ଖେଳ ଖବର

ଏସିଆ କପ୍‌: ଭାରତ-ପାକ୍ ଲଢ଼େଇ ଆଜି – bajravana

[ad_1]

କଲମ୍ବୋ: ଏସିଆ କପ୍‌ରେ ଶନିବାର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ ମୁକାବିଲା ହେବ। ଦୁଇ ଦେଶର ପ୍ରଶଂସକ ସାମାଜିକ ଗଣମାଧ୍ୟମରେ ଏହାକୁ ‘ରୟାଲ ବ୍ୟାଟଲ୍‌’ର ନାମ ଦେଇସାରିଲେଣି। ଏପରିକି ଏସିଆ କପ୍‌ରେ ଭାଗ ନେଉଥିବା ୬ ଦଳ ମଧ୍ୟରୁ ୫ ଦଳ ପାଇଁ ଏହା କେବଳ ବିଶ୍ବକପ୍‌ ପ୍ରସ୍ତୁତି ସଦୃଶ ହୋଇଛି। ପ୍ରଥମ ଦୁଇ ମ୍ୟାଚ୍‌ରେ ଷ୍ଟାଡିୟମ୍‌ ସିଟ୍‌ ଖାଲି ପଡିଥିଲା। ଭାରତ-ପାକିସ୍ତାନ ମଧ୍ୟରେ ଯେକୌଣସି ମ୍ୟାଚ୍‌ ସବୁଠୁ ବଡ଼ ଲଢେଇ ଭାବେ ବିବେଚନା କରାଯାଏ। ତେଣୁ ଏହି ମ୍ୟାଚ୍‌ ବେଳକୁ ଷ୍ଟାଡିୟମ୍‌ ଭରପୂର ହୋଇଯିବ। ଏଭଳି ପ୍ରତିଯୋଗିତା ଦ୍ବାରା ଦୁଇ ଦେଶର ପ୍ରତିଭାବାନ୍ ଖେଳାଳିଙ୍କୁ ମହାନତମ ଶ୍ରେଣୀରେ ସାମିଲ ହେବାକୁ ମଧ୍ୟ ଅବସର ମିଳିଯିବ।

ଶନିବାର ମ୍ୟାଚ୍‌ରେ ପାକିସ୍ତାନର ବୋଲିଂ ଓ ଭାରତର ବ୍ୟାଟିଂ ମଧ୍ୟରେ ସୁସ୍ଥ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିବ। ତିନି ପ୍ରାରମ୍ଭିକ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି ଓ ଶୁବମନ ଗିଲ୍‌ଙ୍କୁ ଭେଦ କରିବା ପାଇଁ ଆଫ୍ରିଦି, ହାରିସ୍‌ ଓ ନସିମ ଶାହ ପ୍ରସ୍ତୁତ ରହିଛନ୍ତି। ଶୀର୍ଷକ୍ରମ ପରେ ମଧ୍ୟକ୍ରମରେ କିଏ କେଉଁଠାରେ ଖେଳିବେ ତାହା ଏବେବି ସସ୍‌ପେନ୍ସ ରହିଛି। ଈଶାନ କିଶନ ୱିକେଟ୍‌ କିପର ଭୂମିକାରେ ରହିବା ନିଶ୍ଚିତ ଥିବାରୁ ସେ ୪ କିମ୍ବା ୫ ନମ୍ବର ସ୍ଥାନରେ ଖେଳିପାରନ୍ତି। ଏସବୁ ବାଦ୍‌ ଭାରତର ବ୍ୟାଟିଂକ୍ରମକୁ ନେଇ କୌଣସି ଦ୍ବନ୍ଦ୍ବ ନାହିଁ। ମଧ୍ୟକ୍ରମରୁ ଯେଉଁଭଳି ରନ୍‌ ଆଶା କରାଯାଉଛି, ତାହା ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ୍‌ ପୂରଣ କରିପାରିବେ। ଆହତ ସମସ୍ୟା ଭାରତୀୟ ଦଳର ସନ୍ତୁଳନକୁ ଯଦିଓ ବିଗାଡ଼ି ଦେଇଥିଲା, ତଥାପି ଭାରତୀୟ ଖେଳାଳିମାନେ ଭାଙ୍ଗିବାରୁ ଚାଲିବା ଶିଖିଛନ୍ତି। ଏବେ ଯଶପ୍ରୀତ୍‌ ବୁମ୍‌ରା, ପ୍ରସିଦ୍ଧ କୃଷ୍ଣ, ଶ୍ରେୟସ ଆୟର ପ୍ରତ୍ୟାବର୍ତ୍ତନ କରିଥିବାରୁ ଦଳର ‌ମନୋବଳ ବଢିଛି।

ଅନ୍ୟପଟରେ ପାକିସ୍ତାନ ସବୁଠୁ ମଜବୁତ୍‌ ଦଳ ଭାବେ ଏସିଆ କପ୍‌‌ରେ ପହଞ୍ଚିଛି। ୨୦୧୯ ଦିନିକିଆ ବିଶ୍ବକପ୍‌ ପରଠୁ ଦୁଇ ଦଳ ପରସ୍ପରକୁ ଦିନିକିଆରେ ‌ପ୍ରଥମ ଥର ଭେଟିବାକୁ ଯାଉଛନ୍ତି। ଏହି ୪ ବର୍ଷ ମଧ୍ୟରେ ପାକିସ୍ତାନ ୨୯ ଦିନିକିଆ ଖେଳିଛି, ଏହା ତୁଳନାରେ ଭାରତ ୫୭ ମ୍ୟାଚ୍‌ ଖେଳିସାରିଲାଣି। ତଥାପି ପାକିସ୍ତାନର ସ୍ଥିର ପ୍ରଦର୍ଶନ ଦଳକୁ ମଜବୁତ କରିପାରିଛି। ଚଳିତ ବର୍ଷ ଦଳ ୧୨ ଟି ମ୍ୟାଚ୍‌ ଖେଳିଥିଲା ବେଳେ ଅଧିନାୟକ ବାବର ଆଜମ୍‌, ଫକର ଜମାନ ଓ ଇମାମ ଉଲ୍‌ ହକ୍‌ ନିୟମିତ ପ୍ରଚୁର ରନ୍‌ କରୁଛନ୍ତି। କିନ୍ତୁ ୪ରୁ ୬ ନମ୍ବର ସ୍ଥାନ ଚିନ୍ତାଜନକ ରହିଛି। ଏମା‌ନଙ୍କ ପ୍ରଦର୍ଶନରେ ଏପର୍ଯ୍ୟନ୍ତ ସ୍ଥିରତା ଆସିପାରିନାହିଁ। ଉସମା ମିର୍‌, ସାଉଦ୍‌ ସକିଲ୍‌ ଓ ଆଘା ସଲମାନ୍‌ ବିଶ୍ବାସ ଜମାଇ ପାରିନାହାନ୍ତି। ତଥାପି ନିମ୍ନ ଭାଗରେ ଇଫତିକାର ଅହମଦ ଓ ସଦାବ ଖାନ୍‌ ବ୍ୟାଟିଂରେ କିଛି ଅବଦାନ କରୁଥିବାରୁ ଦଳ ବିପର୍ଯ୍ୟୟରେ ପଡ଼ିଲେ ବି ଉଦ୍ଧାର ହୋଇପାରୁଛି। ତେଣୁ ମଧ୍ୟକ୍ରମକୁ ଦେଖିଲେ ଉଭୟ ଭାରତ ଓ ପାକିସ୍ତାନ ପ୍ରାୟତଃ ସମାନ ସ୍ଥିତିରେ ଅଛନ୍ତି। ଦିନିକିଆ ଏସିଆ କପ୍‌ରେ ଦୁଇ ପ୍ରତିଦ୍ବନ୍ଦ୍ବୀ ୧୩ ଥର ଭେଟ‌ାଭେଟି ହୋଇଛନ୍ତି।‌ ସେଥିରୁ ଭାରତ ୭ ଥର ବିଜୟୀ ହୋଇଥିଲା ବେଳେ ପାକିସ୍ତାନ ୫ ଥର ଟ୍ରଫି ଧରିବାର ସୁଯୋଗ ପାଇଛି। କେବଳ ଗୋଟିଏ ମ୍ୟାଚ୍‌ ବର୍ଷା ଯୋଗୁଁ ଧୋଇ ଯାଇଥିଲା। ଦିନିକିଆ ମାନ୍ୟତାରେ ପାକିସ୍ତାନ ୧ ନମ୍ବରରେ ଥିବା ବେଳେ ଭାରତ ୩ନମ୍ବରରେ ରହିଛି। ଶନିବାର ମଧ୍ୟ ଦୁଇ ଚିରପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ରେ ପ୍ରଶଂସକଙ୍କ ଉତ୍ସାହ ଦିଗରେ ବର୍ଷା ବାଧକ ସାଜିପାରେ। ପାଣିପାଗ ବିଭାଗ ସୂଚନା ଅନୁସାରେ କାଣ୍ଡିରେ ଶନିବାର ବର୍ଷା‌ ହୋଇପାରେ। ଏହି ଅଞ୍ଚଳରେ ବର୍ଷା ହେବା ସମ୍ଭାବନା ୮୦ ପ୍ରତିଶତ ରଖାଯାଇଛି। ଶୁକ୍ରବାର ଆକାଶ ମେଘୁଆ ଥିଲା ବେଳେ ଶନିବାର ଯଦି ଖେଳ ହୁଏ ତାହେଲେ ଡିଏଲ୍‌ଏସ୍‌ ପଦ୍ଧତି ନିର୍ଣ୍ଣାୟକ ହୋଇପାରେ।

ସମ୍ଭାବ୍ୟ ଭାରତ ଏକାଦଶ: ରୋହିଶ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, ଈଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା,‌ ଯଶପ୍ରୀତ୍‌ ବୁମରା, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ସାମି।
ପାକିସ୍ତାନ ଏକାଦଶ: ଫକର ଜମାନ, ଇମାମ ଉଲ୍‌ ହକ୍‌, ବାବର ଆଜମ୍‌ (ଅଧିନାୟକ), ମହମ୍ମଦ ରିଜୱାନ୍‌, ଆଘା ସଲମାନ, ଇଫତିକାର ଅହମଦ, ସଦାବ ଖାନ୍‌, ମହମଦ ନୱାଜ, ହାରିସ ରୌଫ୍‌, ସାହିନ ଶାହ ଆଫ୍ରିଦି, ନସିମ ଶାହ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button