ଦେଶ ବିଦେଶ

ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଦିଲ୍ଲୀରେ ହାଇଆଲର୍ଟ – bajravana

[ad_1]

ନୂଆଦିଲ୍ଲୀ: ଦିଲ୍ଲୀ ସମେତ ଦେଶର ଅନେକ ରାଜ୍ୟକୁ ହାଇ ଆଲର୍ଟରେ ରଖାଯାଇଛି । ପୁଲିସକୁ ସୁରକ୍ଷା ଏଜେନ୍ସି ତରଫରୁ ସମ୍ଭାବିତ ଅସାମାଜିକ ଗତିବିଧି ସମ୍ପର୍କରେ ସୂଚନା ମିଳିଥିଲା । ଏହାପରେ ହିଁ ଦିଲ୍ଲୀ ସମେତ ଅନେକ ରାଜ୍ୟରେ ଆଲର୍ଟ ବଢ଼ାଇ ଦିଆଯାଇଛି । ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳିଛି । ଏହି ପ୍ରସଙ୍ଗରେ ଆତଙ୍କବାଦୀ ସଂଗଠନ ଲୋକଙ୍କୁ ଉସୁକାଇବାର କାମ କରିବ ବୋଲି ସୁରକ୍ଷା ଏଜେନ୍ସିର ଡର ରହିଛି ।

ସେହିପରି ଜୁମ୍ମା ନମାଜକୁ ଧ୍ୟାନରେ ରଖି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସଡ଼କରେ ପୁଲିସ ନିଯୁକ୍ତ କରାଯାଇଛି । ଫଳରେ ଯେକୌଣସି ଅସାମାଜିକ ଗତିବିଧି ଉପରେ ନଜର ରଖାଯାଇ ପାରିବ । ଇସ୍ରାଏଲୀ ଦୂତବାସ ଏବଂ ୟହୁଦୀ ଧାର୍ମିକ ପ୍ରତିଷ୍ଠାନ ସମେତ ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବଢ଼ାଇ ଦେଇଛି । ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ କିଛି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ସତର୍କ କରାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button