ଅପରାଧ

ଅର୍ଦ୍ଧନଗ୍ନ ଆହତ ଅବସ୍ଥାରେ ଓକିଲ ଓ ତାଙ୍କ ପୁଅଙ୍କୁ ଉଦ୍ଧାର କଲା ପୁଲିସ – bajravana

[ad_1]

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରାଜଗଡ ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସେପ୍ଟେମ୍ବର ୨୮ ସକାଳେ ଦୁର୍ବୃତ୍ତମାନେ ଜଣେ ଓକିଲ ଏବଂ ତାଙ୍କ ପୁଅକୁ ଅର୍ଦ୍ଧନଗ୍ନ କରି ନିସ୍ତୁକମାଡ଼ ମାରିଥିଲେ। ଏହି ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ପହଞ୍ଚି ଆହତ ବାପ ଓ ପୁଅଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନରସିଂହଗଡ ସିଭିଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା।

ଏହି ଘଟଣାରେ ପୁଲିସ ତିନି ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଫେରାର ଥିବା ଅନ୍ୟ ଜ‌ଣେ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଜାରି ରଖିଛି ପୁଲିସ।

ପୀଡ଼ିତ ଓକିଲ ପ୍ରଭୁଲାଲ ପୁଲିସ ନିକଟ‌ରେ ଅଭିଯୋଗ କରି କହିଛନ୍ତି କି, ସେପ୍ଟେମ୍ବର ୨୮ ତାରିଖ ଦିନ ପ୍ରାୟ ୯.୩୦ ସମୟରେ ମୁଁ ମୋର ମୋଟରସାଇକେଲରେ ମୋ ପୁଅ ଅମିତଙ୍କ ସହ ନରସିଂହଗଡ ପୁଲିସ ଷ୍ଟେସନକୁ ଯାଉଥିଲି। ଏହି ସମୟରେ ରାସ୍ତାରେ ସୁରେନ୍ଦ୍ର ଧାକଡ଼, ବିରେନ୍ଦ୍ର ଧାକଡ଼ ଓ ହରିଓମ ଧାକଡ଼ ଆମକୁ ଅଟକାଇ ନିସ୍ତୁକମାଡ଼ ମାରିବା ସହିତ ଅର୍ଦ୍ଧନଗ୍ନ କରି ଦେଇଥିଲେ ।

ତେବେ ଏହି ତିନିଜଣ ଯୁବକଙ୍କ ବାପାଙ୍କ ନାମ ହେଉଛି କହ୍ନେୟାଲାଲ ଧାକଡ଼। ଯାହାଙ୍କ ସହିତ କିଛିଦିନ ହେବ ଜମି ବିବାଦ ଲାଗିଥିଲା। ଏହି ବିବାଦକୁ କେନ୍ଦ୍ର କରି ତାଙ୍କର ତିନିପୁଅ ଆମ ବାପପୁଅଙ୍କ ଏଭଳି ଅବସ୍ଥା କରିଛନ୍ତି। ମୋର ପୁଲିସକୁ ଅନୁରୋଧ ତିନିଜଣ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button