକ୍ଟୋବର ୮ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ନିଜ ନିଜର ଅଭିଯାନ ଆରମ୍ଭ କରିବେ। ଚେନ୍ନାଇରେ ଏହି ମ୍ୟାଚ୍‌ ଖେଳାଯିବ। ବିଶ୍ବକପ୍‌କୁ ଆସିବା ପୂର୍ବରୁ ଉଭୟ ଦଳ ସାମାନ୍ୟ ପରିବର୍ତ୍ତନ କରିଥିଲେ। ଅକ୍ଷର ପଟେଲ୍‌ଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ବିନ ଆସିଥିଲା ବେଳେ ଅଷ୍ଟନ ଆଗରଙ୍କ ବଦଳରେ ମାର୍ନସ ଲବୁସାନ୍‌ ସ୍ଥାନ ପାଇଛନ୍ତି। ଏକ ଟେଲିଭିଜନ୍‌ ସାକ୍ଷାତକାର ସମୟରେ ଲବୁସାନ ଦ୍ରୁତ ଭାବେ ରନ୍‌ ସଂଗ୍ରହ କରିବା ଦକ୍ଷତାକୁ ନେଇ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ପ୍ରଶଂସା କରିଛନ୍ତି। ତାଙ୍କ ମତରେ, ରୋହିତ ଏମିତି ଜଣେ ଖେଳାଳି ଯିଏ କୌଣସି ରିସ୍କ ବିନା ଆରାମରେ ରନ୍‌ ବାହାର କରିପାରନ୍ତି। ଏପରିକି ଥରେ ଖେଳିବା ଜାରି ରଖିଲେ ତାଙ୍କୁ ରୋକିବା କଷ୍ଟକର ହୋଇଯାଏ। ଲବୁସାନ ବର୍ଡର-ଗାଭାସ୍କର ଟ୍ରଫି ସମୟରେ ଭାରତକୁ ପ୍ରଥମ ଥର ଆସିଥିଲା ବେଳେ ରୋହିତଙ୍କ ବ୍ୟାଟିଂରୁ ବହୁତ କିଛି ଶିଖିଥିବା କହିଛନ୍ତି। ରୋହିତ ଯେତେ‌ବେଳେ ବ୍ୟାଟିଂ କରିବାକୁ ପଡ଼ିଆକୁ ଆସନ୍ତି, ଲବୁସାନ୍‌ ତାଙ୍କର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିଥାନ୍ତି। ଭାରତୀୟ ପରିବେଶରେ ସେମାନେ କିପରି ଖେଳୁଛନ୍ତି, ତାହା ଜାଣିବା ସହ ଆମ ଭଳି ବିଦେଶୀ ଖେଳାଳିମାନେ ମଧ୍ୟ ଭାରତରେ କିପରି ଖେଳୁଛନ୍ତି, ତାହାକୁ ଭାରତୀୟ ଖେଳାଳିମାନେ ଅନୁଧ୍ୟାନ କରନ୍ତି। ତେଣୁ ଉଭୟ ଦଳ ପରସ୍ପରଠୁ କିଛି ନା କିଛି ଶିକ୍ଷାଲାଭ କରିଥା’ନ୍ତି ବୋଲି ଲବୁସାନ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button