ଦେଶ ବିଦେଶ

ମନ୍ଦିରରେ ଆତସବାଜି ବେଳେ ଭୟଙ୍କର ବିସ୍ଫୋରଣ, ୧୫୦ରୁ ଅଧିକ ଆହତ

କେରଳ: କେରଳର କାସରାଗୋଡ ଜିଲ୍ଲାର ନୀଲେଶ୍ୱର ନିକଟସ୍ଥ ଏକ ମନ୍ଦିରରେ ଭୟଙ୍କର ବିସ୍ଫୋରଣ । ମନ୍ଦିରରେ ଆତସବାଜି ବେଳେ ନିଆଁ ଲାଗି ୧୫୦ରୁ ଅଧିକ ଆହତ ହୋଇଛନ୍ତି।

ସୂଚନା ମୁତାବକ, ଅଞ୍ଜୁତମ୍ବାଲମ୍ ବିରାକାଭୁ ମନ୍ଦିରରେ ବାର୍ଷିକ କାଲିଆଟମ୍ ପର୍ବ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଥିଲା। ଏହି ସମୟରେ ଆତସବାଜି ମଧ୍ୟ କରାଯାଉଥିଲେ।

ତେବେ ଆତସବାଜି ବେଳେ ସେଥିରୁ ନିଆଁ ଝୁଲ ଖସି ବାଣ ରଖାଯାଇଥିବା ଷ୍ଟୋରେଜ ଘର ପରେ ପଡିଥିଲା। ଫଳରେ ଏଥିରେ ନିଆଁ ଲାଗି ଭୟଙ୍କର ବିସ୍ଫୋରଣ ହୋଇଥିଲା। ଦେଖୁ ଦେଖୁ ଏହା ଚାରିଆଡେ ବ୍ୟାପି ଯାଇଥିଲା। ଲୋକେ ଭୟରେ ଏଣେତେଣେ ଦୌଡିବାକୁ ଲାଗିଥିଲେ।

ସୋମବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ କାସରାଗୋଡ, କନ୍ନୁର ଏବଂ ମାଙ୍ଗାଲୁରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button