ବର୍ଷା ଯୋଗୁଁ ଭାରତ-ନେପାଳ ମ୍ୟାଚ ରଦ୍ଦ ହେଲେ କଣ ହେବ ? ଭାରତ ସୁପର-୪କୁ ଯିବ କି ? – bajravana
[ad_1]
ନୂଆଦିଲ୍ଲୀ : ଏସିଆ କପ୍ ଅଧିନରେ ଭାରତ ଓ ପାକିସ୍ତାନ ମଧ୍ୟରେ ଶନିବାର ଖେଳାଯାଇଥିବା ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ଫଳରେ ଉଭୟ ଦଳ ୧-୧ ପଏଣ୍ଟ ପାଇଥିଲେ। ସେହିପରି ପାକିସ୍ତାନ ୩ ପଏଣ୍ଟ ସହ ସୁପର-୪ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିଛି। ଏବେ ଭାରତୀୟ ଦଳକୁ ନେପାଳ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ିବ। ସେପ୍ଟେମ୍ବର ୪ତାରିଖରେ ଭାରତ-ନେପାଳ ମ୍ୟାଚ୍ ଖେଳାଯିବ। ଭାରତ-ନେପାଳ ମ୍ୟାଚ୍ ଦିନ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି। ଯଦି ଭାରତ-ନେପାଳ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇଯାଏ, ତେବେ ଟିମ୍ ଇଣ୍ଡିଆ ସୁପର-୪ ରାଉଣ୍ଡପାଇଁ ଯୋଗ୍ୟତା ଅର୍ଜନ କରିପାରିବ କି?
ମ୍ୟାଚ ରଦ୍ଦ ହେଲେ ବି କ୍ବାଲିଫାଇ କରିବ ଭାରତ
ପାକିସ୍ତାନ ତା’ର ପ୍ରଥମ ମ୍ୟାଚ୍ ରେ ନେପାଳକୁ ୨୩୮ ରନର ବିଶାଳ ବ୍ୟବଧାନରେ ପରାସ୍ତ କରିଥିଲା। ଭାରତ-ପାକିସ୍ତାନ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇ ଯାଇଥିଲା। ଫଳରେ ବାବର ଆଜମଙ୍କ ନେତୃତ୍ବାଧୀନ ପାକିସ୍ତାନୀ ଦଳ ୩ ପଏଣ୍ଟ ସହ ସୁପର-୪ ରାଉଣ୍ଡପାଇଁ ଯୋଗ୍ୟତା ଅର୍ଜନ କରିଛି। ଯଦି ଭାରତୀୟ ଦଳ ନେପାଳକୁ ପରାସ୍ତ କରିବାରେ ସଫଳ ହୁଏ ତେବେ ୩ ପଏଣ୍ଟ ସହ ପରବର୍ତ୍ତୀ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିବ, କିନ୍ତୁ ବର୍ଷା କାରଣରୁ ମ୍ୟାଚ୍ ବାତିଲ ହେଲେ ମଧ୍ୟ ଭାରତୀୟ ପ୍ରଶଂସକମାନେ ନିରାଶ ହେବେ ନାହିଁ, କାରଣ ଟିମ୍ ଇଣ୍ଡିଆ ୨ ପଏଣ୍ଟ ସହ ସୁପର-୪ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିବ।
[ad_2]