ଘରର ଏହି ଦିଗରେ ରଖନ୍ତୁ କଳା ଜିନିଷ : କମିବ ରାହୁଙ୍କ କୁପ୍ରଭାବ – bajravana
[ad_1]
କଳା ରଙ୍ଗ ଖୁବ୍ ଷ୍ଟାଇଲିସ୍ ଲାଗିଥାଏ । ସେଥିପାଇଁ କିଛି ମହିଳା କଳା ରଙ୍ଗକୁ ବହୁତ ପସନ୍ଦ କରିଥାନ୍ତି । ଏପରିକି ସେମାନେ ଘରର ସାଜସଜ୍ଜାରେ ମଧ୍ୟ କଳା ରଙ୍ଗକୁ ଗୁରୁତ୍ୱ ଦେଇଥାନ୍ତି । ଆଉ ଘର ମଧ୍ୟ ସୁନ୍ଦର ଲାଗିଥାଏ । ଯେପରିକି କଳା ରଙ୍ଗର ଆଲମିରା, ଟେବଲ୍, କଳା ରଙ୍ଗର ପଶୁପକ୍ଷୀଙ୍କ ଛବି, ଘଣ୍ଟା, ସୋଫା, ପରଦା, କଳା ଚାବି ଓ କଳା ରଙ୍ଗର ଯେକୌଣସି ଜିନିଷ ରଖିପାରିବେ ।
କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଦେଖିବାକୁ ଗଲେ କଳା ରଙ୍ଗର ବିଭିନ୍ନ ଜିନିଷକୁ ଉତ୍ତର ଦିଗରେ ରଖିବା ଉଚିତ୍ । ଉତ୍ତର ଦିଗକୁ କୁବେର ଦେବଙ୍କ ଦିଗ ବୋଲି କୁହାଯାଏ । ତେଣୁ ଘରେ ଥିବା କୌଣସି କଳା ଜିନିଷକୁ ଉତ୍ତର ଦିଗରେ ରଖିବା ଦ୍ୱାରା ଧନ ଲାଭ ହୋଇଥାଏ । ଏପରିକି ଧନଲାଭର ମାର୍ଗ ଖୋଲିଥାଏ ବା ଧନ ଯୋଗ ଆସିଥାଏ ବୋଲି ମଧ୍ୟ କୁହାଯାଏ । ଏହି ଦିଗରେ କଳା ଜିନିଷ ରଖିବା ଦ୍ୱାରା କଳା ବସ୍ତୁରୁ ନକାରାତ୍ମକ ଶକ୍ତି ଆସିନଥାଏ । ଏପରିକି ରାହୁଙ୍କ କୁପ୍ରଭାବ ମଧ୍ୟ କମ୍ ହୋଇ ଶୁଭ ଫଳ ମିଳିଥାଏ ।
ସେହିପରି ଉତ୍ତର ଦିଗ ମଧ୍ୟ ଭୟ ଦୂର କରିବାର ଦିଗ । କଳା ରଙ୍ଗକୁ ଭୟ ବା ନକାରାତ୍ମକ ସହ ଯୋଡ଼ା ଯାଇଥାଏ । ସେଥିପାଇଁ ଉତ୍ତର ଦିଗରେ କଳା ରଙ୍ଗର ବସ୍ତୁ ରଖିବା ଦ୍ୱାରା ଭୟ ମଧ୍ୟ ଦୂର ହୋଇଥାଏ । ଉତ୍ତର ଦିଗ ସଫଳତାକୁ ଦର୍ଶାଇଥାଏ । ତେଣୁ ଏହି ଦିଗରେ କଳା ରଙ୍ଗର ବସ୍ତୁ ରଖିବା ଦ୍ୱାରା ସଫଳତାରେ ବାଧା ଦେଉଥିବା ଦୋଷ ମଧ୍ୟ ଦୂର ହୋଇଥାଏ । ଉତ୍ତର ଦିଗରେ ମଙ୍ଗଳସୂତ୍ର ରଖିବା ଦ୍ୱାରା ବୈବାହିକ ଜୀବନରେ ସମସ୍ୟା ଥିଲେ ମଧ୍ୟ ଦୂର ହୋଇଥାଏ ।
[ad_2]