୩ୟ ଦିନିକିଆ : ଭାରତ ଆଗରେ ୩୫୩ରନର ବିଜୟ ଲକ୍ଷ୍ୟ ରଖିଲା ଅଷ୍ଟ୍ରେଲିଆ – bajravana
[ad_1]
ରାଜକୋଟ୍ : ରାଜକୋଟରେ ଅନୁଷ୍ଠିତ ଭାରତ-ଅଷ୍ଟ୍ରେଲିଆ ୩ୟ ଦିନିକିଆରେ ଭାରତ ଆଗରେ ୩୫୩ ରନର ବିଜୟ ଲକ୍ଷ୍ୟ ରଖିଛି ଅଷ୍ଟ୍ରେଲିଆ ।
ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆର ସମ୍ମୁଖଭାଗ ବ୍ୟାଟ୍ସମ୍ୟାନଙ୍କ ଉତ୍ତମ ପ୍ରଦର୍ଶନ ଫଳରେ ଅଷ୍ଟ୍ରେଲିଆ ଭାରତ ଆଗରେ ଏକ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇପାରିଛି । ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ୍ ଓ୍ବାର୍ନର ୫୬ ରନ ଓ ମିଚେଲ ମାର୍ସ ୯୬ରନ କରିଥିଲେ । ସେହିପରି ଷ୍ଟିଭେନ ସ୍ମିଥ୍ ୭୪ ରନ ଓ ମାର୍ନସ ଲାବୁସଚେନ ୭୨ ରନ କରିଥିଲେ । ତେବେ ମଧ୍ୟକ୍ରମ ବ୍ୟାଟରମାନେ ବିଫଳ ହେବାରୁ ୪୦୦ ରନ କରିବାକୁ ଅଗ୍ରସର ହେଉଥିବା ଅଷ୍ଟ୍ରେଲିଆ ୩୫୨ରେ ସୀମିତ ରହିଯାଇଥିଲା ।
ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୩ଟି ଓ କୁଳଦୀପ ଯାଦବ ୨ଟି ଓ୍ବିକେଟ ନେଇଥିଲେ । ରବୀନ୍ଦ୍ର ଜାଦେଜା, ଓ୍ବାସିଂଟନ ସୁନ୍ଦର ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
ଭାରତ ନିଜର ପ୍ରଥମ ୨ଟି ଦିନିକିଆରେ ବିଜୟ ହାସଲ କରି ସିରିଜରେ ୨-୦ରେ ଆଗୁଆ ରହିଛି ଓ ସିରିଜ ନିଜ ନାମରେ ସୁରକ୍ଷିତ କରିସାରିଛି ।
[ad_2]