ମହାନଦୀକୁ ଡେଇଁ ପଡ଼ିଲେ ମହିଳା: ଦେବଦୂତ ସାଜିଲେ ପାର୍କ କର୍ମଚାରୀ – bajravana
[ad_1]
କଟକ-ଜଗତପୁର: ମହାନଦୀ ବ୍ୟାରେଜ୍ ପୋଲ ଉପରୁ ଗୁରୁବାର ଅପରାହ୍ନରେ ଜଣେ ମହିଳା ଚିତ୍କାର କରି ୯୫ନଂ ଫାଟକ ମହାନଦୀ ପାଣିକୁ ଡେଇଁ ପଡିଥିଲେ। ତେବେ, ଘଟଣାସ୍ଥଳରେ ଉପସ୍ଥିତ ଥିବା ଯୋବ୍ରା ପାର୍କ ସୁପର୍ଭାଇଜର୍ ବାବୁଲି ବେହେରା ତୁରନ୍ତ ପାଣି ଭିତରକୁ ଡେଇଁ ମହିଳାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ମହିଳାଙ୍କୁ ପାଣିରୁ ଲୁହା ଫାଟକ ଉପରକୁ ଉଠାଇ ଆଣିଥିଲେ ବି ସେ ଉପରକୁ ଆଣି ପାରି ନଥିଲେ। ସେଠାରେ ମହିଳାଙ୍କୁ ସେ ପ୍ରାୟ ୧ଘଣ୍ଟା କାଳ ଧରି ରଖିଥିଲେ। ଖବର ପାଇ ଚାଉଳିଆଗଞ୍ଜ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ମହାନଦୀ ପାଣି ଭିତରୁ ରଶି ସିଡି ସାହାଯ୍ୟରେ ଉଦ୍ଧାର କରି ଉପରକୁ ଆଣିଥିଲେ। ଉଦ୍ଧାର ପରେ ଜଗତପୁର ଥାନା ପୁଲିସ ମହିଳାଙ୍କୁ କଟକ ବଡ଼ ମେଡିକାଲ୍ରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲା। ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ବେଳେ ତାଙ୍କ ନାମ ମନୱରି ତରନୁମ୍(୩୪) ଓ ସେ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସୁନ୍ଦରପଦା କପିଳପ୍ରସାଦ ଅଞ୍ଚଳର ଆଜାଦ୍ନଗର ମସଜିଦ ନିକଟର ବାସିନ୍ଦା ବୋଲି ଜଣାପଡିଛି। ତେବେ କେଉଁ କାରଣରୁ ସେ ପାଣିକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ, ତାହା ସ୍ପଷ୍ଟ ହୋଇ ପାରିନାହିଁ।
ସେହିପରି, ଏହାର ମାତ୍ର ୨ଘଣ୍ଟା ପରେ, ଅପରାହ୍ନ ପ୍ରାୟ ସାଢେ ୩ଟା ବେଳେ ଅନ୍ୟ ଜଣେ ମହିଳା ମଧ୍ୟ ପଞ୍ଚମୁଖୀ ହନୁମାନ ମନ୍ଦିର ପଛପାର୍ଶ୍ୱ ଘାଟକୂଳରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ। ତାଙ୍କୁ ମଧ୍ୟ ବାବୁଲି ବେହେରା ଓ ତାଙ୍କ ପତ୍ନୀ ଟୁକୁନି ପାଣି ମଧ୍ୟରୁ ଉଦ୍ଧାର କରିଛନ୍ତି। ମହିଳାଙ୍କ ପୂର୍ଣ୍ଣ ପରିଚୟ ମିଳି ପାରି ନଥିବା ବେଳେ ସେ ରାଣୀହାଟ ଅଞ୍ଚଳର ବାସିନ୍ଦା ବୋଲି କୁହାଯାଉଛି।
[ad_2]