ଅପରାଧ

ଲାଞ୍ଚ ନେଲା ବେଳେ ବନ୍ଧା ହେଲେ ଜିଆର୍‌ଏସ୍‌ ଓ ପିଅନ – bajravana

[ad_1]

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ସୁନାରିସିକୁଆଁ ପଞ୍ଚାୟତର ଜିଆର୍‌ଏସ୍‌ ପ୍ରାଣବନ୍ଧୁ ଦଣ୍ଡସେନା ଓ ପିଅନ କମଳାକାନ୍ତ ବୈଠାରୁ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ପ୍ରକାଶ ଯେ, ଜିଆର୍‌ଏସ୍‌ ଶ୍ରୀ ଦଣ୍ଡସେନା ପଞ୍ଚାୟତର ଜଣେ ହିତାଧିକାରୀଙ୍କଠାରୁ ଜମି ମରାମତି ବିଲ୍‌ କରାଇଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ପଞ୍ଚାୟତ ଅଫିସ୍‌ର ପିଅନ ହାତରେ ଟଙ୍କା ଦେବାକୁ ସଂପୃକ୍ତ ହିତାଧିକାରୀଙ୍କୁ କହିଥିଲେ। ଏନେଇ ହିତାଧିକାରୀ ମନୋଜ ମାଝୀ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ।

ଶୁକ୍ରବାର ଯୋଜନା ମୁତାବକ ମନୋଜ ୧୦ ହଜାର ଟଙ୍କା ପିଅନ କମଳାକାନ୍ତ ବୈଠାରୁଙ୍କୁ ଦେଇଥିଲେ। ଏହି ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ମାଡ଼ି ବସି ଜିଆର୍‌ଏସ୍‌ ପ୍ରାଣବନ୍ଧୁ ଦଣ୍ଡସେନା ଓ ପିଅନ କମଳାକାନ୍ତ ବୈଠାରୁଙ୍କୁ ଗିରଫ କରିଥିଲେ। କୋରାପୁଟ ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଡିଏସ୍‌ପି ପ୍ରଦୀପ ଆଇଣ୍ଡଙ୍କ ନେତୃତ୍ବରେ ଏକ ୫ ଜଣିଆ ଭିଜିଲାନ୍ସ ଟିମ୍‌ ଜିଆର୍‌ଏସ୍‌ଙ୍କ ପୈତୃକ ଘର ଓ ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟରେ ଚଢ଼ଉ କରିଥିଲେ। ଅନ୍ୟପକ୍ଷରେ ଘଟଣା ପରେ ଜିଆରଏସ୍‌ ଶ୍ରୀ ଦଣ୍ଡସେନା ସରପଞ୍ଚଙ୍କ ବାପା ସନ୍ୟାସୀ ଦାସ ଯୋଜନା ବଦ୍ଧ ଭାବରେ ଫସାଇ ଦେଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ସେହିପରି ସନ୍ୟାସୀ ଦାସ ଏଥିରେ ତାଙ୍କର କୌଣସି ଭୂମିକା ନାହିଁ ଅଯଥା ତାଙ୍କୁ ବଦନାମ କରାଯାଉଛି ବୋଲି କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button