ରାଇରଗଂପୁରରେ ଜୋର୍ ଧରିଲା ଫୁଟବଲ୍ ଏକାଡେମୀ ପ୍ରତିଷ୍ଠା ଦାବି – bajravana
[ad_1]
ରାଇରଙ୍ଗପୁର: ଆଦିବାସୀ ବହୁଳ ମୟୂରଭଂଜ ଜିଲ୍ଲାର ସର୍ବାଧିକ ଆଦିବାସୀ ବହୁଳ ଉପଖଣ୍ଡ ହେଉଛି ବାମନଘାଟୀ ଉପଖଣ୍ଡ। ଓଡ଼ିଶାରେ ଫୁଟବଲ୍ ଖେଳର ଏନ୍ତୁଡିଶାଳ ହେଉଛି ମୟୂରଭଂଜ ଏବଂ ଶତକଡା ୯୦ ପ୍ରତିଶତରୁ ଅଧିକ ପୁରୁଷ ଓ ମହିଳା ଫୁଟବଲ୍ ଖେଳାଳି ବାମନଘାଟୀ ଉପଖଣ୍ଡରେ ବସବାସ କରନ୍ତି। ଏଣୁ ବାମନଘାଟୀ ଉପଖଣ୍ଡରେ ହିଁ ଫୁଟବଲ୍ ଏକାଡେମୀ ପ୍ରତିଷ୍ଠା ପାଇଁ ବିଭିନ୍ନ ମହଲରୁ ଦାବି ହୋଇ ଆସୁଥିଲା । ଏନେଇ ଜିଲ୍ଲାର ଅଗ୍ରଣୀ ଅଣ ରାଜନୈତିକ ସଂଗଠନ ଭଞସେନା ପକ୍ଷରୁ ବହୁବାର ଆନ୍ଦଳନ ମଧ୍ୟ ହୋଇଛି ।
ଏନେଇ ଗତ ୨୭ ଅଗଷ୍ଟରେ ଦୈନିକ ସମ୍ବାଦ ଖବର କାଗଜରେ “ବାମନଘାଟୀରେ ଫୁଟବଲ୍ ଏକାଡେମୀ ପ୍ରତିଷ୍ଠା ଦାବି” ନେଇ ଖବର ପ୍ରକାଶ ପରେ ଫୁଟବଲ୍ ଏକାଡେମୀ ପ୍ରତିଷ୍ଠା ଦାବି ନେଇ ଜୋର୍ ଧରିଛି । ଏନେଇ ଆଜି ଭଞସେନାର ବାମନଘାଟୀ ଉପଖଣ୍ଡ ଆଦିବାସୀ ଶାଖା ସଭାପତି ସୁନ୍ଦର ମୋହନ ଟୁଡୁଙ୍କ ସଭାପତିତ୍ୱରେ ରାଇରଙ୍ଗପୁର ନିକଟସ୍ଥ ମହିଲଡିହା ପୂର୍ତବିଭାଗର ଡାକବଙ୍ଗଳାଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଞସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଯୋଗଦେଇ ବାମନଘାଟୀରେ ଫୁଟବଲ୍ ଏକାଡେମୀ ପ୍ରତିଷ୍ଠା ପାଇଁ ଦାବି ଜାରି ରଖିବେ ଏବଂ ଫୁଟବଲ୍ ଏକାଡେମୀ ପ୍ରତିଷ୍ଠା ହେଲେ ଖେଳର ବିକାଶ ସହିତ ବହୁ ଖେଳାଳୀ ଉପକ୍ୃତ ହେବେ ବୋଲି ପ୍ରକାଶ କରିଛନ୍ତି । ତା ସହିତ ବାମନଘାଟୀ ଉପଖଣ୍ଡରେ ଥିବା ଖଡଖାଇ ଡ୍ୟାମ୍, ବାଙ୍କବଳ ଡ୍ୟାମ୍, ନେଶା ଡ୍ୟାମ୍, ଅସୁରଘାଟୀ ଜଳପ୍ରପାତର ଉନ୍ନତି କରଣ କରାଯାଉ ବୋଲି ଦାବି କରିଛନ୍ତି ।
ଏହାବ୍ୟତୀତ ଉପଖଣ୍ଡରେ ଖଣି ଖାଦାନରେ ପରିପୂର୍ଣ ଥିଲେ ମଧ୍ୟ କାହିଁକି ଇସ୍ପାତ କାରଖାନା ନିର୍ମାଣ କରାଯାଉ ନାହିଁ ଜନପ୍ରତିନିଧିଙ୍କୁ ପ୍ରଶ୍ନ କରାଯିବ ବୋଲି କହିଥିଲେ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆଦିବାସୀ ଶାଖାର ସଭାପତି ବାଜୁନ ହାଁସଦାଃ, ଉପାଧକ୍ଷ ମହମ୍ମଦ ଅଲ୍ଲୀ ଖାନ୍,ଉପଖଣ୍ଡ ଅଞନ ବରାଳ,ଉପଖଣ୍ଡ ସଭାପତି ଇଂ ରାମଜାନ୍ ବେଗ୍ଙ୍କ ସମେତ ଭଞସେନାର ବହୁ ସଦସ୍ୟ ଉପସ୍ଥିତ ଥିଲେ । ତେବେ ଆଗାମୀ ଦିନରେ ସରକାର ଏଥିପ୍ରତି ଦୃଷ୍ଟିନଦେଲେ ଭଞସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
[ad_2]