ବିଜୟ ସହ ବୋପାନ୍ନାଙ୍କ ଡେଭିସ କପ୍ ଜୀବନ ଶେଷ: ମରୋକ୍କୋକୁ ୩-୧ରେ ହରାଇଲା ଭାରତ – bajravana
[ad_1]
ଲକ୍ଷ୍ନୌ: ଭାରତୀୟ ଭେଟେରାନ ଟେନିସ ଖେଳାଳି ରୋହନ ବୋପାନ୍ନାଙ୍କ ଡେଭିସ କପ୍ ଜୀବନ ବିଜୟ ସହ ଶେଷ ହୋଇଛି। ଖାଲି ଏତିକି ନୁହେଁ ବିଶ୍ବ ଗ୍ରୁପ୍-୨ ପର୍ଯ୍ୟାୟରେ ଭାରତୀୟ ଦଳ ୩-୧ରେ ମରୋକ୍କୋକୁ ହରାଇ ବୋପାନ୍ନା ବିଦାୟୀ ସମ୍ବର୍ଦ୍ଧନା ଦେଇଛି। ଶନିବାର ୧-୧ରୁ ଆରମ୍ଭ କରିଥିବା ଭାରତ ରବିବାର ଯୁଗଳ ମ୍ୟାଚ୍ରେ ମରୋକ୍କୋକୁ ହରାଇ ଅଗ୍ରଣୀ ନେଇଥିଲା। ନିଜର ୩୩ତମ ଓ ଶେଷ ଡେଭିସ କପ୍ ଖେଳୁଥିବା ବୋପାନ୍ନା ଓ ତାଙ୍କ ସାଥୀ ୟୁକି ଭାମ୍ବ୍ରି ସିଧାସଳଖ ୬-୨, ୬-୧ ସେଟ୍ରେ ଏଲିଅଟ ବେଞ୍ଚେଟ୍ରିଟ ଓ ୟୁନେସ ଲାଲାମି ଲାରୌସିଙ୍କୁ ହରାଇ ଦେଇଥିଲେ। ଏହା ପରେ ପ୍ରଥମ ପାଲଟା ଏକକ ମ୍ୟାଚ୍ରେ ଭାରତର ଏକ ନମ୍ବର ଖେଳାଳି ସୁମିତ ନଗଲ ୬-୩, ୬-୩ ସେଟ୍ରେ ୟାସିନ ଦିଲିମିଙ୍କୁ ହରାଇଥିଲେ। ଭାରତ ୩-୧ରେ ଆଗୁଆ ହୋଇଯିବାରୁ ପଞ୍ଚମ ମ୍ୟାଚ୍ର ଆବଶ୍ୟକତା ରହିନଥିଲା। ଏହି ବିଜୟ ସହ ଭାରତ ଆସନ୍ତା ବର୍ଷ ବିଶ୍ବ ଗ୍ରୁପ୍-୧ ପ୍ଲେ ଅଫ୍କୁ ଉନ୍ନୀତ ହୋଇଛି।
ଏହି ସଫଳତା ସହ ବୋପାନ୍ନାଙ୍କ ତାଙ୍କ ଭାରତୀୟ ସାର୍ଟକୁ କୋର୍ଟରେ ରଖି ବିଦାୟ ଦେଇଥିଲେ। ବୋପାନ୍ନା ୩୩ ଡେଭିସ୍ କପ୍ରେ ୫୦ ମ୍ୟାଚ୍ ଖେଳିଥିଲା ବେଳେ ୧୩ ଯୁଗଳ ସହ ୨୩ଟିରେ ବିଜୟୀ ହୋଇଛନ୍ତି। ଷ୍ଟାଣ୍ଡରେ ବିସି ବୋପାନ୍ନାଙ୍କ ଏହି ଶେଷ ମ୍ୟାଚ୍ ଦେଖୁଥିବା ତାଙ୍କ ପରିବାର ଓ ପ୍ରଶଂସକଙ୍କ ସମର୍ଥନଙ୍କୁ ଚୁମ୍ବନ ଦେଇ ଗ୍ରହଣ କରିଥିଲେ। ତାଙ୍କ ପରିବାର ଓ ପ୍ରଶଂସକମାନେ ଷ୍ଟାଣ୍ଡରେ ତ୍ରିରଙ୍ଗା ଓ ବୋପାନ୍ନାଙ୍କ ଫଟୋ ଧରି ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ।
[ad_2]