ଅପରାଧ

ଘର ପାଇଁ ଗଲା ଜୀବନ, ପୁଲିସ କର୍ମଚାରୀଙ୍କ ପୁଅକୁ ଗୁଳି କରି ହତ୍ୟା କଲେ ଡାକ୍ତର – bajravana

[ad_1]

ପ୍ରୟାଗରାଜ: ଘର ପାଇଁ ଗଲା ଜୀବନ। ପୁଲିସ କର୍ମଚାରୀଙ୍କ ପୁଅକୁ ଗୁଳି କରି ହତ୍ୟା କଲେ ଡାକ୍ତର। ଉତ୍ତରପ୍ରଦେଶର ପ୍ରୟାଗରାଜରେ ଘଟିଛି ଏଭଳି ଘଟଣା। ହତ୍ୟା କରିବା ପରେ ଅଭିଯୁକ୍ତ ଡାକ୍ତର ଫେରାର ଥିବା ଜଣାଯାଇଛି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଅଭିଯୁକ୍ତକୁ ଶୀଘ୍ର ଗିରଫ କରାଯିବ ବୋଲି କହିଛି ପୁଲିସ। ମୃତକଙ୍କ ନାମ ପଙ୍କଜ ବୋଲି ଚିହ୍ନଟ କରାଯାଇଛି।

ପୁଲିସର କହିବା ମୁତାବକ, ପଙ୍କଜ ‌ଗୋମତିର ଜନକଲ୍ୟାଣ ଚିକିତ୍ସାଳୟକୁ ଯାଇଥିଲେ । ଏହି ଚିକିତ୍ସାଳୟ ପଛ ପଟେ ପଙ୍କଜଙ୍କ ଘର ନିର୍ମାଣ କରାଯାଉଥିଲା। ଏନେଇ ନେଇ ଡାକ୍ତରଙ୍କ ସହ ପଙ୍କଜଙ୍କ ଯୁକ୍ତିତର୍କ ହୋଇଥିଲା। ଘଟଣା ଦିନ ପଙ୍କଜ ଡାକ୍ତରଙ୍କ ପାଖକୁ କଥା ହେବାକୁ ଯାଇଥିବା ବେଳେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ରାଗିଯାଇ ଡାକ୍ତରଜଣକ ପଙ୍କଜଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାଫଳରେ ପଙ୍କଜଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ପଙ୍କଜଙ୍କ ମୃତ୍ୟୁ ହେବା ଦେଖି ଗିରଫ ଡରରେ ଫେରାର ହୋଇଯାଇଥିଲେ ଡାକ୍ତର।

କୁହାଯାଉଛି ଯେ, ପଙ୍କଜଙ୍କ ବାପା ପୁଲିସ ସବ ଇନ୍ସପେକ୍ଟର ଥିବା ବେଳେ ବାରାଣସୀର ସାରନାଥ ଥାନାରେ ତାଙ୍କର ‌ପୋଷ୍ଟିଂ ହୋଇଛି। ହଠାତ୍ ଏଭଳି ପୁଅକୁ ହରାଇ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗିପଡ଼ିଛି। କାନ୍ଦି କାନ୍ଦି ନ୍ୟାୟ ମାଗିଛନ୍ତି ପଙ୍କଜଙ୍କ ମା’। ଏଯାଏ ଅଭିଯୁକ୍ତକୁ ଗିରଫ କରାଯାଇନଥିବା ବେଳେ ପୁଲିସ ଖୁବଶୀଘ୍ର ଅଭିଯୁକ୍ତକୁ ଖୋଜି ବାହାର କରିବ ବୋଲି ପଙ୍କଜଙ୍କ ପରିବାରକୁ ପ୍ରତିଶ୍ରୁତି ଦେଇଛି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button