ଅପରାଧ

ଗ୍ୟାଙ୍ଗ୍‌ଷ୍ଟର ତପୁର ଡାହାଣ ହାତ ମଙ୍ଗୁକୁ ଏନ୍‌କାଉଣ୍ଟର: ଦ୍ବିତୀୟ ଥର ଖାଇଲା ପୁଲିସ ଗୁଳି – bajravana

[ad_1]

କନ୍ଦରପୁର ଗହଣା ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ସଂପୃକ୍ତ

କଟକ: କନ୍ଦରପୁର ଅଞ୍ଚଳର ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍‌ଷ୍ଟର ପ୍ରଶାନ୍ତ ଦାସ ଓରଫ୍‌ ତପୁର ଡାହାଣ ହାତ ମନୋଜ ମହାରଣା ଓରଫ୍ ମଙ୍ଗୁ(୩୨)କୁ ପୁଲିସ ଏନ୍‌କାଉଣ୍ଟର କରିଛି। କନ୍ଦରପୁର ଥାନା ପୁଲିସ ସଦର ଥାନା ନଦୀବନ୍ଧ ରାସ୍ତାର ଉତ୍ତମାପୁର ତୋଟାସାହିରେ ମଙ୍ଗୁକୁ ଏନ୍‌କାଉଣ୍ଟର କରିଛି। ୨୦୧୮ ମସିହାରେ ମଧ୍ୟ ତାକୁ ସଦର ଥାନା ପୁଲିସ ଏନ୍‌କାଉଣ୍ଟର କରିଥିଲା। ସେ କନ୍ଦରପୁର ଅଞ୍ଚଳର ଜଣେ ସୁନା ବ୍ୟବସାୟୀଙ୍କୁ ଗୁଳି ମାଡ଼ ଓ ଲୁଟ୍‌ ମାମଲାରେ ସମ୍ପୃକ୍ତ ଥିବା ନେଇ ପୁଲିସ ନିକଟରେ ପ୍ରମାଣ ରହିଛି। ତାକୁ ଏନ୍‌କାଉଣ୍ଟର କରିବା ପରେ ତା’ ନିକଟରୁ ବନ୍ଧୁକ, ଗୁଳି, ମୋବାଇଲ୍ ଫୋନ୍ ଇତ୍ୟାଦି ଜବତ କରାଯାଇଛି।

ସୂଚନା ଅନୁଯାୟୀ, ସେପ୍ଟେମ୍ବର ୬ ତାରିଖ ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ମତ୍ତଗଜପୁର ରେଳବାଇ ଲେବଲ୍‌ କ୍ରସିଂ ନିକଟରେ ସ୍ଥାନୀୟ ହାଟସାହିର ସୁନା ବ୍ୟବସାୟୀ ବିକାଶ ପାତ୍ରଙ୍କୁ ଗୁଳି ମାଡ଼ ହୋଇଥିଲା। ସେ ଓଏମ୍‌ପି ଆଡ଼କୁ ଆସୁଥିବା ସମୟରେ ଏଭଳି ଅଘଟଣ ଘଟିଥିଲା। ଏହି ଘଟଣାରେ ଚାରି ଜଣ ଦୁର୍ବୃତ୍ତ ଦୁଇଟି ଗାଡ଼ିରେ ଆସି ବିକାଶଙ୍କୁ ଚାରି ରାଉଣ୍ଡ ଗୁଳି ମାଡ଼ କରିଥିଲେ। ସୌଭାଗ୍ୟବଶତଃ ଏହି ଗୁଳି ମାଡ଼ରୁ ବିକାଶ ବଞ୍ଚି ଯାଇଥିଲେ। ଦୁର୍ବୃତ୍ତମାନେ ତାଙ୍କ ଡିକି ଭାଙ୍ଗି ସେଥିରେ ଥିବା ୫ ଲକ୍ଷ ଟଙ୍କାର ଅଳଙ୍କାର ଓ ୨୫ ହଜାର ନଗଦ ଟଙ୍କା ଲୁଟି ନେଇଥିଲେ। ଏହି ଘଟଣାରେ ତପୁର ସହଯୋଗୀ କଟକ ସଦର ଭାଣପୁର ଅଞ୍ଚଳର ମଙ୍ଗୁର ସମ୍ପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଥିଲା। ତେବେ ସେ ଶୁକ୍ରବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ତୋଟାସାହି ଅଞ୍ଚଳରେ ଥିବା କନ୍ଦରପୁର ଥାନା ପୁଲିସ ଖବର ପାଇଥିଲା।

କନ୍ଦରପୁର ଥାନା ଆଇଆଇସି ବିପିନ ବିହାରୀ ହୋତାଙ୍କ ସମେତ ୪ ଜଣିଆ ପୁଲିସ ଟିମ୍ ସେଠାରେ ଚଢ଼ଉ କରିଥିଲେ। ଏହି ଟିମରେ ସଦର ଥାନା ପୁଲିସ ବି ସାମିଲ ହୋଇଥିଲା। କିନ୍ତୁ ଚଢ଼ଉ ହେଉଥିବା ଜାଣି ମଙ୍ଗୁକୁ ପୁଲିସକୁ ଗୁଳି ମାରି ଖସିଯିବାକୁ ଉଦ୍ୟମ କରିଥିଲା। ପୁଲିସ ପାଲଟା ଗୁଳି ଚଳାଇଥିଲା। ମଙ୍ଗୁର ବାମ ଗୋଡ଼ରେ ଗୋଟିଏ ରାଉଣ୍ଡ ଗୁଳି ବାଜିଛି। ତାକୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ଡିସିପି ପିନାକ ମିଶ୍ର ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ମଙ୍ଗୁ ବିରୋଧରେ ତିର୍ତ୍ତୋଲ, ରଘୁନାଥପୁର, କନ୍ଦରପୁର, କଟକ ସଦର, ବିରିଡ଼ି, କାମାକ୍ଷାନଗର ଥାନାରେ ୧୧ରୁ ଉର୍ଦ୍ଧ୍ବ ମାମଲା ରହିଛି।

ସୂଚନାଯୋଗ୍ୟ ଯେ ୨୦୧୮ ମାର୍ଚ୍ଚ ୧୦ ରେ ସଦର ଥାନା ପୁଲିସ ମଙ୍ଗୁ ଏବଂ ବ୍ରହ୍ମପୁର ଶ୍ରୀରାମନଗର ଗେଟ୍ ବଜାର ଅଞ୍ଚଳର ସୁଧାକର ପାତ୍ର ଓରଫ୍‌ ତାଡ଼ିଆକୁ ଏନ୍‌କାଉଣ୍ଟର କରିଥିଲା। କୂଆଖାଇ ନଦୀ ବନ୍ଧ ନିକଟରେ ଏହି ଦୁଇ ଜଣଙ୍କର ପୁଲିସ ଟିମ୍ ସହିତ ମୁହାଁମୁହିଁ ହୋଇଥିଲା। ପୁଲିସକୁ ଗୁଳି ମାରି ଖସିଯାଉଥିବା ବେଳେ ଉଭୟଙ୍କୁ ପୁଲିସ ଏନ୍‌କାଉଣ୍ଟର କରିଥିଲା। ସେହି ବର୍ଷ ପ୍ରତାପନଗରୀ ଧାକୁଲେଇ ଠାକୁରାଣୀଙ୍କ ପୀଠରେ ହୋଲି ଉତ୍ସବ ସମୟରେ ପ୍ରତାପନଗରୀ ଅଞ୍ଚଳର ତିନି ଜଣ ଯୁବକଙ୍କୁ ଏହି ଦୁଇ ଦୁର୍ବୃତ୍ତ ଗୁଳି ମାଡ଼ କରିଥିଲେ। ଏଥିରେ ସେମାନେ ଗୁରୁତର ଆହତ ହୋଇଥିଲେ। ପୁଲିସ ଏହି ମାମଲାରେ ସେମାନଙ୍କୁ ପିଛା କରିବାକୁ ଯାଇ ଏନ୍‌କାଉଣ୍ଟର କରିଥିଲା। ସେତେବେଳେ ପୁଲିସ ସେମାନଙ୍କ ନିକଟରୁ ଦୁଇଟି ଆମେରିକୀୟ ୯ ଏମ୍‌ଏମ୍‌ ମାଉଜର, ୧୫ ରାଉଣ୍ଡ ଗୁଳି, ୧୨ଟି ମୋବାଇଲ୍ ଫୋନ୍ ଜବତ କରିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button