ଚମତ୍କାର ଆଶାରେ ବୁଡ଼ ପକାଉଥିଲେ ମା’ ଓ ମାଉସୀ; ଉଡ଼ିଗଲା ଶିଶୁର ପ୍ରାଣବାୟୁ – bajravana
[ad_1]
ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ହରିଦ୍ବାରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ୭ବର୍ଷର ଶିଶୁକୁ ଜୋରଜବରଦସ୍ତ ବୁଡ଼ ପକାଇବାକୁ ବାଧ୍ୟ କରିବାରୁ ତାର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ତିନିଜଣଙ୍କୁ ହେପାଜତକୁ ନେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ୭ବର୍ଷର ଶିଶୁ ରକ୍ତ କର୍କଟରେ ପୀଡିତ ଥିଲା। ମୃତ ଶିଶୁର ମାଉସୀ ସୁଧାଙ୍କୁ କେହି ଜଣେ କହିଥିଲେ କି ଗଙ୍ଗାରେ ବୁଡ଼ ପକାଇବା ଦ୍ବାରା ଶିଶୁର ରୋଗ ଭଲ ହୋଇଯିବ। ତେଣୁ ସୁଧା ତାଙ୍କ ୭ବର୍ଷର ପୁତୁରାକୁ ଭଉଣୀ ସହ ଧରି ଗଙ୍ଗା ଘାଟରେ ପହଞ୍ଚି ୫ମିନିଟ ପର୍ଯ୍ୟନ୍ତ ବୁଡ଼ ପକାଇବାକୁ ବାଧ୍ୟ କରିଥିଲେ। ଦୁଃଖର ବିଷୟ ଏଥିରେ ଶିଶୁର ପ୍ରାଣବାୟୁ ଉଡ଼ିଯାଇଥିଲା।
ସଙ୍ଗେସଙ୍ଗେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ପୁଲିସରେ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଉସୀ ସୁଧାଙ୍କ ସମେତ ତିନିଜଣଙ୍କୁ ହେପାଜତକୁ ନେଇଛି। ଶିଶୁର ମୃତଦେହ ଜବତ କରି ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
#Watch : उत्तराखंड के हरिद्वार में एक बहुत ही हैरान करने वाला मामला सामने आया है। हरकी पैड़ी गंगा घाट पर मौसी ने 7 साल के मासूम लड़के को गंगा नदी में डुबाकर मौत के घाट उतार दिया। पुलिस ने हत्यारोपी मौसी को गिरफ्तार कर लिया। #Uttarakhand pic.twitter.com/uVvOjIsTqC
— Hindustan (@Live_Hindustan) January 24, 2024
ଏହି ଘଟଣାକୁ ନେଇ ମୃତ ଶିଶୁର ମାଉସୀ କହିଛନ୍ତି, ’ଶିଶୁ ରକ୍ତ କର୍କଟରେ ପୀଡିତ ଥିବା ହେତୁ ଦିଲ୍ଲୀ ଏମ୍ସରେ ତାର ଚିକିତ୍ସା ଚାଲିଥିଲା। କିଛିଦିନ ତଳେ ଡାକ୍ତର ଶିଶୁକୁ ଘରକୁ ନେଇଯିବାକୁ କହିଥିଲେ। ଏହାପରେ ମୁଁ ଓ ଭଉଣୀ ଶାନ୍ତି ଶିଶୁକୁ ଧରି ହରିଦ୍ବାର ଆସି ବୁଡ଼ ପକାଇଥିଲୁ। ବୁଡ଼ ପକାଇବା ପୂର୍ବରୁ ହିଁ ଶିଶୁର ମୃତ୍ୟୁ ହୋଇଯାଇଥିଲା।’
ପୁଲିସ ଏହି ଘଟଣାରେ ତିନିଜଣଙ୍କୁ ହେପାଜତକୁ ନେଇ ପଚରାଉଚରା କରି ଯାଞ୍ଚ ଆରମ୍ଭ କରିଛି। ସଠିକ ଘଟଣା କ’ଣ ତାହାର ତଦନ୍ତ କରୁଛି ପୁଲିସ।
[ad_2]