ଦେଶ ବିଦେଶ

ଅନିର୍ଦ୍ଦିଷ୍ଟ କାଳ ପାଇଁ କାନାଡ଼ା ନାଗରିକଙ୍କ ଭିସା ନିଲମ୍ବିତ – bajravana

[ad_1]

ନୂଆଦିଲ୍ଲୀ: ଭାରତ ଓ କାନାଡ଼ା ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଛି । ପ୍ରଥମେ ଉଭୟ ଦେଶର କୂଟନୀତିଜ୍ଞଙ୍କୁ ବହିଷ୍କାର କରାଯାଇଥିଲା ଏବଂ ଏବେ ନୂଆଦିଲ୍ଲୀରେ କାନାଡା ନାଗରିକଙ୍କ ଭିସା ସେବା ଅନିଶ୍ଚିତ କାଳ ପାଇଁ ନିଲମ୍ବିତ କରାଯାଇଛି । ଏହା ଭାରତ ପକ୍ଷରୁ ଏବେ ପର୍ଯ୍ୟନ୍ତର ସବୁଠୁ ବଡ଼ ପଦକ୍ଷେପ । କାନାଡ଼ା ପ୍ରଧାନମନ୍ତ୍ରୀ ଖାଲିସ୍ତାନ ସମର୍ଥକ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ଅଭିଯୋଗରେ ଭାରତ ଉପରେ ଅଭିଯୋଗ ଲଗାଇବା ଯୋଗୁ ଉଭୟ ଦେଶ ମଧ୍ୟରେ ସମସ୍ୟା ଆରମ୍ଭ ହୋଇଥିଲା ।

ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ମୁତାବକ, ଭିସା ସେବା ନିଲମ୍ବନର କୌଣସି ଔପଚାରିକ ଘୋଷଣା କରାଯ।।ଇ ନାହିଁ । କିନ୍ତୁ କାନାଡାରେ ଭିସା ଆବେଦନ କେନ୍ଦ୍ର ଚଲାଉଥିବା ବୀଏଲଏସ ଇଣ୍ଟରନ୍ୟାସନାଲ ଏନେଇ ତା’ କାନାଡ଼ାଇ ୱେବସାଇଟରେ ଏକ ବାର୍ତ୍ତା ପୋଷ୍ଟ କରିଛି । ଏହି ବାର୍ତ୍ତାରେ ଲେଖାଯାଇଛି ଯେ, ‘ଭାରତୀୟ ମିଶନରୁ ଗୁରୁତ୍ତ୍ୱପୂର୍ଣ୍ଣ ସୂଚନା: ପରିଚାଳନ କାରଣ ଯୋଗୁ ଭାରତୀୟ ଭିସା ସେବାକୁ ଆଗାମୀ ସୂଚନା ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button