ଓଡିଶା

କାଉଡ଼ିଆମୟ ବେଦବ୍ୟାସ ଶୈବପୀଠ: ଶେଷ ସୋମବାରରେ ଜଳ ଉଠାଇଲେ ୨୦ ହଜାର କାଉଡ଼ିଆ – bajravana

[ad_1]

ରାଉରକେଲା: ଶ୍ରାବଣ ମାସର ଶେଷ ସୋମବାରରେ ଜଳାଭିଷେକ ପାଇଁ ରବିବାର ବେଦବ୍ୟାସ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଦୂରବର୍ତ୍ତୀ ସ୍ଥାନକୁ ଟ୍ରେନ୍‌ରେ ଯାଉଥିବା କାଉଡ଼ିଆ ରବିବାର ପୂର୍ବାହ୍ନରେ ହିଁ ବେଦବ୍ୟାସ ତ୍ରିବେଣୀ ସଙ୍ଗମରୁ ଜଳ ଉଠାଇଥିଲେ। ତେବେ ସ୍ଥାନୀୟ ଘୋଘରଧାମ, ବାବାଧାମ, ଦେଓଗାଁ ଆଦି ଶୈବପୀଠରେ ଜଳାଭିଷେକ କରିବାକୁ ଥିବା କାଉଡ଼ିଆଙ୍କ ଭିଡ଼ ଅପରାହ୍ନରେ ଦେଖିବାକୁ ମିଳିଥିଲା। ଅପରାହ୍ନ ପ୍ରାୟ ୪ଟାରେ କାଉଡ଼ିଆ ବେଦବ୍ୟାସକୁ ପାଣି ଉଠାଇବାକୁ ଆସିଥିଲେ। ତେବେ ସନ୍ଧ୍ୟା ହେବାମାତ୍ରେ ଏହା ଆଶାତୀତଭାବେ ବୃଦ୍ଧି ପାଇଥିଲେ। ଶେଷ ସୋମବାର ପାଇଁ ପାଖାପାଖି ୨୦ ହଜାର କାଉଡ଼ିଆ ଆସିଥିଲେ। ତେବେ ପୂର୍ବ ରବିବାରରେ ଏଠାରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ପ୍ରାୟ ୪୦-୫୦ ହଜାର ରହିଥିଲା। ଶ୍ରଦ୍ଧାଳୁ ଏଠାରୁ କେବଳ ଜଳ ଉଠାଇନଥିଲେ; ବରଂ ବୈଦବ୍ୟାସ ଶୈବ ପୀଠରେ ମଧ୍ୟ ବହୁ କାଉଡ଼ିଆ ଜଳାଭିଷେକ କରିଥିଲେ।

ପୂର୍ବବର୍ଷ ଭଳି ଏଥର ମଧ୍ୟ ସୁନ୍ଦରଗଡ଼ ଜିଲ୍ଲା ସମେତ ଆଖପାଖ ଜିଲ୍ଲା, ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ଚମ୍ପା, ଦୁର୍ଗ, ରାୟଗଡ଼, ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଓ ସିମଡେଗା ଅଞ୍ଚଳରୁ କାଉଡ଼ିଆ ଆସିଥିଲେ। ଚଳିତଥର ମୋଟ୍‌ ୮ଟି ସୋମବାର‌ ପଡ଼ିଥିଲା। କେବଳ ପ୍ରଥମ ସୋମବାରରେ ଶ୍ରଦ୍ଧାଳୁ ସଂଖ୍ୟା ମାତ୍ର ୪ ହଜାରରେ ସୀମିତ ରହିଥିଲା। ତେବେ ଅବଶିଷ୍ଟ ୭ଟି ସୋମବାରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା। କଡ଼ା ସୁରକ୍ଷା ବଳୟ ଭିତରେ କାଉଡ଼ିଆ ପାଣି ଉଠାଇବା ସହ ଜଳାଭିଷେକ କରିଥିଲେ। କାଉଡ଼ିଆଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବେଦବ୍ୟାସରେ କଡ଼ା ବ୍ୟବସ୍ଥା କରାଯାଇଥିଲା। ଚାରିଆଡ଼େ ବ୍ୟାରିକେଡ୍‌ କରାଯାଇଥିବାବେଳେ ନଦୀ ଭିତରକୁ ନ ଯିବାକୁ ସଚେତନ କରାଯାଇଥିଲା। ଏହାସହ ଅଗ୍ନିଶମ  ବିଭାଗ, ସ୍ବାସ୍ଥ୍ୟସେବା ବିଭାଗ, ପୁଲିସ ବ୍ୟବସ୍ଥା ସମେତ ଓଡ୍ରାଫ୍‌ ଟିମ୍‌ ନିୟୋଜିତ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button