ଓଡିଶା

କପା କିଆରିରୁ ମହିଳାଙ୍କ ମୃତଦେହ ଉଦ୍ଧାର – bajravana

[ad_1]

ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ମହୁରୁଣ୍ଡି ଗାଁର ଆହ୍ଲାଦିନୀ ସାହାଣୀ (୩୫ବର୍ଷ) ନାମ୍ନୀ ଜଣେ ମହିଳାଙ୍କ ମୃତଦେହ କପା କିଆରିରୁ ଉଦ୍ଧାର କରାଯାଇଛି। ଗତ ୩୧ ତାରିଖରୁ ସେ ନିଖୋଜ ଥିବା ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।

ସୂଚନା ଅନୁସାରେ, ମହୁରୁଣ୍ଡି ଗାଁର ଅନିରୁଦ୍ଧ ସାହାଣୀ କଂସାପଲା ଗାଁର ଚନ୍ଦ୍ରମଣି ଶବରଙ୍କ ଝିଅ ଆହ୍ଲାଦିନୀଙ୍କୁ ବାହା ହୋଇଥିଲେ। ତାଙ୍କର ଚାରି ପୁଅଝିଅ। ତିନିମାସ ତଳେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ପରେ ଘରକୁ ଫେରି ପୁଣି ସମସ୍ତେ ଭଲ ଭାବରେ ମିଶି ରହୁଥିଲେ। ଗତ ୩୧ ତାରିଖ ଦିନ ଆହ୍ଲାଦିନୀ ନିଖୋଜ ହୋଇଯାଇଥିବା ତାଙ୍କ ସ୍ୱାମୀ ଏତଲା ଦେଇଥିଲେ। ଶନିବାର ମହୁରୁଣ୍ଡି ଗାଁ ନିକଟ ଭାଲୁଡୁଙ୍ଗରି ଗ୍ରାମର ଲୋକେ କପା କିଆରିରେ ଆହ୍ଲାଦିନୀଙ୍କ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ, ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା, ଏସ୍‌ପୁ ଋଷିକେଶ ଖିଲାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button