ଖେଳ ଖବର

ଏସିଆ କପ୍ : ବାଂଲାଦେଶକୁ ୫ ଓ୍ବିକେଟରେ ହରାଇଲା ଶ୍ରୀଲଙ୍କା – bajravana

[ad_1]

ପାଲେକେଲେ: ଶ୍ରୀଲଙ୍କାର ପାଲେକେଲେ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଖେଳାଯାଇଥିବା ଏସିଆ କପର ୨ୟ ମ୍ୟାଚରେ ବାଂଲାଦେଶକୁ ୫ ଓ୍ବିକେଟରେ ପରାସ୍ତ କରିଛି ଶ୍ରୀଲଙ୍କା । ଏହି ମ୍ୟାଚରେ ଶ୍ରୀଲଙ୍କା ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ ରଖିଥିବା ବାଂଲାଦେଶ । ଏହି ଲକ୍ଷ୍ୟକୁ ଶ୍ରୀଲଙ୍କା ୩୯ ଓଭରରେ ୫ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଚରିଥ୍ ଅସଲଙ୍କା ସର୍ବାଧିକ ୬୨ ରନ କରିଥିବାବେଳେ ସଦିରା ସମରବିକ୍ରମ ୫୪ ରନ କରିଥିଲେ । ତେବେ ଦଳର ପ୍ରାରମ୍ଭିକ ବ୍ୟାଟରମାନେ ବିଫଳ ହୋଇଥିଲେ ।

ଏହି ମ୍ୟାଚରେ  ବାଂଲାଦେଶ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଦଳର ଏହି ନିଷ୍ପତ୍ତି ଭୁଲ ପ୍ରମାଣିତ ହୋଇଥିଲା । କାରଣ ଦଳର ବ୍ୟାଟର ମାନେ ଶ୍ରୀଲଙ୍କା ବୋଲରଙ୍କୁ ସମ୍ମୁଖୀନ ହୋଇପାରିନଥିଲେ ଓ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର ଓପନର ଜାନଜିତ ହାସନ ଖାତା ଖୋଲି ପାରିନଥିଲେ । ସେହିପରି ଅନ୍ୟ ଓପନର ମହମ୍ମଦ ନଇମ ୧୬ରନ କରି ଆଉଟ ହୋଇଥିଲେ । ତେବେ ନଜମୁଲ ହୁସେନ ସାନ୍ତୋ ଲଢୁଆ ବ୍ୟାଟିଂ କରି ସର୍ବାଧିକ ୮୯ ରନ କରିଥିଲେ । କିନ୍ତୁ ଅନ୍ୟ ବ୍ୟାଟରମାନେ ତାଙ୍କୁ ଠିକଭାବେ ସହାୟତା ଦେଇପାରିନଥିଲେ । ତାଓହିଜ୍ ହ୍ରିଦଏ ୨୦ ରନ କରିଥିବାବେଳେ ମୁସ୍ତାଫିକୁର ରହିମ ୧୩ରନ କରିଥିଲେ, କିନ୍ତୁ ଅନ୍ୟ ଅଧିକାଂଶ ବ୍ୟାଟରମାନେ ଦୁଇ ଅଙ୍କ ଛୁଇଁପାରିନଥିଲେ । ଶ୍ରୀଲଙ୍କା ପକ୍ଷରୁ ମହିସା ପାଥିରାନା ୪ଟି ଓ୍ବିକେଟ ନେଇଥିଲେ ମହିସ ତିକସନା ୨ଟି ଓ୍ବିକେଟ ନେଇଥିଲେ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button