ନୟନତାରାଙ୍କୁ କମ ସ୍କ୍ରିନ ଟାଇମ ମିଳିବାରୁ ଦୁଃଖପ୍ରକାଶ କଲେ ଶାହରୁଖ – bajravana
[ad_1]
ମୁମ୍ବାଇ: ଅଭିନେତ୍ରୀ ନୟନତାରା ସୁପରଷ୍ଟାର ଶାହରୁଖ ଖାନଙ୍କ ସିନେମା ‘ଯବାନ’ ଜରିଆରେ ବଲିଉଡରେ ଡେବ୍ୟୁ କରିଛନ୍ତି। ନୟନତାରାଙ୍କୁ ‘ଯବାନ’ ସିନେମାରେ ଜଣେ ପୁଲିସ ଅଧିକାରୀ ଭୂମିକାରେ ଦେଖିବାକୁ ମିଳିଛି। ପରଦାରେ ନୟନତାରାଙ୍କୁ ପୁଲିସ ଅଧିକାରୀ ଚରିତ୍ରରେ ଦର୍ଶକ ଖୁବ ପସନ୍ଦ କରୁଛନ୍ତି। ତେବେ ଚର୍ଚ୍ଚା ହେଉଥିଲା ଯେ, ‘ଯବାନ’ ସିନେମା ରିଲିଜ ପରେ ଚର୍ଚ୍ଚାରେ ଥିବା ନୟନତାରା ନିଜ ବଲିଉଡ ଡେବ୍ୟୁକୁ ନେଇ ଖୁସି ନାହାନ୍ତି।
ଫିଲ୍ମରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଅଧିକ ଗୁରୁତ୍ବ ଦିଆଯାଇଥିବାରୁ ନୟନତାରା ନିର୍ଦ୍ଦେଶକ ଅଟଲିଙ୍କ ଉପରେ ଖୁସି ନଥିବା କୁହାଯାଉଥିଲା। ଏମଧ୍ୟରେ କିଙ୍ଗ ଶାହରୁଖ ଖାନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଏକ୍ସ(ଟ୍ବିଟର)ରେ #ଆସ୍କଏସଆରକେ ସେସନ କରନ୍ତି ବଲିଉଡର ବାଦଶାହ ଶାହରୁଖ। ଏହି ସେସନରେ ସେ ନିଜ ପ୍ରଶଂସକଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦିଅନ୍ତି। ଏବେ ଫିଲ୍ମ ‘ଯବାନ’ ସହ ଜଡ଼ିତ ପ୍ରଶଂସକଙ୍କ ଏକ ପୋଷ୍ଟରେ ନିଜର ପ୍ରତିକ୍ରିୟା ଦେଇ ନୟନତାରାଙ୍କ ପାଇଁ ଦୁଃଖୀ ଥିବା କହିଛନ୍ତି ଶାହରୁଖ।
ଜଣେ ବ୍ୟବହାରକାରୀ ଲେଖିଥିଲେ, ମୁଁ ଫିଲ୍ମରେ ସୁଜିଙ୍କ ସହ ଆଜାଦଙ୍କ ଯୋଡିକୁ ପସନ୍ଦ କଲି। ଜଣେ ଏକାକୀ ମା’ର କାହାଣୀ ଏତେ ଭଲ ଭାବରେ ଚିତ୍ରଣ କରାଯାଇଥିଲା, ଯାହା ବାସ୍ତବରେ ସତେଜ ଥିଲା। ଏଭଳି ସୁନ୍ଦର ଶୈଳୀରେ ବିଭିନ୍ନ ବର୍ଗର ମହିଳାମାନଙ୍କୁ ଉପସ୍ଥାପନ କରିଥିବାରୁ ଧନ୍ୟବାଦ। ଆପଣଙ୍କୁ ଭଲପାଏ ଶାହାରୁଖ ଖାନ।
I also felt that the story of Narmada as a single mom was amazing. Unfortunately in the scheme of things couldn’t find more screen time but as is was also wonderful. #Jawan
— Shah Rukh Khan (@iamsrk) September 22, 2023
ଏହାର ଜବାବରେ ଶାହରୁଖ ଲେଖିଥିଲେ, ମୁଁ ବି ସହମତ ଯେ ଏକାକୀ ମା’ ଭାବରେ ନର୍ମଦାଙ୍କ କାହାଣୀ ବହୁତ ଭଲ ଥିଲା। ଯଦିଓ ଦୁର୍ଭାଗ୍ୟବଶତଃ ତାଙ୍କୁ ଅଧିକ ସ୍କ୍ରିନ ଟାଇମ୍ ମିଳିନଥିଲା, କିନ୍ତୁ ଏହା ଚମତ୍କାର ଥିଲା।
[ad_2]