ଓଡିଶା

ସଭାମଞ୍ଚରେ ଅକଳରେ ପଡ଼ିଲେ ମନ୍ତ୍ରୀ ରାଜା ସ୍ବାଇଁ – bajravana

[ad_1]

ମଞ୍ଚ ତଳେ ଦୁଇ ଗୋଷ୍ଠୀ ହାତାହାତି; ଅଧାରୁ ଚାଲିଗଲେ ମନ୍ତ୍ରୀ

କଟକ/ଆଠଗଡ଼: ନିଜ ନିର୍ବାଚନ ମଣ୍ଡଳୀ ଆଠଗଡ଼ର କଖଡିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅପ୍ରୀତିକର ସ୍ଥିତିର ସମ୍ମୁଖୀନ ହୋଇ କାର୍ଯ୍ୟକ୍ରମ ଅଧାରୁ ଚାଲି ଯିବାକୁ ବାଧ୍ୟ ହୋଇଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ (ରାଜା) ସ୍ବାଇଁ। କାର୍ଯ୍ୟକ୍ରମ​ ଚାଲିଥିବା ବେଳେ ହଠାତ ମଞ୍ଚକୁ ଚଢି ଯାଇଥିଲେ ଗତବର୍ଷ ସନ୍ଦେହଜନକ ଭାବେ ପ୍ରାଣ ହରାଇଥିବା ଭୁବନେଶ୍ବର ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ମା ବିଦ୍ୟୁତପ୍ରଭା ମହାନ୍ତି। ବିଦ୍ୟୁତପ୍ରଭା ମନ୍ତ୍ରୀଙ୍କ ପାଖକୁ ଯାଇ ତାଙ୍କ ପରିବାରକୁ କେବେ ୧୬ ଲକ୍ଷ ଟଙ୍କା ଦେଇଛନ୍ତି ବୋଲି ପଚାରିବାକୁ ଉଦ୍ୟମ କରିଥିଲେ। ୧୫ ମିନିଟ୍‌ କାଳ ମଂଚରେ ଛିଡା ହୋଇ ରହିଲେ କହିବା ପାଇଁ। ବିଦ୍ୟୁତପ୍ରଭାଙ୍କୁ ମଂଚରେ ଉପସ୍ଥିତ ବିଡିଓ ମାଇକ୍‌ ବଢାଉଥିବା ବେଳେ ମନ୍ତ୍ରୀ ମନା କରିଦେଲେ। ତାଙ୍କ ଠାରୁ ମାଇକ୍‌ ଛଡାଇ ନେଲେ। ଯାହା କିଛି କହିବାର ଅଛି ଲିଖିତ ଭାବେ ଦିଅ ବୋଲି କହିଲେ। ଏଭଳି ଘଟଣାକୁ ନେଇ ମଂଚ ତଳେ ବି ଦୁଇ ଗୋଷ୍ଠୀ ମଧ୍ୟରେ ଠେଲାପେଲା, ମାଡ଼ଗୋଳ ଆରମ୍ଭ ହୋଇଯାଇଥିଲା। ପୁଲିସ ସେଠାରେ ନିରବଦ୍ରଷ୍ଟା ସାଜିଥିଲା। ଏଭଳି ସ୍ଥିତିରେ ମନ୍ତ୍ରୀ ସଭାମଂଚରୁ ଓହ୍ଲାଇ ପଳାଇ ଯାଇଥିଲେ।

ଜବାବ୍ ମାଗିଲେ ମୃତ ଛାତ୍ରୀ ରୁଚିକାଙ୍କ ମା’: ୧୬ ଲକ୍ଷ ଟଙ୍କା କେବେ ଦେଇଛ କୁହ…
ମଞ୍ଚ ତଳେ ଦୁଇ ଗୋଷ୍ଠୀ ହାତାହାତି; ଅଧାରୁ ଚାଲିଗଲେ ମନ୍ତ୍ରୀ

ସୂଚନାଯୋଗ୍ୟ ଯେ ୨୦୨୨, ଜୁଲାଇ ୨ ତାରିଖରେ ରୁଚିକାଙ୍କର ରାଗିଂ ଯୋଗୁଁ ସନ୍ଦେହଜନକ ମୃତ୍ୟୁ ଅଭିଯୋଗ ହୋଇଥିଲା। ଝିଅର ମୃତ୍ୟୁକୁ ନେଇ ପରିବାର ଓ ବିଭିନ୍ନ ସଂଗଠନ ଆନ୍ଦୋଳନ, ଧାରଣା ଦେଇଥିଲେ ବି ପରିବାରକୁ ନ୍ୟାୟ ମିଳି ନଥିଲା। କିନ୍ତୁ ରୁଚିକା ମା ବିଦ୍ୟୁତପ୍ରଭା କହିବା ଅନୁଯାୟୀ ମନ୍ତ୍ରୀ ଏହି ଘଟଣାରେ କେବେ ତାଙ୍କୁ ସମବେଦନା ଜଣାଇବାକୁ ଛିଡ଼ା ହୋଇ ନଥିବା ବେଳେ ତାଙ୍କ ପରିବାରକୁ ୧୬ ଲକ୍ଷ ଟଙ୍କା ଦେଇ ଚୁପ୍‌ କରି ଦିଆଯାଇଛି ବୋଲି ବିଭିନ୍ନ ଲୋକଙ୍କୁ କହୁଛନ୍ତି। ବିଭିନ୍ନ ମହଲରୁ ଏଭଳି କଥା ଶୁଣିବା ପରେ ବିଦ୍ୟୁତ୍‌ପ୍ରଭା କିଛି ମାସ ତଳେ ମନ୍ତ୍ରୀଙ୍କ ପାଖଲୋକଙ୍କୁ ଭେଟି ଏ ସଂପର୍କରେ ପଚାରିଥିଲେ। ସେମାନଙ୍କୁ କହିଥିଲେ ଯେ, ମନ୍ତ୍ରୀ ଯେବେ ବି କଖଡି ଆସିବେ, ସେଠାରେ ତାଙ୍କୁ ଭେଟି ଏ ପ୍ରଶ୍ନର ଉତ୍ତର ମାଗିବେ। ଆଜି ମନ୍ତ୍ରୀ କଖଡିକୁ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଆସି ଭାଷଣ ଦେଇ ସାରିବା ପରେ ମୃତ ରୁଚିକାଙ୍କ ମା ସଭାମଂଚକୁ ଉଠିଯାଇ ପ୍ରଶ୍ନ କରିବାର ଅଛି କହି ମାଇକ୍ରୋଫୋନ୍‌ ମାଗିଥିଲେ। ସେତେବେଳେ ବିଡିଓ ଭାଷଣ ଦେଉଥିଲେ। ବିଡିଓଙ୍କ ଭାଷଣ ସରିବା ପରେ ବିଡିଓ ବିଦ୍ୟୁତପ୍ରଭାଙ୍କୁ ମାଇକ୍ରୋଫୋନ ବଢାଉଥିବା ବେଳେ ମନ୍ତ୍ରୀ ମନା କରିବା ସହ ତାହାକୁ ଛଡାଇ ନେଇଥିଲେ। ଏଭଳି ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ବିଦ୍ୟୁତ୍‌ପ୍ରଭା କହିଛନ୍ତି ଯେ ତାଙ୍କ ନାମରେ ଯେଉଁ ୧୬ଲକ୍ଷ ଟଙ୍କା ନେଇଥିବାର ଅପପ୍ରଚାର କରାଯାଉଛି ତାର ଉତ୍ତର ମନ୍ତ୍ରୀ ହଁ ଅଥବା ନାଁରେ ଦିଅନ୍ତୁ। ସେ ଭତ୍ତା କି ଆବାସ ମାଗୁ ନାହାନ୍ତି ଯେ ଲିଖିତ ଭାବେ ଜଣାଇବେ ବୋଲି ବିଦ୍ୟୁତ୍‌ପ୍ରଭା କହିଛନ୍ତି।

ମନ୍ତ୍ରୀ ଶ୍ରୀ ସ୍ବାଇଁ କଖଡି ଠାରୁ କପୁରସିଂ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ଓ ସଂପ୍ରସାରଣର ଶିଳାନ୍ୟାସ ପାଇଁ ଆସିଥିଲେ। ଏହି ରାସ୍ତା ୬ କିଲୋମିଟର ୯୫୦ ମିଟର ହୋଇଥିବା ବେଳେ ୭ କୋଟି ୬ ଲକ୍ଷ ୮୦ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଛି। ୨୦୨୪, ମେ ୨୪ ତାରିଖ ମଧ୍ୟରେ କାର୍ଯ୍ୟ ଶେଷ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଶିଳାନ୍ୟାସ ଉତ୍ସବରେ ଚାରବାଟିଆର ଅଧୀକ୍ଷଣ ଯନ୍ତ୍ରୀ ଅଜିତ କୁମାର ରାୟ, କଖଡି ସରପଞ୍ଚ କଳ୍ପନା ଛତାର, ଜିଲ୍ଲା ପରିଷଦ ସଦସ୍ୟ ବଳଭଦ୍ର ବାଘ ପ୍ରମୁଖ ଉପସ୍ଥିତ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button