ମନୋରଞ୍ଜନ

ଚର୍ଚ୍ଚାରେ ଆଲିଆଙ୍କ ଧଳା ଶାଢ଼ି ଫ୍ୟାସନ୍‌ – bajravana

[ad_1]

ଗଙ୍ଗୁବାଇ କାଠିଆୱାଡ଼ି ଚଳଚ୍ଚିତ୍ରରେ ଆଲିଆ ଭଟ୍ଟ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିବା ସହ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ ମଧ୍ୟ ହୋଇଛନ୍ତି। ହେଲେ ଆପଣ ଜାଣିଛନ୍ତି କି, ଗଙ୍ଗୁବାଇ କାଠିଆୱାଡ଼ିରେ ଆଲିଆଙ୍କ ଅଭିନୟ ବ୍ୟତୀତ ତାଙ୍କ ଧଳା ରଙ୍ଗର ଶାଢ଼ି ମଧ୍ୟ ବେଶ୍‌ ନିଆରା ଓ ଆକର୍ଷଣୀୟ ଥିଲା। ଏଥିରେ ଆଲିଆଙ୍କ ଧଳା ଶାଢ଼ିକୁ ନେଇ ଫ୍ୟାସନ୍‌ ଡିଜାଇନର୍‌ମାନେ ଅନେକ ପରୀକ୍ଷାନିରୀକ୍ଷା ମଧ୍ୟ କରିଥିଲେ। ପୂରା ଚଳଚ୍ଚିତ୍ରରେ ଆଲିଆ ଅଧିକାଂଶ ସମୟ ଧଳା ଶାଢ଼ି ପରିଧାନ କରିଥିବା ବେଳେ ସିନ୍‌ ଅନୁସାରେ ଶାଢ଼ିର ଡିଟେଲିଂ ପରିବର୍ତ୍ତନ ଯାଉଥିଲା।

‌ଯେମିତି କି ରୋମାଣ୍ଟିକ୍‌ ସିନ୍‌ ପାଇଁ ଧଳା ଶାଢ଼ିରେ ଫ୍ଲୋରାଲ୍‌ ପାଟର୍ଣ୍ଣ ରହୁଥିଲା ଯେଉଁଥିରେ ସଫ୍ଟ ପିଙ୍କ ବା ପେଷ୍ଟାଲ ରଙ୍ଗର ଫୁଲ ଡିଜାଇନ୍‌ ରହୁଥିଲା। ସେହିଭଳି କିଛି ପର୍ବ ପାଳନ ବା ବିବାହ ସମୟରେ ସୁନେଲି ବା ସିଲ୍‌ଭର୍‌ ଏମ୍ବ୍ରୋଡରି କାମ ହୋଇଥିବା ଧଳା ଶାଢ଼ି ଆଲିଆ ପରିଧାନ କରୁଥିଲେ। ଅନ୍ୟପଟେ ଚଳଚ୍ଚିତ୍ରର ଶେଷ ସିନ୍‌ରେ ଯେତେବେଳେ ଆଲିଆ ଜଣେ ସଶକ୍ତ ମହିଳା ଭୂମିକାରେ ଅବତୀର୍ଣ୍ଣ‌ ହୋଇଥିଲେ, ‌ସେ ଏକ ମୋଟା ଲାଲ୍‌ ବର୍ଡର ଥିବା ଧଳା ଶାଢ଼ି ପରିଧାନ କରିଥିଲେ। ଫଳରେ, ଏହି ଚଳଚ୍ଚିତ୍ର ପରେ ଧଳା ଶାଢ଼ି ଓ ପୋଷାକ ଫ୍ୟାସନ୍‌ ମହିଳାମାନଙ୍କ ମଧ୍ୟରେ ପୁଣି ଟ୍ରେଣ୍ଡ୍‌ କରିବା ଆରମ୍ଭ କରିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button