ଖେଳ ଖବର

ଟ୍ଵିଟରରେ କାହିଁକି ଟ୍ରେଣ୍ଡ୍ କରୁଛି ତାଜମହଲ? ଆଇସିସି ବିଶ୍ୱକପ୍‌ ସହ ଏହା କିପରି ସମ୍ପୃକ୍ତ? – bajravana

[ad_1]

ନୂଆଦିଲ୍ଲୀ: ଲୋକପ୍ରିୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ଵିଟରରେ ବୁଧବାର ‘ତାଜମହଲ’ ହ୍ୟାସଟ୍ୟାଗ୍‌ ଲୋକପ୍ରିୟ ହେବାରେ ଲାଗିଛି। ଲକ୍ଷ ଲକ୍ଷ ଟ୍ଵିଟର ବ୍ୟବହାରକାରୀ ନିଜ ପୋଷ୍ଟରେ ଏହି କିମ୍ବଦନ୍ତୀ ସ୍ମାରକୀକୁ ଟ୍ୟାଗ୍‌ କରିଛନ୍ତି। ଏଥିସହ ଆଇସିସି ବିଶ୍ୱକପ୍‌ ଟ୍ରଫିର ଏକାଧିକ ଫଟୋକୁ ନେଟିଜେନସ୍‌ମାନେ ସେୟାର ମଧ୍ୟ କରିଛନ୍ତି। କିନ୍ତୁ ଐତିହାସିକ ସ୍ମାରକୀ ତାଜ୍‌ମହଲ ଆଜି ଚର୍ଚ୍ଚାରେ କାହିଁକି ? ଆଇସିସି ଟ୍ରଫି ତାଜ୍ ସାମ୍ନାକୁ ଆସିଲା କିପରି?

ଆଇସିସି ବିଶ୍ୱକପ୍‌ କ୍ରିକେଟ୍ ଟ୍ରଫି ୧୮ଟି ଦେଶ ଗସ୍ତ କଲାପରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଟ୍ରଫି ଟୁରର ୨୦୨୩ ସଂସ୍କରଣ ୨୦୧୯ ପରେ ପ୍ରଥମ ପୂର୍ଣ୍ଣାଙ୍ଗ ଗସ୍ତ ହେବ। ୧୦ ଲକ୍ଷ ପ୍ରଶଂସକଙ୍କୁ ଏହା ସହ ଯୋଡ଼ିହେବାର ସୁଯୋଗ ଦେବା ପାଇଁ ଏହି ଟ୍ରଫି ଟୁର୍‌ର ଆୟୋଜନ କରାଯାଇଛି। ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ଏକ ଉତ୍ସବମୁଖର ବାତାବରଣ ସୃଷ୍ଟି କରିବା।

ଅଗଷ୍ଟ ୧୬ ତାରିଖରେ ଏହି ଟ୍ରଫି ଆଗ୍ରାର ତାଜମହଲରେ ପହଞ୍ଚିଥିଲ। ପ୍ରାରମ୍ଭିକ ଫଟୋକୁ ଆଇସିସି କ୍ୟାପ୍‌ସନ ସହ ସେୟାର କରିଛି: ‘ଆଉ ୫0 ଦିନ ବାକି ଅଛି #CWC23’ । ଏହି ଫଟୋ ଲକ୍ଷ ଲକ୍ଷ କ୍ରିକେଟ୍‌ ପ୍ରଶଂସକଙ୍କୁ ଆକର୍ଷିତ କରିଥିଲା ଏବଂ ଲୋକମାନେ ଏହି ଫଟୋକୁ ବ୍ୟାପକ ଭାବରେ ସେୟାର କରିବା ଆରମ୍ଭ କରିଥିଲେ।

ଏହି ଟ୍ରଫି ଗସ୍ତକୁ ଧମାକାଦାର ଭାବେ ଆରମ୍ଭ କରା ଯାଇଥିଲା। ଏହି ଟ୍ରଫି ଷ୍ଟ୍ରାଟୋସ୍ଫିୟର ଅଭିମୁଖେ ଯାତ୍ରା ଆରମ୍ଭ କରି ପୃଥିବୀ ପୃଷ୍ଠଠାରୁ ୧,୨୦,୦୦୦ ଫୁଟ ଉଚ୍ଚତାରେ ପହଞ୍ଚିଥିଲା। ବିଶ୍ୱକପ୍‌ ଟ୍ରଫିର ଏହି ରୋମାଞ୍ଚକର ଦୃଶ୍ୟ ୪ହଜାର କ୍ୟାମେରାରେ କଏଦ ହୋଇଛି।

ଚଳିତ ବର୍ଷ ଆଇସିସି ବିଶ୍ୱକପ୍‌ ଅକ୍ଟୋବର ୫ରୁ ଭାରତରେ ଆୟୋଜନ ହେବ। ଭାରତୀୟ ଦଳ ଅକ୍ଟୋବର ୮ରେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ଖେଳି ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ।

କିଛି ଟ୍ଵିଟର ବ୍ୟବହାରକାରୀ ଲେଖିଛନ୍ତି:
#ICCWorldCup2023
ଟ୍ରଫି ଆମର ପ୍ରସିଦ୍ଧ ତାଜମହଲ ସାମ୍ନାରେ।…
ଭାରତୀୟ ଦଳକୁ ଶୁଭେଚ୍ଛା ! ଆସନ୍ତୁ ଏହାକୁ ଘରକୁ ଆଣିବା!…



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button