ଓଡିଶା

ଘର ଲୋକେ କୁକୁଡ଼ା ଦେଖିବା ପାଇଁ କବାଟ ଖୋଲିଲେ, ବେକରେ ଭୁଜାଲି ଲଗେଇ ଚୋର ପଶି ଲୁଟିନେଲେ

ଭଦ୍ରକ: ପୁରା ଫିଲ୍ମ ଷ୍ଟାଇଲ୍ ରେ ହୋଇଛି ଲୁଟ୍ । ବେକରେ ଭୁଜାଲି ମୁଣ୍ଡରେ ବନ୍ଧୁକ ଦେଖାଇ ଲୁଟିନେଲେ । କହିଲେ କୋଉଠି ସୁନା ରୂପା ଅଛି କହ । ତୋ ବେକରେ ପିନ୍ଧିଥିବା ମଙ୍ଗଳସୁତ୍ର ଦେ…ସେ ନାକ ଫୁଲ ଦେ ନହେଲେ ତୁ ମରିବୁ ତ ମରିବୁ ତୋ ଛୁଆକୁ ମାରିଦେବି । ଜଲଦି ଚାବି ଦେ ।

ଗତକାଲି ଗତ କାଲି ରାତି ପ୍ରାୟ ୧୨ ଟା ରୁ ଗୋଟାଏ ମଧ୍ୟରେ ହୋଇଛି ବଡ଼ଧରଣର ଡକାୟତି ।ଭଣ୍ଡାରିପୋଖରୀ ଥାନା ବଡ଼ ନପଙ୍ଗ ଗାଁ ରେ ମାଧବ ସେଠୀଙ୍କ ଘର ଲୁଟି ନେଇଛନ୍ତି ଦୁର୍ବୁତ୍ତ । ରାତି ଅଧରେ ଘରେ ପଶିବାକୁ ଚେଷ୍ଟା କରିଥିଲେ ଚୋର । କିନ୍ତୁ ସେମାନେ କୁକୁଡ଼ା ଘର ଦେଇ ଘରେ ପଶିଥିଲେ । ରାତିଅଧରେ କୁକୁଡ଼ାଙ୍କ ଚେଁ ଚେଁ ଶବ୍ଦ ପରିବାର ଲୋକଙ୍କ ନିଦ ଭାଙ୍ଗି ଦେଇଥିଲା । ସମସ୍ତେ ଉଠିପଡ଼ିଥିଲେ ଆଉ କବାଟ ଖୋଲି କୁକୁଡ଼ାକୁ ଦେଖିବାକୁ ବାହାରିଥିଲେ ଠିକ୍ ଏହି ସମୟର ସୁଯୋଗ ନେଇ ୬ ରୁ ୭ଜଣ ଭୁସ୍ କିନା ଘର ଭିତରେ ଧସେଇ ପଶିଆସିଥିଲେ ।

ଘର ଲୋକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହିତ ଭୁଜାଲିରେ ଆକ୍ରମଣ କରି ଲୁଟି ଫେରାର ହୋଇଯାଇଛନ୍ତି ଡକାୟତି ଦଳ ।ଏହି ଡକାୟତି ଦଳ ରେ ୮ ଜଣ ଥିଲା ବେଳେ ଘର ଭିତରେ ମାରଣାସ୍ତ୍ର ଧରି ପଶିଥିଲେ ୬ଜଣ ମୁଖା ପିନ୍ଧା ଦୁର୍ବୁତ୍ତ ଏବଂ ଘର ବାହାରେ ବନ୍ଧୁକ ଓ ଭୁଜାଲି ଧରି ଜଗି ରହିଥିଲେ ୨ଜଣ ଦୁର୍ବୁତ୍ତ ।

ଦୁର୍ବୁତ୍ତ ମାନେ ବଡ଼ ନପଙ୍ଗ ଗ୍ରାମର ମାଧବ ସେଠୀଙ୍କ ଘରେ ପହଂଚି ତାଙ୍କ ପରିବାର ଲୋକଙ୍କୁ ଭୟଭୀତ କରି ଘରେ ପ୍ରବେଶ କରି ଘରର ମହିଳା ଓ ଛୋଟ ପିଲାଙ୍କ ବେକରେ ବନ୍ଧୁକ ଓ ଭୁଜାଲି ଲଗାଇ ଲକ୍ଷ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଗଡ଼ରେଜ ଭାଙ୍ଗିବା ସହିତ କିଛି ଟଙ୍କା ଲୁଟି ନେଇ ଯାଇଥିଲେ ।ଏପରିକି ଏହି ଦୁର୍ବୁତ୍ତ ମାନେ ଘରର ଜଣେ ପୁରୁଷ ଲୋକଙ୍କ ସହିତ ୩ ଜଣ ମହିଳାଙ୍କୁ ଆକ୍ରମଣ କରି ଫେରାର ହୋଇ ଯାଇଛନ୍ତି ।

ଏନେଇ ଆହତ ମାନଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନା ରେ ଭର୍ତି କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ଭଣ୍ଡାରିପୋଖରୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଗାଁ ଠାରୁ କିଛି ଦୂରରେ ସୁନା ଅଳଙ୍କାରର ଖାଲି ଖୋଳ ଓ କପଡା ପଡ଼ିଥିବା ଗ୍ରାମବାସୀ ମାନେ ଦେଖି ପୋଲିସକୁ ଜଣାଇଛନ୍ତି ।ଗତ କିଛି ବର୍ଷର ବ୍ୟବଧାନ ପରେ ଭଣ୍ଡାରିପୋଖରୀ ଅଞ୍ଚଳରେ ଏହା ହେଉଛି ଏକ ସଂଘ ବଦ୍ଧ ଓ ବଡ଼ ଧରଣର ଡକାୟତି ବୋଲି ଆଲୋଚନା ହେଉଥିବା ବେଳେ ଏହାକୁ ନେଇ ଲୋକ ମାନେ ଅଧିକ ଭୟଭୀତ ହୋଇ ପଡିଛନ୍ତି ।ଏହି ଡକାୟତି ଦଳକୁ ଗିରଫ ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଉଦ୍ୟମ ଆରମ୍ଭ କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Pratap Prusty

Related Articles

Leave a Reply

Your email address will not be published. Required fields are marked *

Back to top button