ମନୋରଞ୍ଜନ

ହୃଦଘାତ ପରେ ସୁସ୍ମିତାଙ୍କ ଯତ୍ନ ନେଇଥିଲେ ସାନ ଝିଅ, ଆଲାର୍ମ ସେଟ୍ କରି ଦେଉଥିଲେ ଔଷଧ – bajravana

[ad_1]

ମୁମ୍ବାଇ: ଚଳିତ ବର୍ଷ ମାର୍ଚ୍ଚ ମାସରେ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ ହୃଦଘାତର ଶିକାର ହୋଇଥିବା ଜଣାଇଥିଲେ। ହୃଦଘାତ ପରେ ତାଙ୍କର ଆଞ୍ଜିଓପ୍ଲ‌ାଷ୍ଟି କରାଯାଇଥିଲା ଏବଂ ଏହା ପରେ ସେ ଧୀରେ ଧୀରେ ସୁସ୍ଥ ହେଉଥିବା କହିଥିଲେ। ଏହା ସହ ତାଙ୍କର ବଡ଼ ହୃଦୟ ଥିବା ନେଇ ଡାକ୍ତର ତାଙ୍କୁ କହିଥିବା ସୁସ୍ମିତା ଜଣାଇଥିଲେ।

ଏବେ ହୃଦଘାତ ପରେ ତାଙ୍କ ସାନଝିଅ ଅଲିଶା କିଭଳି ତାଙ୍କର ଯତ୍ନ ନେଇଥିଲେ, ତାହା ଜଣାଇଛନ୍ତି ସୁସ୍ମିତା। ବଲିଉଡ ବବଲକୁ ଦେଇଥିବା ଏକ ସାକ୍ଷାତକାରରେ ସୁସ୍ମିତା ସେନ୍ ପ୍ରକାଶ କରିଛନ୍ତି ଯେ, “ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ହେତୁ ତାଙ୍କ ଝିଅମାନଙ୍କ ଜୀବନ ମଧ୍ୟ ବହୁତ ପ୍ରଭାବିତ ହୋଇଛି। ସେ କହିଛନ୍ତି, ‘ସେମାନେ ବହୁତ କିଛି କରିଛନ୍ତି। ବିଶେଷ କରି ଅଲିଶା। କାରଣ ମୋର ବଡ଼ ଝିଅ ବର୍ତ୍ତମାନ ବଡ ହୋଇସାରିଛି, ତାକୁ ତା’ର ଦାୟିତ୍ୱ ମିଳିସାରିଛି ଏବଂ ସେ ବର୍ତ୍ତମାନ ସ୍ୱାଧୀନ। ହେଲେ ମୋ ଛୋଟ ମାଙ୍କଡ଼(ତାଙ୍କ ସାନ ଝିଅ)… ସେ ମୋତେ ପ୍ରତିଦିନ ୯ଟା ସମୟରେ ଔଷଧ ଦିଏ। କାଳେ ଭୁଲିଯିବ ବୋଲି ଭାବି ସେ ଆଲାର୍ମ ସେଟ୍ କରେ। ତା’ ପାଇଁ ମୁଁ ମୋର ଔଷଧ ଖାଇବାକୁ ଭୁଲି ନାହିଁ। ସେ ବହୁତ ଯତ୍ନବାନ।”

ସୁସ୍ମିତା ସେନ୍ ତାଙ୍କ ବାପାଙ୍କ ସହ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ହୃଦଘାତ ବିଷୟରେ ସୂଚନା ଦେଇଥିଲେ। ଏହି ପୋଷ୍ଟରେ, “୪୭ବର୍ଷ ବୟସ୍କା ଅଭିନେତ୍ରୀ ଉଲ୍ଲେଖ କରିଥିଲେ ଯେ ହୃଦଘାତ ପରେ ହୃଦ୍‌ରୋଗ ବିଶେଷଜ୍ଞ ମୋର ଆଞ୍ଜିଓପ୍ଲାଷ୍ଟି କରିଥିଲେ ଏବଂ ସଠିକ୍ ଭାବରେ ଏକ ଷ୍ଟେଣ୍ଟ୍ ଲଗାଇଥିଲେ। ମୁଁ ଏବେ ମୋ ଜୀବନକୁ ଆହୁରି ଆନନ୍ଦ ଏବଂ ଖୁସିରେ ବଞ୍ଚିବାକୁ ପ୍ରସ୍ତୁତ ଅଛି।”



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button