ପରକୀୟ ପ୍ରୀତି ସନ୍ଦେହ: ବୋହୂଙ୍କୁ ମାଡ଼ ମାରି ଉଲଗ୍ନ କରି ରାସ୍ତାରେ ଚଲାଇଲେ ଶାଶୂଘର ଲୋକେ – bajravana
[ad_1]
ପ୍ରତାପଗଡ଼: ରାଜସ୍ଥାନର ପ୍ରତାପଗଡ଼ରେ ଜଣେ ୨୧ ବର୍ଷୀୟ ମହିଳାଙ୍କୁ ସର୍ବସମ୍ମୁଖରେ ସ୍ବାମୀ ଓ ଶାଶୂଘର ଲୋକେ ମାଡ଼ ମାରିବା ସହିତ ଉଲଗ୍ନ କରି ରାସ୍ତାରେ ଚଲାଇଥିବା ଅଭିଯୋଗ ହୋଇଛି।
ସାମାଜିକ ଗଣମାଧ୍ୟମରେ ଫୁଟେଜ୍ ଭାଇରାଲ୍ ହେବା ପରେ ଘଟଣା ଜଣାପଡ଼ିଲା ଓ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତତ୍ପର ହେଲା।
ସଂଗୃହୀତ ସୂଚନା ଅନୁସାରେ, ଘଟଣାଟି ଗୁରୁବାର ଦିନ ଘଟିଥିଲା। ଗତବର୍ଷ ବାହା ହୋଇ ଆସିଥିବା ଜନଜାତି ସମ୍ପ୍ରଦାୟର ସେ ମହିଳା ପଡ଼ିଶାରେ ଜଣେ ବ୍ୟକ୍ତିଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗ କରି ତାଙ୍କର ସ୍ବାମୀ ଓ ଶାଶୂଘର ଲୋକେ ମାରଧର କରିଥିଲେ। କେବଳ ସେତିକି ନୁହେଁ, ସହାୟତା ପାଇଁ ଆକୁଳ ଚିତ୍କାର କରୁଥିବା ମହିଳାଜଣକୁ ସେମାନେ ଘର ବାହାରେ ଉଲଗ୍ନ କରି ଗାଁ ରାସ୍ତାରେ ଚଲାଇ ଥିଲେ।
ଏହି ଘଟଣାରେ ‘ଏଫ୍ଆଇଆର୍’ ପଞ୍ଜିକରଣ କରାଯାଇ ମାମଲାର ତଦନ୍ତ ଲାଗି ୬ଟି ପୁଲିସ ଟିମ୍ ଗଠନ କରାଯାଇଛି। ତା’ଛଡ଼ା ଏହି ଭିଡିଓକୁ ସାମାଜିକ ଗଣମାଧ୍ୟମରେ ସେୟାର୍ ନ କରିବା ଲାଗି ପୁଲିସ ଜନସାଧାରଣଙ୍କୁ ନିବେଦନ କରିଛି।
ଘଟଣା ସଂକ୍ରାନ୍ତରେ ନିଜେ ଅବଗତ ହୋଇ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଅମିତ କୁମାର ପ୍ରତାପଗଡ଼ ଗାଁ’ରେ ପହଞ୍ଚିଥିଲେ। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଲାଗି ‘ଡିଜିପି’ ଉମେଶ ମିଶ୍ରା ନିର୍ଦେଶ ଦେଇଥିଲେ।
ସମ୍ପ୍ରତି ‘ଏଏନ୍ଆଇ’ କରିଥିବା ରିପୋର୍ଟ ଅନୁସାରେ, ଏହି ଘଟଣାରେ ସମ୍ପୃକ୍ତ ୩ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗୋଡ଼ାଉ ଥିବା ପୁଲିସ କବଳରୁ ଖସି ପଳାଇଯିବାକୁ ଉଦ୍ୟମ କରି ଆହତ ହୋଇଥିବା ଅଭିଯୁକ୍ତମାନେ ସମ୍ପ୍ରତି ଚିକିତ୍ସାଧୀନ ଅଛନ୍ତି। ‘ଏଫ୍ଆଇଆର୍’ରେ ସମୁଦାୟ ୧୦ଜଣ ଅଭିଯୁକ୍ତଙ୍କ ନାଁ ରହିଛି। ବାକି ଅଭିଯୁକ୍ତମାନଙ୍କୁ ଧରିବା ଲାଗି ପୁଲିସ ଉଦ୍ୟମ ଚଳାଇଛି।
[ad_2]