ଅପରାଧ

ଘରୋଇ ସହାୟକ ନାମରେ ୧୦ବର୍ଷ ଭିତରେ ୧୦୦ବିଘା ଜମି କିଣିଥିଲା ମାଫିଆ ଅତିକ – bajravana

[ad_1]

ନୂଆଦିଲ୍ଲୀ: ଗତ ଏପ୍ରିଲ ୧୫ ତାରିଖରେ ଉତ୍ତରପ୍ରଦେଶର ଅତିକ ଅହମ୍ମଦ ଓ ତାର ଭାଇ ଅସରଫ ଅହମ୍ମଦଙ୍କୁ ପ୍ରୟାଗରାଜ ପୁଲିସ ଗିରଫ କରିଥିଲା।  ଏହି ମାଫିଆ ୨ ଭାଇଙ୍କୁ ଡାକ୍ତରିମାଇନା କରିବା ପାଇଁ କାଲଭିନ ହସ୍ପିଟାଲକୁ ନିଆଯାଉଥିଲା। ଏହି ସମୟରେ ତିନିଜଣ ଦୁବୃର୍ତ୍ତ ଅତିକ ଅହମ୍ମଦ ଏବଂ ତାର ଭାଇ ଅସରଫ ଅହମ୍ମଦକୁ ଗୁଳି କରି ହତ୍ୟା କରିଥିଲେ।

ଏହି ହତ୍ୟା ଘଟଣାକୁ ନେଇ ଆଜି ବି ଲୋକଙ୍କ ମନରେ ପ୍ରଶ୍ନବାଚୀ ରହିଛି କି, ପୁଲିସ କଷ୍ଟଡ଼ିରେ ଥିବା ‌ବେଳେ ତିନିଜଣ ଦୁବୃର୍ତ୍ତ କିପରି ଭାବେ ମାଫିଆ ୨ଭାଇଙ୍କୁ ହତ୍ୟା କଲେ?

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଉମେଶକପାଲ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ମାଫିଆ ଅତିକ ଅହମ୍ମଦର ପରିବାରକୁ ପୁଲିସ ବିଭିନ୍ନ ପ୍ରଶ୍ନବାଣରେ ଛନ୍ଦି ରଖିଥିବା ବେଳେ ଆୟକର ବିଭାଗ ବି ମାଫିଆର ଆର୍ଥିକ ଦିଗକୁ ନେଇ ଯାଞ୍ଚ କରୁଛି। ଏହି ଯାଞ୍ଚରୁ ଜଣାପଡ଼ିଛି କି ଅହମ୍ମଦ ତାର ସମ୍ପର୍କୀୟ ଓ ଗ୍ୟାଙ୍ଗର ସଦସ୍ୟ ଥିବା ମହମ୍ମଦ ଅସରଫ ଓରଫ ଲଲ୍ଲାର ଘରୋଇ ସହାୟକ ସୁରଜପାଲ ନାମରେ କ‌ୋଟିଏ ଟଙ୍କାର ସମ୍ପତ୍ତି କିଣିଥିଲା।

ଯାଞ୍ଚରୁ ଜଣାପଡ଼ିଛି କି, ୧୦ବର୍ଷ ଭିତରେ ପାଖାପାଖି ୧୦୦ବିଘା ଜମି ଘରୋଇ ସହାୟକ ସୁରଜପାଲ ନାମରେ କିଣିଥିଲା ଅତିକ ଅହମ୍ମଦ। ଏହାକୁ ଅତିକ ବିକ୍ରି ମଧ୍ୟ କରିଥିବା ସୂଚନା ରହିଛି। ଅତିକର  ସମ୍ପତ୍ତିକୁ ନେଇ  ୨୦୧୯ରୁ ଆୟକର ବିଭାଗ ଯାଞ୍ଚ କରୁଥିବା ରିପୋର୍ଟରୁ ଜଣାପଡ଼ିଛି କି,ଏମିତି ୪୩ଟି ସମ୍ପତ୍ତି ବିକ୍ରି କରାଯାଇଛି।।

ଗତ ଏପ୍ରିଲ ମାସରେ ଅତିକ ଅହମ୍ମଦ ଓ ଅସରଫଙ୍କ ହତ୍ୟା ପରେ ପ୍ରୟାଗରାଜରେ ୪ଟି ଦାମୀ ଜମି ବିକ୍ରି କରାଯାଇଛି। ଅତିକର ଓକିଲ ବିଜୟ ମିଶ୍ରା ଲକ୍ଷ୍ମୌରେ ଏମିତି ଜମି ବିକ୍ରି ପାଇଁ ପହଞ୍ଚିଥିବା ‌ବେଳେ ପୁଲିସ ତାଙ୍କୁ ଗିରଫ କରିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button