ଅପରାଧ

ପୁଲିସ ଓ ପରିବାରଲୋକଙ୍କୁ ନବବିବାହିତାଙ୍କ ପ୍ରଶ୍ନ; ପ୍ରେମ ବିବାହ କରିବା କ’ଣ ଭୁଲ – bajravana

[ad_1]

ନୂଆଦିଲ୍ଲୀ: ଚୁରୁ ସହରରେ ଏକ ପ୍ରେମୀଯୁଗଳ ବିବାହ କରିବା ପରେ ତାଙ୍କୁ ହତ୍ୟା କରିବା ପାଇଁ ଧମକ ମିଳୁଛି। ତେଣୁ ନବବିବାହିତ ସୁରକ୍ଷା ପାଇଁ ପୁଲିସର ଦ୍ବାରସ୍ଥ ହୋଇଛନ୍ତି।

ପ୍ରେମ ବିବାହ କରିଥିବା ପାୟଲ କନବର ଓ ସୋନୁ ସେନି ଦୁହେଁ ଚୁରୁରେ ବସବାସ କରନ୍ତି। ଏହି ଘଟଣାକୁ ନେଇ ପାୟଲ କହିଛନ୍ତି, ‘ମୋର ସୋନୁଙ୍କ ସହିତ ସାକ୍ଷାତ ୭ବର୍ଷ ପୂର୍ବେ ଜଣେ ସାଙ୍ଗର ବାହାଘରରେ  ହୋଇଥିଲା। ଏହାପର ଠାରୁ ଆମେ ଦୁହେଁ ଫୋନରେ କଥାବାର୍ତ୍ତା ହେବା ଆରମ୍ଭ କରିଥିଲୁ। ତା’ପରେ ପରସ୍ପରକୁ ଭଲ ପାଇ ବସିଥିଲୁ। ୭ବର୍ଷ ଭଲ ପାଇବା ପରେ ସୋନୁ ଓ ମୁଁ ଗତ ୬ମାସ ପୂର୍ବେ ଘରଲୋକଙ୍କୁ ଆମ ସମ୍ପର୍କ ବିଷୟରେ ଜଣାଇ ବିବାହ କରିବାକୁ ଚାହୁଁଛୁ ବୋଲି ଜଣାଇଥିଲୁ।।କିନ୍ତୁ ଘରଲୋକ ଆମର ଏପ୍ରସ୍ତାବରେ ରାଜି ହୋଇ ନଥିଲେ।

ଅନ୍ୟ ସ୍ଥାନରେ ବିବାହ ଠିକ କରି ଦେଇଥିଲେ। ଏହାପରେ ସୋନୁଙ୍କ ସହିତ ମୁଁ ଘର ଛାଡ଼ିଚାଲି ଯାଇଥିଲି। ଦୁହେଁ ମନ୍ଦିରରେ ଯାଇ ବିବାହ କରିଥିଲୁ। ଏହି ବିବାହ କଥା ଶୁଣିବା ପରେ ପରିବାର ଲୋକେ କହୁଛନ୍ତି ଆମକୁ ସେମାନେ ଦେଖିଲାମାନେ ଗୁଳି କରି ହତ୍ୟା କରିଦେବେ। ତେବେ ‌‌ମୋର ଗୋଟିଏ ପ୍ରଶ୍ନ ହେଲା ପ୍ରେମ ବିବାହ କରିବା କ’ଣ ଭୁଲ। ଯଦି ଜଣେ ଜଣକୁ ଭଲ ପାଇ ବିବାହ କରୁଛି ସେଥିରେ କ’ଣ ଭୁଲ, ତାହାକୁ କାହିଁକି ବିରୋଧ କରାଯ‌ାଉଛି?

ମୋର ଏହି ପଦକ୍ଷେପ ପାଇଁ ପରିବାର‌ଲୋକଙ୍କ ଉପରେ ବି ଚାପ ପକାଯାଉଛି। ମୋର ଡିଏସପିଙ୍କୁ ଗୁହାରି କି ମୋତେ ଓ ମୋ ସ୍ବାମୀଙ୍କୁ ସୁରକ୍ଷା ଦିଅନ୍ତୁ। କାରଣ ଆମ ଜୀବନ ପ୍ରତି ବିପଦ ରହିଛି। ଆମକୁ ସ୍ବାଧୀନ ଭାବେ ସାମଜରେ ବଞ୍ଚିବାକୁ ଦିଆଯାଉ।’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button