ଖେଳ ଖବର

ମ୍ୟାଚ ଜିତିବା ପରେ ଖେଳାଳିଙ୍କୁ ଧରି କାନ୍ଦିଲେ ବାଳ‌କ – bajravana

[ad_1]

ନୂଆଦିଲ୍ଲୀ : ଆଫଗାନିସ୍ତାନ ଗତରବିବାର ବିଶ୍ବବିଜେତା ଇଂଲଣ୍ଡକୁ ୬୯ ରନ୍‌ରେ ହରାଇଥିଲା। ଅବିଶ୍ବସନୀୟ ଓ ଅସାଧାରଣ ଦଳଗତ ପ୍ରଦର୍ଶନ ସହ ନିଜ କ୍ରିକେଟ୍ ଇତିହାସର ସବୁଠାରୁ ସ୍ମରଣୀୟ ବିଜୟ ହାସଲ କରିଛି ଆଫଗାନିସ୍ତାନ ।

ପଡ଼ିଆରେ ବସି ମ୍ୟାଚ ଦେଖୁଥିବା ବେଳେ ଆଫଗାନିସ୍ତାନର ଏଭଳି ବିଜୟ ପରେ ଜଣେ କୁନି ଫ୍ୟାନ୍ସ ଭୋଭୋ ହୋଇ କାନ୍ଦି ପକାଇଥିଲେ। ଆଉ ପଡ଼ିଆ ଭିତରକୁ ଆସି ଆଫଗାନିସ୍ତାନର ମୁଜୀବ-ଉର୍-ରହମାନଙ୍କୁ ଆଲିଙ୍ଗନ କରି କାନ୍ଦିଥିଲେ। ଏହି ଘଟଣାର ଦୃଶ୍ୟ କ୍ୟାମେରାରେ କୈଦ ହୋଇଯାଇଥିଲା। ଏ ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହେବାପରେ ଭାଇରାଲ ହୋଇଯାଇଛି।

ଆଫଗାନିସ୍ତାନ ୨୮୫ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ଇଂଲଣ୍ଡ ୪୦.୩ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୨୧୫ ରନ୍ କରିବାର ଲଜ୍ଜାଜନକ ପ୍ରଦର୍ଶନ କରିବା ସାରା ବିଶ୍ବର କ୍ରିକେଟ୍‌ପ୍ରେମୀଙ୍କୁ ବିସ୍ମିତ କରିଥିଲା।

 

ତେବେ ଏଭଳି ଐତିହାସିକ ବିଜୟ ପରେ ଆଫଗାନିସ୍ତାନ ଦଳକୁ କ୍ରମାଗତ ଭାବେ ଶୁଭେଚ୍ଛାର ସୁଅ ଛୁଟିଛି। ସେପଟେ ୧୬ ବଲ୍‌ରୁ ୨୮ ରନ୍ କରିବା ପରେ ନିଜ ସ୍ପିନ୍ ଯାଦୁରେ ଇଂଲଣ୍ଡକୁ ତିନିଟି ଝଟ୍‌କା ଦେଇଥିବା ୨୨ ବର୍ଷୀୟ ଆଫଗାନ ସ୍ପିନର ମୁଜୀବ-ଉର୍-ରହମାନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରି ଇତିହାସ ପୃଷ୍ଠାରେ ନିଜ ନାମକୁ ଲିପିବଦ୍ଧ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button