ଏସିଆ କପ୍ : ରୋମାଞ୍ଚକର ମ୍ୟାଚରେ ଭାରତକୁ ୬ ରନରେ ହରାଇଲା ବାଂଲାଦେଶ – bajravana
[ad_1]
କଲମ୍ବୋ : କଲମ୍ବୋର ଆର.ପ୍ରେମଦାସା ଷ୍ଟାଡିୟମଠାରେ ଖେଳାଯାଉଥିବା ଏସିଆ କପ ସୁପର-୪ର ଏକ ମ୍ୟାଚରେ ଭାରତକୁ ୬ ରନରେ ହରାଇଦେଇଛି ବାଂଲାଦେଶ । ବାଂଲାଦେଶ ଦ୍ବାରା ୨୬୬ ରନର ବିଜୟ ଲକ୍ଷ୍ୟ ରଖାଯାଇଥିବାବେଳେ ଭାରତ ୨୫୯ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ଶୁଭମନ ଗିଲ ସର୍ବାଧିକ ୧୩୩ ବଲରେ ଲଢୁଆ ୧୨୧ରନ କରିଥିଲେ ଓ ସୂର୍ଯ୍ୟକୁମାର ଯାଦବ ୨୬ ରନ କରିଥିଲେ । ଶେଷ ବେଳକୁ ଅକ୍ଷର ପଟେଲ ୪୪ ରନ କରି ଆଉଟ ହୋଇଥିଲେ ।
ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ହିଁ ଭାରତୀୟ ବୋଲରମାନେ ବାଂଲାଦେଶୀ ବ୍ୟାଟରଙ୍କୁ ବାନ୍ଧି ରଖିବାକୁ ସକ୍ଷମ ହୋଇଥିଲେ । ଆରମ୍ଭରୁ ବାଂଲାଦେଶ ବେଶ କେତୋଟି ଓ୍ବିକେଟ ହରାଇଥିଲା । ଗୋଟିଏ ସମୟରେ ବାଂଲାଦେଶ ୨୮ ରନରେ ୩ଟି ଓ୍ବିକେଟ୍ ହରାଇଥିଲା । ତେବେ ଅଧିନାୟକ ସାକିବୁଲ ହାସାନ ଓ ହାଓହିଦ୍ ହ୍ରିଦୟ ଲଢୁଆ ବ୍ୟାଟିଂ କରି ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିବା ସହ ସ୍କୋରକୁ ଆଗେଇ ନେଇଥିଲେ । ସାକିବୁଲ ୮୦ ରନ କରିଥିବାବେଳେ ହ୍ରିଦୟ ୫୪ ରନ କରିଥିଲେ । ସେହିପରି ଶେଷ ଓଭରଗୁଡ଼ିକ ବେଳକୁ ନସୁମ ଅହମ୍ମଦ ଓ ମେହେଦି ହସନ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୨୫୦ ଉପରକୁ ନେଇଯାଇଥିଲେ । ନସୁମ ୪୪ ରନ ଓ ମେହେଦି ୨୫ରନ କରିଥିଲେ । ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ବିକେଟ ହରାଇ ୨୬୫ ରନ କରିଥିଲା ।
ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ୩ଟି ଓ ମହମ୍ମଦ ସାମି ୨ଟି ଓ୍ବିକେଟ ନେଇଥିଲେ । ସେହିପରି ରବୀନ୍ଦ୍ର ଜାଦେଜା, ପ୍ରସିଦ୍ଧ କ୍ରିଷ୍ଣା ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
[ad_2]